ETV Bharat / bharat

ଛୋଟା ଶକିଲ ଗ୍ୟାଙ୍ଗର ଆଉ 4 ସଦସ୍ୟ ଗିରଫ - Gujarat ATS arrests 4 more accused of Chhota Shakil gang

ଗୁଜୁରାଟରେ ବିଜେପି ନେତାଙ୍କୁ ହତ୍ୟା କରିବାକୁ ଆସିଥିବା ଛୋଟା ଶକିଲ ଗ୍ୟାଙ୍ଗର ଆଉ 4 ସଦସ୍ୟ ଗିରଫ ।

ଛୋଟା ଶକିଲ ଗ୍ୟାଙ୍ଗର ଆଉ 4 ସଦସ୍ୟ ଗିରଫ
ଛୋଟା ଶକିଲ ଗ୍ୟାଙ୍ଗର ଆଉ 4 ସଦସ୍ୟ ଗିରଫ
author img

By

Published : Aug 23, 2020, 8:46 PM IST

ଅହମଦାବାଦ: ଗୁଜୁରାଟରେ ବିଜେପି ନେତାଙ୍କୁ ହତ୍ୟା କରିବାକୁ ଆସିଥିବା ଛୋଟା ଶକିଲ ଗ୍ୟାଙ୍ଗର ଆଉ 4 ସଦସ୍ୟ ଗିରଫ । ଗୁଜୁରାଟ ଆତଙ୍କବାଦୀ ବିରୋଧୀ ସ୍କ୍ବାଡ ସେମାନଙ୍କୁ ଗିରଫ କରିଛି । ସମସ୍ତେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ବୋଲି ଜଣାପଡିଛି । ଗୁଜୁରାଟର ପୂର୍ବତନ ଗୃହମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଗ୍ୟାଙ୍ଗଷ୍ଟର ଛୋଟା ଶକିଲ ସେମାନଙ୍କୁ ପଠାଇଥିବା ଅଭିଯୋଗ ହୋଇଛି। ଗିରଫ ହୋଇଥିବା ଛୋଟା ଶକିଲ ଗ୍ୟାଙ୍ଗର ଶୁଟର ଇରଫାନ ଶେଖକୁ ପଚାରାଉଚାରା ବେଳେ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ବିଷୟରେ ଜଣାପଡିଥିଲା ।

ଛୋଟା ଶକିଲ ପୂର୍ବତନ ଗୃହମନ୍ତ୍ରୀ ଗୋରଧନ ଜଡାଫିଆଙ୍କ ସମେତ ବିଜେପି ନେତାମାନଙ୍କୁ ହତ୍ୟା କରିବା ପାଇଁ ଏମାନଙ୍କୁ ପଠାଇଥିବାର ଅଭିଯୋଗ ହୋଇଛି। 2002 ଦଙ୍ଗା ସମୟରେ ଜଡାଫିଆ ଗୃହମନ୍ତ୍ରୀ ଥିଲେ। ଏହାପୂର୍ବରୁ ଗୁଜୁରାଟର ପୂର୍ବତନ ଗୃହମନ୍ତ୍ରୀ ହାରେନ ପାଣ୍ଡ୍ୟାଙ୍କୁ ମଧ୍ୟ ମାର୍ଚ୍ଚ 2003 ରେ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ହତ୍ୟା ଗୋଧରା ଦଙ୍ଗାର ପ୍ରତିଶୋଧ ବୋଲି କୁହାଯାଉଥିଲା ।

ଏକ ସୂଚନା ଆଧାରରେ ମଙ୍ଗଳବାର ବିଳମ୍ବିତ ରାତିରେ ଏଟିଏସ୍ ଟିମ୍ ଅହମଦାବାଦରେ ଥିବା ଏକ ହୋଟେଲ ଉପରେ ଚଢାଉ କରି ମୁମ୍ବାଇର ବାସିନ୍ଦା ଶେଖକୁ କାବୁ କରିଥିଲା । ଶେଖର ମୋବାଇଲ ଫୋନରେ ଜଡାଫିଆଙ୍କ ସୂଚନା ଏବଂ ରାଜ୍ୟ ବିଜେପି ମୁଖ୍ୟାଳୟର ଏକ ଭିଡିଓ ମିଳିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.