ଗାନ୍ଧୀନଗର: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଅନଲକ-2 ଅନ୍ତର୍ଗତ ମଙ୍ଗଳବାର ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ରାଜ୍ୟରେ ସମସ୍ତ ଦୋକାନ ରାତି 8 ଯାଏଁ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡିକ ରାତି 9 ଯାଏଁ ଖୋଲା ରହିବ । ଏହି ସମସ୍ତ ନିର୍ଦ୍ଦେଶାବଳୀ ଜୁଲାଇ 1 ତାରିଖରୁ ଲାଗୁ ହେବ ।
ବର୍ତ୍ତମାନ ରାଜ୍ୟରେ ସନ୍ଧ୍ୟା 7 ଟା ଯାଏ ଦୋକାନ ଖୋଲା ରହୁଛି । ‘ଗୁଜରାଟ ସରକାର ରାଜ୍ୟରେ 7 ପରିବର୍ତ୍ତେ 8 ଟା ଯାଏଁ ଦୋକାନ ଖୋଲା କରିବାକୁ ଅନୁମତି ଦେଇଛନ୍ତି। ହୋଟେଲ ଏବଂ ରେସ୍ତୋରାଁ ମାନଙ୍କୁ ମଧ୍ୟ କିଛିମାତ୍ରାରେ କୋହଳ କରିଦିଆଯାଇଛି । ଏହି ନିର୍ଦ୍ଦେଶ ଜୁଲାଇ 1 ରୁ କାର୍ଯ୍ୟକାରୀ ହେବ ।’
ପୂର୍ବ ଭଳି ରାଜ୍ୟରେ ରାତ୍ରି କର୍ଫ୍ୟୁ ଜାରି ରହିବ । କିନ୍ତୁ ରାତି 10 ପରିବର୍ତ୍ତେ 9 ଟା ରୁ ସକାଳ 5 ଯାଏଁ କର୍ଫ୍ୟୁ ଲାଗିବ । କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଗତକାଲି ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ସ୍ପଷ୍ଟ କରିଛନ୍ତି ଯେ କୌଣସି ସାମଗ୍ରୀର ଆନ୍ତଃରାଜ୍ୟ କିମ୍ବା ଅନ୍ତଜିଲ୍ଲା ଗତିବିଧିରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ବୁଧବାର ଠାରୁ ଆରମ୍ଭ ହେବାକୁ ଥିବା ଅନଲକ୍-2 ଅଧୀନରେ ଥିବା ନୂତନ ରିହାତି ସମ୍ପର୍କରେ ଅଧିକାରୀମାନଙ୍କୁ ସମସ୍ତ ସୂଚନା ଦିଆଯାଇଛି ।