ETV Bharat / bharat

ମାସ୍କ ନିୟମ ଉଲ୍ଲଙ୍ଘନ; ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ - ମାସ୍କ ପିନ୍ଧିବା

କୋରୋନା ସମୟରେ ମାସ୍କ ପିନ୍ଧିବା ନିୟମ ଉଂଲ୍ଲଘନ କଲେ ଖିଲାପକାରୀଙ୍କୁ କୋଭିଡ ସେଣ୍ଟରରେ ସେବା କରିବା ବାଧ୍ୟତାମୂଳକ କରି ବୁଧବାର ରାୟ ଶୁଣାଇଥିଲେ ଗୁଜୁରାଟ ହାଇକୋର୍ଟ । ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଗୁଜୁରାଟ ସରକାର ।

Gujarat High Court order
ସୁପ୍ରିମକୋର୍ଟ ଗଲେ ଗୁଜୁରାଟ ସରକାର
author img

By

Published : Dec 3, 2020, 10:34 PM IST

ଅହମ୍ମଦାବାଦ: ଗୁଜୁରାଟ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଗୁଜରାଟ ସରକାର । କୋରୋନା ସମୟରେ ମାସ୍କ ପିନ୍ଧିବା ନିୟମ ଉଂଲ୍ଲଘନ କଲେ ଖିଲାପକାରୀଙ୍କୁ କୋଭିଡ ସେଣ୍ଟରରେ ସେବା କରିବା ବାଧ୍ୟତାମୂଳକ କରି ଗତକାଲି (ବୁଧବାର) ରାୟ ଶୁଣାଇଥିଲେ ଗୁଜୁରାଟ ହାଇକୋର୍ଟ ।

ଯାହାକୁ ଆଜି(ଗୁରୁବାର) ଚ୍ୟାଲେଞ୍ଜ କରି ଗୁଜୁରାଟ ସରକାର ସର୍ବୋଚ୍ଚ ନ୍ୟାୟଳୟର ଦ୍ବାରସ୍ଥ ହୋଇଛନ୍ତି । ବୁଧବାର ଗୁଜୁରାଟ ହାଇକୋର୍ଟ, କୋଭିଡ ନିୟମ ଉଂଲ୍ଲଘନ କରୁଥିବା ବ୍ୟକ୍ତିଙ୍କୁ କୋଭିଡ ସେଣ୍ଟରରେ ରହି ସେବା କରିବାକୁ ବାଧ୍ୟତାମୂଳକ କରିଥିଲେ । ଏହି ରାୟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ ଗୁଜୁରାଟ ହାଇକୋର୍ଟ ।

ବିନା କୌଣସି ଭେଦଭାବରେ ସମସ୍ତ ଉଂଲ୍ଲଘନକାରୀଙ୍କ ପାଇଁ ନିୟମକୁ ସମାନ କରାଯିବ । ଉଂଲ୍ଲଘନକାରୀ କୋଭିଡ କେନ୍ଦ୍ରରେ ଅଣଚିକିତ୍ସା ସେବା ଯେପରିକି, ସଫେଇ କାର୍ଯ୍ୟ, ଗୃହରକ୍ଷୀ, ଖାଦ୍ୟ ରାନ୍ଧିବା , ପରିବେଷଣରେ ସହାୟତା, ରେକର୍ଡ ପ୍ରସ୍ତୁତି, ଡାଟା ଫିଡିଂ ଇତ୍ୟାଦି କାର୍ଯ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା ।

ଉଲ୍ଲଂଘନକାରୀଙ୍କ ବୟସ, ଯୋଗ୍ୟତା, ଲିଙ୍ଗ ଏବଂ ସ୍ବାସ୍ଥ୍ୟ ସ୍ଥିତିକୁ ବିଚାର କରି କର୍ତ୍ତୃପକ୍ଷଙ୍କ ଦ୍ବାରା ଦିଆଯାଇଥିବା କାର୍ଯ୍ୟକୁ ଉପଯୁକ୍ତ ଭାବରେ ପାଳନ କରିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି ଗୁଜୁରାଟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.