ଅହମ୍ମଦାବାଦ୍: 3 ଦିନ ପାଇଁ ବନ୍ଦ ରହିବ ଗୁଜୁରାଟ ହାଇକୋର୍ଟ। ବୁଧବାର ଠାରୁ ଜୁଲାଇ 10 ଶୁକ୍ରବାର ପର୍ଯ୍ୟନ୍ତ କୋର୍ଟ ପରିସରରେ ତାଲା ଝୁଲିବ। ତେବେ କାର୍ଯ୍ୟରତ 7 ଜଣ କର୍ମଚାରୀ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି।
ତେବେ ଆକ୍ରାନ୍ତଙ୍କ ମଧ୍ୟରୁ 6 ଜଣ ହାଇକୋର୍ଟ ରେଜିଷ୍ଟ୍ରି ବିଭାଗର କର୍ମଚାରୀ ଥିବା ବେଳେ ଜଣେ ଭିଜିଲାନ୍ସ ବିଭାଗର କନେଷ୍ଟବଳ ଚିହ୍ନଟ ହୋଇଛନ୍ତି। ''ହାଇକୋର୍ଟର ସମ୍ପୂର୍ଣ୍ଣ ପରିସର ଜୁଲାଇ 8 ରୁ ଜୁଲାଇ 10 ତାରିଖ ପର୍ଯ୍ୟନ୍ତ ତିନି ଦିନ ପାଇଁ ବନ୍ଦ ରହିବ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି।''
ଏହାସହ ଏଥିରେ ଦର୍ଶାଯାଇଛି ଯେ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ ହାଇକୋର୍ଟ, ଜୁଡିସିଆଲ ଏକାଡେମୀ ଏବଂ ଅଡିଟୋରିୟମର ସମସ୍ତ ପରିସରକୁ ପରିଷ୍କାର ଏବଂ ପରିମଳ କରିବା ପାଇଁ ଏକ ପୁଙ୍ଖାନୁପୁଙ୍ଖ ଏବଂ ବ୍ୟାପକ କାର୍ଯ୍ୟ ଆରମ୍ଭ କରିବ।
ଯେପରିକି ଚାମ୍ବର, ଅଫିସ୍, ରେକର୍ଡ ରୁମ୍, ୱାଶରୁମ୍ ଇତ୍ୟାଦି ସାନିଟାଇଜ କରାଯିବ। ଏଥିରେ କୁହାଯାଇଛି ଯେ ଉପରୋକ୍ତ ସମୟ ମଧ୍ୟରେ ହାଇକୋର୍ଟର ନ୍ୟାୟିକ କାର୍ଯ୍ୟ ସ୍ଥଗିତ ରହିବ।