ETV Bharat / bharat

ମୁଣ୍ଡକୁ ପାଉନି ହେଲମେଟ, ଦ୍ବନ୍ଦ୍ବରେ ଟ୍ରାଫିକ ପୋଲିସ

author img

By

Published : Sep 17, 2019, 2:21 PM IST

Updated : Sep 17, 2019, 2:28 PM IST

ଗୁଜୁରାଟର ଛୋଟା ଉଦେପୁର ଜିଲ୍ଲାର ବୋଡେଲୀ କସ୍ବେ ଅଞ୍ଚଳରେ ଆଶ୍ଚର୍ଯ୍ୟ ଘଟଣା । ଗାଡି ଚାଳକଙ୍କ ମୁଣ୍ଡ ବଡ ଥିବା ଯୋଗୁଁ ପିନ୍ଧିନଥିଲେ ହେଲମେଟ । ଉକ୍ତ ବ୍ୟକ୍ତିଙ୍କ ନାଁରେ ଚାଲାଣ କାଟିବେ ନା ନାହିଁ ଦ୍ବନ୍ଦରେ ପଡିଗଲା ଟ୍ରାଫିକ ପୋଲିସ ।

ପ୍ରତିକାତ୍ମକ ଫଟୋ

ଅହମ୍ମଦାବାଦ: ନୂଆ ମୋଟର ନିୟମ ଆସିବା ପରଠୁ ନାକେଦମ ହେଲେଣି ଗାଡିଚାଳକ । କେତେବେଳ କେଉଁ କାରଣରୁ ଟ୍ରାଫିକ ପୋଲିସ ମୋଟା ରକମର ତଣ୍ଡ ଗଣାଇବ ସେନେଇ ସମସ୍ତଙ୍କର ମୁଣ୍ଡ ବ୍ୟଥା । ଟ୍ରାଫିକ ନିୟମରେ ହେଲମେଟକୁ ପ୍ରାଥମିକତା ଦିଆଯାଉଛି । ଏପରି କ୍ଷେତ୍ରରେ ଗୁଜୁରାଟରେ ଟ୍ରାଫିକ ପୋଲିସଙ୍କ ସାମନାରେ ଏପରି ଏକ ମାମଲା ଆସିଛି ଯାହାକୁ ନେଇ ସେ ଚିନ୍ତାରେ ପଡିଗଲେ । ସେ ବିଚାର କରିପାରୁନଥିଲେ ଚାଲାଣ କାଟିବେ ନା ନାହିଁ । କାରଣ ସେଠାରେ ହେଲମେଟ ସାଜିଲା ବାଧକ ।

ଗୁଜୁରାଟର ଛୋଟା ଉଦେପୁର ଜିଲ୍ଲାର ବୋଡେଲୀ କସ୍ବେ ଅଞ୍ଚଳର ଘଟଣା । ଉକ୍ତ ଅଞ୍ଚଳର ଜାକିର ମେମନ ନାମକ ଜଣେ ବ୍ୟକ୍ତିଙ୍କୁ ବିନା ହେଲମେଟରେ ଗାଡି ଚଳାଉଥିବା ବେଳେ ଧରିଲା ପୋଲିସ । ମେମନଙ୍କ ପାଖରେ ଗାଡି ସମ୍ବନ୍ଧିତ ସମସ୍ତ କାଗଜପତ୍ର ଥିଲା । ହେଲେ ପିନ୍ଧିନଥିଲେ ହେଲମେଟ । ପୋଲିସ ତାଙ୍କୁ ଜରିମାନା ଭରିବାକୁ କହିଲେ । ମେମନ କହିଲେ ସେ କୌଣସି ହେଲମେଟ ପିନ୍ଧି ପାରନ୍ତିନି । କାରଣ ତାଙ୍କ ମୁଣ୍ଡ ହେଲମେଟ ଅପେକ୍ଷା ବଡ । ଏହା ଶୁଣି ପୋଲିସ ଦ୍ବନ୍ଦରେ ପଡିଗଲା । ଏପରି ମାମଲାରେ ଚାଲାଣ କାଟାଯିବ ନା ନାହିଁ ତାହା ଭାବିବାକୁ ଲାଗିଲା ଟ୍ରାଫିକ ପୋଲିସ ।

