ETV Bharat / bharat

ନିୟମ ଖିଲାପକାରୀଙ୍କୁ ‘ସାର’ ଓ ‘ମ୍ୟାଡାମ’ କହି ସମ୍ବୋଧନ କରିବ ମୁମ୍ବାଇ ଟ୍ରାଫିକ - new guideline for mumbai traffic police

ଟ୍ରାଫିକ ସିଗନାଲରେ ନିୟମ ଉଲ୍ଲଙ୍ଘନକାରୀ ଓ ସାଧାରଣ ଲୋକଙ୍କୁ ସାର କିମ୍ବା ମ୍ୟାଡାମ କହି ସମ୍ବୋଧନ କରିବ ମୁମ୍ବାଇ ଟ୍ରାଫିକ ପୋଲିସ । ଅଦିକ ପଢନ୍ତୁ:

ମୁମ୍ବାଇ ଟ୍ରାଫିକ ପୋଲିସଙ୍କ ପାଇଁ ନୂଆ ଗାଇଡଲାଇନ ଜାରି

author img

By

Published : Oct 14, 2020, 5:04 PM IST

ମୁମ୍ବାଇ: ମୁମ୍ବାଇ ଟ୍ରାଫିକ ପୋଲିସ ପାଇଁ ଜାରି ହେଲା ନୂଆ ଗାଇଡଲାଇନ । ଏହି ଗାଇଡଲାଇନ ଅନୁଯାୟୀ ଟ୍ରାଫିକ ସିଗନାଲରେ ନିୟୋଜିତ ପ୍ରତ୍ୟେକ ପୋଲିସ୍ କିମ୍ବା ଅଧିକାରୀ ନିୟମ ଉଲ୍ଲଙ୍ଘନକାରୀଙ୍କ ସହ କଥାବାର୍ତ୍ତା ବେଳେ ସେମାନଙ୍କୁ ‘ସାର୍’ କିମ୍ବା ‘ମ୍ୟାଡାମ୍’ କହି ସମ୍ବୋଧନ କରିବେ ।

ଏଥିସହ ଯଦି ଜଣେ 18 ବର୍ଷୀୟ ଯୁବକ ବି ଟ୍ରାଫିକ ନିୟମ ଅବମାନନା କରେ ତେବେ ମଧ୍ୟ ଟ୍ରାଫିକ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ସାର କହି କଥା ହେବେ । ମାତ୍ର ଏହି ଅବଧି ମଧ୍ୟରେ ଟ୍ରାଫିକ ନିୟମ ଭାଙ୍ଗିବା ମାମଲାରେ ଲଗାଯାଇଥିବା ଜୋରିମାନା ଏବଂ ଦଣ୍ଡରେ କୌଣସି କୋହଳ କରାଯାଇନାହିଁ । ଚାଲାଣ କାଟିବା ସମୟରେ ପ୍ରାୟତଃ ପୋଲିସ ଏବଂ ଖିଲାପକାରୀଙ୍କ ମଧ୍ୟରେ ବିବାଦ ବେଳେ ଅଧିକାଂଶ ସମୟରେ ଅଶ୍ଳିଳ ଭାଷାର ପ୍ରୟୋଗ ହୋଇଥାଏ । ଏଣୁ ପୋଲିସ ଖିଲାପକାରୀଙ୍କୁ ସମ୍ମାନ ଦେଇ ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ମୁମ୍ବାଇ ଟ୍ରାଫିକ ବିଭାଗ ଦେଶର ସବୁଠାରୁ ବଡ ଟ୍ରାଫିକ ପୋଲିସ ବିଭାଗ । ଯେଉଁଠାରେ ପ୍ରାୟ 4500 ପୋଲିସ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ମୁମ୍ବାଇରେ 3500 କର୍ମଚାରୀ କାମ କରୁଛନ୍ତି । ସେଥିମଧ୍ୟରୁ ପ୍ରାୟ 2500- 3000 ଟ୍ରାଫିକ ପୋଲିସ ରାସ୍ତାରେ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ କାର୍ଯ୍ୟରତ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.