ETV Bharat / bharat

ନିର୍ଦ୍ଦେଶାବଳୀ ତ ରହିଛି, ହେଲେ କାର୍ଯ୍ୟାନୁଷ୍ଠାନ କାହିଁ ? - ବଳାତ୍କାର ମାମଲା ପଞ୍ଜୀକୃତ ହେବା ଘଟଣା

ଗତବର୍ଷ, ପ୍ରତି ଦିନ ହାରାହାରି 87ଟି ବଳାତ୍କାର ମାମଲା ପଞ୍ଜୀକୃତ ହେବା ଘଟଣା ମହିଳାମାନଙ୍କର ମର୍ଯ୍ୟାଦା ଓ ମାତୃତ୍ବ ଉପରେ ଏକ କଳଙ୍କ ସଦୃଶ । ସାତ ବର୍ଷ ତଳେ, ଜଷ୍ଟିସ୍‌ ଜେ.ଏସ୍‌. ବର୍ମା କମିଟି ଏକ କଠୋର ସତ୍ୟର ଅବତାରଣା କରି କହିଥିଲେ ଯେ, ଆଇନର ଅଭାବ ନୁହେଁ, ବରଂ ସୁଶାସନର ଅଭାବ ଏବଂ ଆଇନର ଶାସନ ପ୍ରତି ଭୟ ନ ରହିବା ହିଁ ସମାଜରେ ଅସୁରକ୍ଷିତ ପରିବେଶର କାରଣ । ଅଧିକ ପଢନ୍ତୁ...

ନିର୍ଦ୍ଦେଶାବଳୀ ତ ରହିଛି, ହେଲେ କାର୍ଯ୍ୟାନୁଷ୍ଠାନ କାହିଁ ?

author img

By

Published : Oct 14, 2020, 2:28 PM IST

ଦେଶରେ ମୋଟ ଲୋକସଂଖ୍ୟାର ପ୍ରାୟ ଅଧା ମହିଳା । ଗତ ବର୍ଷ, ପ୍ରତି ଦିନ ହାରାହାରି 87ଟି ବଳାତ୍କାର ମାମଲା ପଞ୍ଜୀକୃତ ହେବା ଘଟଣା ମହିଳାମାନଙ୍କର ମର୍ଯ୍ୟାଦା ଓ ମାତୃତ୍ବ ଉପରେ ଏକ କଳଙ୍କ ସଦୃଶ । ସାତ ବର୍ଷ ତଳେ, ଜଷ୍ଟିସ୍‌ ଜେ.ଏସ୍‌. ବର୍ମା କମିଟି ଏକ କଠୋର ସତ୍ୟର ଅବତାରଣା କରି କହିଥିଲେ ଯେ, ଆଇନର ଅଭାବ ନୁହେଁ, ବରଂ ସୁଶାସନର ଅଭାବ ଏବଂ ଆଇନର ଶାସନ ପ୍ରତି ଭୟ ନ ରହିବା ହିଁ ସମାଜରେ ଅସୁରକ୍ଷିତ ପରିବେଶର କାରଣ । ରୋଗର ନିରୂପିତ ମୂଳ କାରଣ ନିରାକରଣ ନକରି କେବଳ ନିର୍ଦ୍ଦେଶାବଳୀ ଜାରି କରିବା କିମ୍ବା ଆଇନରେ ସଂଶୋଧନ କରିବା ଦ୍ବାରା କୌଣସି ସାମାଜିକ ସମସ୍ୟାକୁ ଦୂର କରିହେବ ନାହିଁ ।