ସେପଟେ ମେମନଙ୍କ କହିବା କଥା ହେଲେ ସେ ଟ୍ରାଫିକ ନିୟମକୁ ଭଲଭାବେ ପାଳନ କରନ୍ତି । କିନ୍ତୁ ତାଙ୍କ ମୁଣ୍ଡ ବଡ ଥିବା ଯୋଗୁଁ କୌଣସି ଦୋକାନରେ ତାଙ୍କ ମୁଣ୍ଡ ମାପର ହେଲମେଟ ନାହିଁ । ଏ କଥା ଥାନାକୁ ଯାଇ ମଧ୍ୟ ସୂଚନା ଦେଇଛନ୍ତି । ଏନେଇ ଟ୍ରାଫିକ ପୋଲିସଙ୍କ କହିବା କଥା ହେଲା ଏହା ଏକ ବିଚିତ୍ର ସମସ୍ୟା । କିନ୍ତୁ ମେମନଙ୍କ ପାଖରେ ସମସ୍ତ କାଗଜପତ୍ର ଥିବାରୁ ତାଙ୍କ ବିରୋଧରେ ଆଉ ଚାଲାଣ କଟାଗଲା ନାହିଁ । ସୂଚନା ଥାଉକି ଗୁଜୁରାଟରେ ଜରିମାନା ରାଶି କମ କରାଯାଇଛି । ହେଲମେଟ ଓ ସିଟବେଲ୍ଟ ନପିନ୍ଧଲେ 1000 ଟଙ୍କା ଜରିମାନା ଭରିବାକୁ ପଡୁଥିଲା । ତାହା ଏବେ 500 ଟଙ୍କାକୁ ହ୍ରାସ କରାଯାଇଛି ।

Intro:ଖାକିରେ କଳଙ୍କBody:ଖାକିରେ କଳଙ୍କ। ରକ୍ଷକ ସାଜି ଯାହା ବିରୁଦ୍ଧରେ ଲଢେଇ କରିବା ପାଇଁ ପଣ ରଖିଥିଲା ଶେଷରେ ତାରି ନାରେ ଲୁଟିବାକୁ ଚେଷ୍ଟା କରିବା ସମ୍ପୃକ୍ତ କନେଷ୍ଟବଳକୁ ମହଙ୍ଗା ପଡିଛି । ଏଭଳି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳରେ । ନକ୍ସଲ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ଗିରଫ ହୋଇଛନ୍ତି ଏପିଆର କନେଷ୍ଟବଳ ଜି.ଶ୍ରୀକାନ୍ତ କୁମାର । ତାଙ୍କ ପାଖରୁ ଗୋଟିଏ ପିସ୍ତଲ ସହ 24 ରାଉଣ୍ଡ ଗୁଳି, ଦୁଇଟି ମାଗାଜିନ, ତିନୋଟି ମୋବାଇଲ ଏବଂ ଗୋଟିଏ ସ୍କୁଟି ଜବତ ହୋଇଛି । ଗିରଫ ପରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି ।
ଗୋତିଗୁଡାରେ ଥିବା ବିଟୁମେନ ପ୍ଲାଣ୍ଟର ସୁପରଭାଇଜରକୁ ନିଜକୁ ନକ୍ସଲ ପରିଚୟ ଦେଈ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ ଶ୍ରୀକାନ୍ତ । ତେବେ ଏନେଇ ପ୍ଲାଣ୍ଟ ମାଲିକ ବିଷମ କଟକ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଜାଲରେ ଧରାପଡିଥିଲେ ଶ୍ରୀକାନ୍ତ ।
Conclusion:ସବୁଠୁ ବଡକଥା ହେଲା ସେ 2014 ମସିହାରେ ରାଜ୍ୟ ପୋଲିସ ପଦକ ପାଇଥିବା ବେଳେ ବର୍ତ୍ତମାନ ଜିଲ୍ଲା ଗୁଇନ୍ଦା ସଂସ୍ଥାରେ କାର୍ଯ୍ୟରତ ଅଛନ୍ତି । ତେବେ ଶ୍ରୀକାନ୍ତଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ
Last Updated : Sep 17, 2019, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.