ETV Bharat / bharat

ଟ୍ରମ୍ପଙ୍କ ସୁରକ୍ଷାରେ ସିକ୍ରେଟ ସର୍ଭିସ, NSG ଓ ଜେଟ ବ୍ୟବସ୍ଥା - ଟ୍ରଙ୍କ ବିଦେଶ ଗସ୍ତ ପୂର୍ବର ପ୍ରସ୍ତୁତି

ଟ୍ରଙ୍କ ବିଦେଶ ଗସ୍ତ ପୂର୍ବରୁ ଆମେରିକା ସିକ୍ରେଟ ସର୍ଭିସ ପୂରା ଆୟୋଜନ କରିଥାନ୍ତି । ତାଙ୍କ ଏଜେଣ୍ଟଙ୍କ ଦ୍ବାରା ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ପ୍ରତି ମୂହର୍ତ୍ତରେ ପ୍ରସ୍ତୁତଥାନ୍ତି । ଆସନ୍ତୁ ଜାଣିବା ଅହମ୍ମଦାବାଦ ଗସ୍ତରେ କିପରି ରହିବ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥା...

trump road show
ଟ୍ରମ୍ପଙ୍କ ଗସ୍ତରେ ସୁରକ୍ଷା ବ୍ୟବସ୍ଥା
author img

By

Published : Feb 17, 2020, 2:42 AM IST

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଆସନ୍ତା 24 ଓ 25ରେ ଭାରତ ଗସ୍ତରେ ଆସିବେ । ତାଙ୍କ ସ୍ବାଗତକୁ ନେଇ ଭାରତରେ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଟ୍ରମ୍ପ ପ୍ରଥମେ ଗୁଜୁରାଟର ଅହମ୍ମଦାବାଦ ଗସ୍ତ କରି ସେଠାରେ ଏକ ରୋଡ ସୋ କରିବେ।

trump road show
ଟ୍ରମ୍ପଙ୍କ ଗସ୍ତରେ ସୁରକ୍ଷା ବ୍ୟବସ୍ଥା

ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ କ୍ରିକେଟ ଷ୍ଟାଡିୟମର ମଧ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଦିଲ୍ଲୀ ଆସି ସେଠାରେ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ରାଷ୍ଟ୍ରପତିଙ୍କ ଦୁଇ ଦିବସୀୟ ଗସ୍ତକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଚ କରାଯାଇଛି । ଆପଣଙ୍କୁ କହିରଖୁଛୁ ଯେ, ଟ୍ରଙ୍କ ବିଦେଶ ଗସ୍ତ ପୂର୍ବରୁ ଆମେରିକା ସିକ୍ରେଟ ସର୍ଭିସ ପୂରା ଆୟୋଜନ କରିଥାନ୍ତି । ତାଙ୍କ ଏଜେଣ୍ଟଙ୍କ ଦ୍ବାରା ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ପ୍ରତି ମୂହର୍ତ୍ତରେ ପ୍ରସ୍ତୁତଥାନ୍ତି । ଆସନ୍ତୁ ଜାଣିବା ଅହମ୍ମଦାବାଦ ଗସ୍ତରେ କିପରି ରହିବ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥା...

- 25 IPS ଅଫିସରଙ୍କ ନେତୃତ୍ବରେ ଗଠିତ ଟିମ

ପ୍ରଧାନମନ୍ତ୍ରୀ ମୋଦି ଓ ଟ୍ରମ୍ପ 22 କିମି ଲମ୍ବା ରୋଡ ଶୋ କରିବେ । ଯାହା ଅହମ୍ମଦାବାଦ ବିମାନବନ୍ଦରରୁ ଆରମ୍ଭ ହୋଇ ସାବରମତି ଆଶ୍ରମ ଏବଂ ଇନ୍ଦିରା ବ୍ରିଜ ହୋଇ ମୋଟିରା ଷ୍ଟାଡିୟମରେ ସରିବ । ଏହାଦ୍ବାରା ତାଙ୍କ ସୁରକ୍ଷାରେ 25 IPS ଅଫିସରଙ୍କ ନେତୃତ୍ବରେ ଟିମ ପ୍ରସ୍ତୁତ ରହିବ ।