ମହିଳାଙ୍କ ବିରୋଧରେ ଅପରାଧ କ୍ଷେତ୍ରରେ ପୋଲିସ କେଉଁଭଳି କଠୋର କାର୍ଯ୍ୟାନୁଷ୍ଠାନ ନେବା ଦରକାର, ସେ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗତ ବର୍ଷ ମେ 16, ଡିସେମ୍ବର 5 ଏବଂ ଚଳିତ ମାସ 5 ତାରିଖରେ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରାଯାଇଛି । କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ, ମହିଳାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା କ୍ଷେତ୍ରରେ ଥାନାର କାର୍ଯ୍ୟ ପରିସରକୁ ବିଚାରକୁ ନନେଇ ଯେ କୌଣସି ଥାନାରେ ଏତଲା ଦାୟର କରାଯାଇପାରିବ । ଫୌଜଦାରି କାର୍ଯ୍ୟବିଧି ଆଇନ ବା ସିଆର୍‌ପିସିର 173 ଧାରା ଅନୁସାରେ ଏଭଳି ମାମଲାର ତଦନ୍ତ 60 ଦିନ ମଧ୍ୟରେ ଶେଷ ହେବା ଦରକାର ଏବଂ ତଦନ୍ତରେ ଅବହେଳା କ୍ଷେତ୍ରରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ବି ରହିଛି । ଏଥିରୁ ବୁଝାଯାଏ ଯେ, ଅପରାଧ ଅଭିଯୋଗ ପଞ୍ଜୀକୃତ ହେବା ପରେ, ‘ଇନ୍‌ଭେଷ୍ଟିଗେସନ୍‌ ଟ୍ରାକିଂ’ ପଦ୍ଧତି ମାଧ୍ୟମରେ ଥରକୁ ଥର ତଦନ୍ତ ପ୍ରକ୍ରିୟାର ତଦାରଖ କରାଯିବା ଉଚିତ । ଫୌଜଦାରି କାର୍ଯ୍ୟବିଧି ଆଇନର 154 ଧାରା ଅନୁସାରେ ଏତଲା ପଞ୍ଜୀକରଣ ବାଧ୍ୟତାମୂଳକ ବୋଲି 2013ରେ ସୁପ୍ରିମ କୋର୍ଟ ରାୟ ଦେଇଥିଲେ ଏବଂ ସେତେବେଳେ ପୋଲିସ ପାଳନ କରିବା ଲାଗି ଆଠଟି ନିର୍ଦ୍ଦେଶ ଜାରି କରିଥିଲେ ।

ଯେଉଁ ପର୍ଯ୍ୟନ୍ତ ପୋଲିସ ରାଜନୈତିକ ନେତା, ଗୁଣ୍ଡା ଓ ଅପରାଧୀମାନଙ୍କ ଭୃତ୍ୟ ଭାବରେ ସେମାନଙ୍କ ନିର୍ଦ୍ଦେଶକୁ ଅନୁସରଣ କରିଚାଲିଥିବ, ସେ ପର୍ଯ୍ୟନ୍ତ ରାଜନୈତିକ ପ୍ରଭାବ କାରଣରୁ ଆଇନ କବଳରୁ ନିର୍ଦ୍ଦୋଷରେ ଖସି ଯାଇପାରିବେ ବୋଲି ଦାମ୍ଭିକ ମନୋବୃତ୍ତି ସହ ଅପରାଧୀମାନେ ମହିଳାମାନଙ୍କ ଉପରେ ମନଇଚ୍ଛା ଅତ୍ୟାଚାର କରିଚାଲିଥିବେ । ତେଣୁ, କେବଳ ନିର୍ଦ୍ଦେଶାବଳୀର ପୁନରାବୃତ୍ତି କରିବା ବଦଳରେ ତୁରନ୍ତ ଏହାକୁ କଠୋର ଭାବରେ କାର୍ଯ୍ୟକାରୀ କରିବା ଉଚିତ ।ଯଦି ଜଘନ୍ୟ ଅପରାଧୀମାନଙ୍କ ପ୍ରତି ଶାସ୍ତିବିଧାନ ନ କରାଯାଏ, ତେବେ ଏଭଳି ସମସ୍ତ ମାମଲାରେ ତଦନ୍ତକାରୀ ଏବଂ ମକଦ୍ଦମା ପରିଚାଳନା କରୁଥିବା କର୍ତ୍ତୃପକ୍ଷଙ୍କ ଭୂମିକାକୁ କଠୋର ଭାବରେ ଯାଞ୍ଚ କରାଯିବା ଉଚିତ । 2014ରେ ନ୍ୟାୟପାଳିକା ମତପୋଷଣ କରିଥିଲେ ଯେ ସେମାନଙ୍କୁ ଏଥିପାଇଁ ଉତ୍ତରଦାୟୀ କରାଯିବା ସହିତ ତ୍ରୁଟିବିଚ୍ୟୁତି ପାଇଁ ବିଭାଗ ପକ୍ଷରୁ ଶାସ୍ତି ମିଳିବା ଉଚିତ । ସେତେବେଳେ ଅଦାଲତ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଛଅ ମାସ ଭିତରେ ସରକାର ଆବଶ୍ୟକ ବ୍ୟବସ୍ଥା କରିବାରେ ବିଫଳ ହୋଇଥିବାରୁ ସମାଜରେ ଆପରାଧିକ କାର୍ଯ୍ୟକଳାପର ଧାରା ନିରବଚ୍ଛିନ୍ନ ଭାବରେ ଜାରି ରହିଛି ।

