ETV Bharat / bharat

ଗୁଜୁରାଟ ରାଜନୀତି: ଇସ୍ତଫା ଦେଇଥିବା 5 କଂଗ୍ରେସ ବିଧାୟକ ଦଳରୁ ବହିଷ୍କୃତ

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜୁରାଟର ଇସ୍ତଫା ଦେଇଥିବା କଂଗ୍ରେସର 5 ବିଧାୟକଙ୍କୁ ସୋମବାର ଦଳରୁ ବହିଷ୍କାର କରାଯାଇଛି । ଗାଡାର ପ୍ରବୀଣ ମାରୁ, ଅବଦାସାରୁ ପ୍ରଦ୍ୟୁମାନସିନ୍ ଜାଡେଜା, ଲିମ୍ବଡିରୁ ସୋମା କୋଲି ପଟେଲ, ଧାରୀରୁ ଜେ.ଭି କାକାଡିଆ ଏବଂ ଡାଙ୍ଗରୁ ମଙ୍ଗଲ ଗାଭିଟ। ପାଞ୍ଚ ବିଧାୟକ ଦଳରୁ ବହିଷ୍କୃତ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 16, 2020, 5:56 PM IST

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଇସ୍ତଫା ଦେଇଥିବା 5 ବିଧାୟକଙ୍କୁ ଦଳରୁ ନିଲମ୍ବନ କଲା କଂଗ୍ରେସ । ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜୁରାଟର ଇସ୍ତଫା ଦେଇଥିବା କଂଗ୍ରେସର 5 ବିଧାୟକଙ୍କୁ ସୋମବାର ଦଳରୁ ବହିଷ୍କାର କରାଯାଇଛି ।

ଗାଡାର ପ୍ରବୀଣ ମାରୁ, ଅବଦାସାରୁ ପ୍ରଦ୍ୟୁମାନସିନ୍ ଜାଡେଜା, ଲିମ୍ବଡିରୁ ସୋମା କୋଲି ପଟେଲ, ଧାରୀରୁ ଜେ.ଭି କାକାଡିଆ ଏବଂ ଡାଙ୍ଗରୁ ମଙ୍ଗଲ ଗାଭିଟ। ପାଞ୍ଚ ବିଧାୟକ ଦଳରୁ ବହିଷ୍କୃତ ହୋଇଛନ୍ତି । ଗୁଜୁରାଟ ବିଧାନସଭା ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ସୋମବାର ଦିନ ଗୃହକୁ ସୂଚନା ଦେଇଛନ୍ତି ଯେ ପାଞ୍ଚ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି ଏବଂ ସେ ସେମାନଙ୍କ ଇସ୍ତଫା ଗ୍ରହଣ କରିଛନ୍ତି।

ଏଠାରେ ସୂଚନା ଯେଗ୍ୟ ଯେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ପାଞ୍ଚ ବିଧାୟକଙ୍କ ଇସ୍ତଫା ପରେ 182 ସଦସ୍ୟ ବିଶିଷ୍ଟ ଗୁଜୁରାଟ ବିଧାନସଭାରେ କଂଗ୍ରେସର ବିଧାୟକ ସଂଖ୍ୟା 73 ରୁ 69ରେ ପହଞ୍ଚିଛି ।

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଶାସକ ବିଜେପି ଦ୍ବାରା ଘୋଡା ବେପାରକୁ ଭୟ କରି କଂଗ୍ରେସ ଶନିବାର 14 ଜଣ ବିଧାୟକଙ୍କୁ ଜୟପୁରକୁ ସ୍ଥାନାନ୍ତର କରିଥିଲା ।

ଏଠାରେ ସୂଚନା ଯୋଗ୍ୟ ଯେ, ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଅଭୟ ଭରଦ୍ବାଜ, ରାମିଲା ବାରା ଏବଂ ନରହରି ଆମିନଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ବରିଷ୍ଠ ନେତା ଶକ୍ତିସିନ୍ହ ଗୋହିଲ ଏବଂ ଭାରତସିନ୍ ସୋଲାଙ୍କୀଙ୍କୁ ପ୍ରାର୍ଥୀ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.