trump road show
ଟ୍ରମ୍ପଙ୍କ ଗସ୍ତରେ ସୁରକ୍ଷା ବ୍ୟବସ୍ଥା

-NSGର ଟିମ ପ୍ରସ୍ତୁତ

ପୋଲିସ ଉପାଯୁକ୍ତ ବିଜୟ ପଟେଲ କହିଛନ୍ତି ଯେ, ଏହା ଜରିଆରେ ଏନଏସଜିର ଆଣ୍ଟି ସ୍ନାଇପର ଟିମ ମଧ୍ୟ ମୁତୟନ ରହିବେ । ବରିଷ୍ଠ ଅଧିକାରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ତଦନ୍ତ ଓ ବୋମା ନିରୋଧକ କାର୍ଯ୍ୟ ପାଇଁ ଏମନାନେ ନିୟୋଜିତ ଥାନ୍ତି ।

-10,000 ପୋଲିସକର୍ମୀଙ୍କ ଦ୍ବାରା ସୁରକ୍ଷା ଘେରା

65 ସହାୟକ ଆୟୁକ୍ତ , 200 ନିରିକ୍ଷଣ ଏବଂ 800 ଉପନିରିକ୍ଷକ ସମେତ ପାଖାପାଖି 10 ହଜାରରୁ ଉର୍ଦ୍ଧ୍ବ ପୋଲିସକର୍ମୀ ସହରର ଭିନ୍ନଭିନ୍ନ ସ୍ଥାନରେ ମୁତୟନ ରହିବେ ।

-ଆମେରିକା ସିକ୍ରିଟ ସର୍ଭିସର ରହିବ ନଜର

ରାଜ୍ୟ ପୋଲିସ ଏବଂ ଏନଏସଜି ବ୍ୟତୀତ ସୁରକ୍ଷା ଦାୟୀତ୍ବରେ ଆମେରିକା ଗୁଇନ୍ଦା ବିଭାଗ ଏବଂ ବିଶେଷ ସୁରକ୍ଷା ସମୂହର ଅଧିକାରୀ ମଧ୍ୟ ଟ୍ରମ୍ପଙ୍କ ସୁରକ୍ଷାରେ ରହିବେ ।

-ହୋଟେଲରେ ରହୁଥିବା ଅତିଥିଙ୍କ ଯାଞ୍ଚ

କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ଏଡାଇବା ପାଇଁ ଅହମ୍ମଦାବାଦ ସହରରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ହୋଟେଲରେ ରହୁଥିବା ଯାତ୍ରୀଙ୍କ ବିଷୟରେ ଜାଣିବାକୁ ଏକ ସ୍ବତନ୍ତ୍ର ୱେବସାଇଟର ବ୍ୟବହାର କରାଯାଏ ।

-ସ୍ଥଳଭାଗରୁ ନେଇ ଆକାଶ ମାର୍ଗ ଯାଏଁ ନଜର

ଟ୍ରମ୍ପଙ୍କ ସୁରକ୍ଷାରେ ମଧ୍ୟ 7ଟି ବିମାନକୁ ମଧ୍ୟ ମୁତୟନ କରାଯାଇଛି । ସେଥିମଧ୍ୟରୁ ଗୋଟିଏ ଟ୍ରମ୍ପଙ୍କ ଅଧିକାରୀକ ଜେଟ ଏୟାରଫୋର୍ସ ରହିବ । ଅହମ୍ମଦାବାଦ ଗସ୍ତରେ 7ସ୍ତରୀୟ ସୁରକ୍ଷା ଘେରା ରହିବ । ଟ୍ରମ୍ପ ଯେଉଁ କାରରେ ରହିବେ, ସେହି କାର ଉପରେ ପରମାଣୁ ଆକ୍ରମଣ ମଧ୍ୟ ବିଫଳ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.