ETV Bharat / bharat

ବିଲଡରଙ୍କ ବିଶାଳ ହୃଦୟ, ବିନା ଭଡାରେ ରହିବାକୁ ଦେଲେ 90 ଫ୍ଲାଟ୍‌ - କୋରୋନା ସଙ୍କଟରେ ବିଲଡରଙ୍କ ଉଦାରତା

କୋରୋନା ସଙ୍କଟରେ ବିଲଡରର ଉଦାରତା । ନିଜ 90 ଫ୍ଲାଟକୁ ବିନା ଭଡ଼ାରେ ଲୋକଙ୍କୁ ରହିବାକୁ ଦେଇଛନ୍ତି । ଏବଂ କେବଳ 2 ବର୍ଷ ମେଣ୍ଟେନାନ୍ସ ପାଇଁ ଟଙ୍କା ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି ବିଲଡର | ଅଧିକ ପଢନ୍ତୁ...

Gujarat: builder's generosity in Corona crisis, 90 flats without rent
କୋରୋନା ସଙ୍କଟରେ ବିଲଡରଙ୍କ ଉଦାରତା, ବିନା ଭଡ଼ାରେ ରହିବାକୁ ଦେଲେ 90 ଫ୍ଲାଟ
author img

By

Published : Sep 16, 2020, 1:42 PM IST

ଗାନ୍ଧୀନଗର: କୋରୋନା ସଙ୍କଟରେ ବିଲଡରର ଉଦାରତା। ନିଜ 90 ଫ୍ଲାଟକୁ ବିନା ଭଡ଼ାରେ ଲୋକଙ୍କୁ ରହିବାକୁ ଦେଇଛନ୍ତି । ସୁରଟର ଏହି ବିଲଡର ସମାଜରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି | କୋରୋନା ଏବଂ ଲକଡାଉନ୍ ଅନେକ ଲୋକଙ୍କ ରୋଜଗାର ଉପରେ ସିଧାସଳଖ ପ୍ରଭାବ ପକାଇଛି । ଏହି କାରଣରୁ ସୁରଟରେ ଅନେକ ବସ୍ତ୍ର ଏବଂ ହୀରା ଶିଳ୍ପ ବନ୍ଦ ହୋଇଯାଇଛି। ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକ ଚାକିରୀ ଅଭାବରୁ ନିଜ ଗାଁକୁ ଫେରିବାକୁ ଚାହୁଁଛନ୍ତି । କିନ୍ତୁ ଏଭଳି ଘଡ଼ି ସନ୍ଧି ମୁହୂର୍ତ୍ତରେ ବିଲଡର ତାଙ୍କର 90 ଫ୍ଲାଟ ବିକ୍ରି ନକରି ଲୋକଙ୍କୁ ବିନା ଭଡାରେ ରହିବାକୁ ଦେଇଛନ୍ତି ।

ବିଲଡର କେବଳ 2 ବର୍ଷ ମେଣ୍ଟେନାନ୍ସ ପାଇଁ ଟଙ୍କା ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି | ବିଲଡରରଙ୍କ ଏହି କାର୍ଯ୍ୟକୁ ଲୋକମାନେ ବହୁତ ପ୍ରଶଂସା କରିଛନ୍ତି | ସୁରଟର ବରଚ୍ଚା ବେଲଞ୍ଜା ପୋଖରୀ କୂଳରେ ସ୍ଥିତ ସାକାରିତ ରୁଦ୍ରାକ୍ଷ ପ୍ୟାଲେସରେ ମୋଟ 90 ଫ୍ଲାଟ ନିର୍ମାଣ କରାଯାଇଛି।

ଏହି ଫ୍ଲାଟଗୁଡିକ ସୁରଟ ବିଲଡର ପ୍ରକାଶ ଭାଲାଣି ମାଧ୍ୟମରେ ନିର୍ମାଣ କରାଯାଇଛି | କୋରୋନା ମହାମାରୀ ମଧ୍ୟରେ ଆର୍ଥିକ ଦୃଷ୍ଟିରୁ ଫସି ରହିଥିବା ପରିବାରକୁ ରିଲିଫ ଯୋଗାଇବା ପାଇଁ ବିଲଡର ଫ୍ଲାଟକୁ ବିନା ଭଡାରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସେ ମେଣ୍ଟେନାନ୍ସ ପାଇଁ କେଭଳ 1500 ଟଙ୍କା ନେବେ ବୋଲି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.