ETV Bharat / bharat

କୋରୋନା କଟକଣାର ଧଜିଆ ଉଡାଇଲେ ଗୁଜୁରାଟର ବିଜେପି ନେତା - କୋରୋନା ନିୟମ ଉଲ୍ଲଂଘନ

ଗୁଜୁରାଟରେ ପ୍ରତିଦିନ 1000 ରୁ ଅଧିକ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସୁଥିବା ବେଳେ ରାଜ୍ୟ ବିଜେପି ସଭାପତି ସି ଆର ପାଟିଲ କୋରୋନା ନିୟମ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି ।

କୋରୋନା ନିୟମ ଉଲ୍ଲଂଘନ କଲେ ଗୁଜୁରାଟର ବିଜେପି ନେତା

author img

By

Published : Aug 22, 2020, 9:06 PM IST

ଗାନ୍ଧୀନଗର: ଗୁଜୁରାଟ ଉପ-ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ସଭାପତି ସି ଆର ପାଟିଲ ଚାରି ଦିନିଆ ସୌରାଷ୍ଟ୍ର ଅଞ୍ଚଳ ଗସ୍ତ କରିଛନ୍ତି । ତେବେ ଏହି ସମୟରେ ସେ ଭିଡ ଭିଡ଼ ଜମାଇ କୋରୋନା ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି । ଗୁଜୁରାଟରେ ପ୍ରତିଦିନ 1000 ରୁ ଅଧିକ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସୁଥିବା ବେଳେ ପାଟିଲଙ୍କ ନିର୍ବାଚନ ଯାତ୍ରା ଏକ ବିବାଦୀୟ ପ୍ରସଙ୍ଗ ପାଲଟିଛି ।

କୋରୋନା ନିୟମ ଉଲ୍ଲଂଘନ କଲେ ଗୁଜୁରାଟର ବିଜେପି ନେତା
କୋରୋନା ନିୟମ ଉଲ୍ଲଂଘନ କଲେ ଗୁଜୁରାଟର ବିଜେପି ନେତା

ସୋମନାଥ ମନ୍ଦିରରେ ଦର୍ଶନ ପରେ ସେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ତେବେ କୋରୋନା ମହାମାରୀ ଯୋଗୁଁ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି । ତେବେ ଏହି ସମୟରେ ପାଟିଲଙ୍କୁ ନିର୍ବାଚନୀ ପ୍ରଚାର ପାଇଁ କିଭଳି ଅନୁମତି ମିଳିଲା ସେନେଇ ପ୍ରଶ୍ନ ଉଠାଯାଉଛି । ଏହା ବ୍ୟତୀତ ଦଳର ନେତାଙ୍କ ଦ୍ବାରା ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କରାଯାଉଥିଲା । ହେଲେ ପାଟିଲଙ୍କ ସୁରକ୍ଷା ପାଇଁ ନିୟୋଜିତ ପୋଲିସ ଫୋର୍ସ ଏହି ସମୟରେ ମୂକ ଦର୍ଶକ ସାଜିଥିଲେ । ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି ।

ତେବେ ନିୟମ ଉଲ୍ଲଂଘନ ପାଇଁ ପ୍ରଶାସନ 1000 ଟଙ୍କା ଜୋରିମାନା ଲାଗୁ କରିବାକୁ ନିର୍ଦ୍ଦଶ ଦେଇଛି । ତଥାପି ପାଟିଲଙ୍କ ବୈଠକରେ ଯୋଗ ଦେଇଥିବା ଲୋକଙ୍କୁ ମାସ୍କ ନପିନ୍ଧିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଗୁଜୁରାଟର ଆଠଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ସେଥିମଧ୍ୟରୁ ଚାରିଟି ସୌରାଷ୍ଟ୍ର ଅଞ୍ଚଳର। ଏହି ଆସନ ଜିତିବା ପାଇଁ ପାଟିଲ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି।

ଚଳିତ ବର୍ଷ ସେପ୍ଟେମ୍ବର ଶେଷରୁ ନଭେମ୍ବର ମଧ୍ୟରେ ନିର୍ବାଚନ ହେବାର ସମ୍ଭାବନା ରହିଛି । ଯଦିଓ ନିର୍ବାଚନ ଆୟୋଗ ଏହାର ପ୍ରକୃତ ତାରିଖ ଘୋଷଣା କରିନାହାଁନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.