ଅପରାଧୀମାନଙ୍କ କାର୍ଯ୍ୟକଳାପକୁ ଅଣଦେଖା ନ କରି ଆଇନର ଶାସନ ବଜାୟ ରଖିବାକୁ ହେଲେ ପୋଲିସ ବ୍ୟବସ୍ଥାରେ ସଂସ୍କାର ଆବଶ୍ୟକ ବୋଲି ମତାମତ ସହିତ 2006ରେ ପ୍ରକାଶ ସିଂହ ମାମଲାର ବିଚାର କରି ସୁପ୍ରିମ କୋର୍ଟ ଦେଇଥିବା ସାତଟି ସ୍ପଷ୍ଟ ନିର୍ଦ୍ଦେଶକୁ କୌଣସି ରାଜ୍ୟ ବିଶ୍ବସ୍ତ ଭାବରେ ପାଳନ କରିନାହାନ୍ତି । ଯେତେବେଳେ ନିର୍ଲଜ ଦୁଃସାହସ ପ୍ରଦର୍ଶନ ପୂର୍ବକ ଆପରାଧିକ ରାଜନୀତି ଚାଲେ ଏବଂ ପୋଲିସ ସଂଗଠନ ଏଭଳି ରାଜନେତାଙ୍କ ଅଧୀନରେ ପରିଚାଳିତ ହୁଏ, ସେତେବେଳେ ସାମାଜିକ ନ୍ୟାୟ ବା କିପରି ହାସଲ କରାଯାଇପାରିବ ? ସେହି ବର୍ଷ, ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଭି. ଏନ୍‌. ଖରେ ଆପରାଧିକ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଯେଉଁ କେତେକ ସଶକ୍ତ ପ୍ରସ୍ତାବ ଦେଇଥିଲେ, ତାହା ‘ପଞ୍ଚଶୀଳ’ ନୀତି ସହିତ ତୁଳନୀୟ ।

ପ୍ରଥମ ପ୍ରସ୍ତାବ ଥିଲା ଯେ, ମକଦ୍ଦମା ପରିଚାଳନାର ଦାୟିତ୍ବ ସରକାରୀ ନିୟନ୍ତ୍ରଣରୁ ପ୍ରତ୍ୟାହାର କରାଯାଇ ନିର୍ବାଚନ କମିଶନ ଅନୁରୂପ ଏକ ସଂସ୍ଥାକୁ ଅର୍ପଣ କରିବା । ନିରପେକ୍ଷ ଭାବରେ ଅପରାଧ ତଦନ୍ତ ପାଇଁ ଆଉ ଏକ ପ୍ରସ୍ତାବ ଦିଆଯାଇଥିଲା । ତୃତୀୟ ପ୍ରସ୍ତାବରେ କୁହାଯାଇଥିଲା ଯେ ପୋଲିସ ଆଗରେ ଦିଆଯାଉଥିବା ବୟାନକୁ ଜଣେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ରେକର୍ଡ କରିବା ଏବଂ ପ୍ରମୁଖ ପ୍ରମାଣର ଗୁରୁତ୍ବ ବିଚାରକୁ ନେଇ ମାମଲାର ଶୁଣାଣି ଆରମ୍ଭ ହେବା ପୂର୍ବରୁ ଏହାକୁ ଅଦାଲତରେ ଦାଖଲ କରିବା । ଚତୁର୍ଥରେ ସାକ୍ଷୀମାନଙ୍କ ସୁରକ୍ଷା ସଂପର୍କରେ କୁହାଯାଇଥିଲା ଏବଂ ଶେଷରେ, କେବଳ ପୀଡ଼ିତଙ୍କୁ ହିଁ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ଅପିଲ କରିବାର ଅଧିକାର ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ରାୟ ପ୍ରକାଶନର ସର୍ବନିମ୍ନ ସଂଖ୍ୟାକୁ କାରଣ ରୂପେ ଦର୍ଶାଇ, ସରକାରୀ ଓକିଲମାନଙ୍କର ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆଣିବା ଉଚିତ ବୋଲି 2012 ମସିହାରେ ଆଇନ କମିଶନ ପ୍ରସ୍ତାବ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.