ETV Bharat / bharat

ଗୁଡିୟା ଗଣଦୁଷ୍କର୍ମ ମାମଲା: 2 ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

author img

By

Published : Jan 18, 2020, 5:01 PM IST

ଦିଲ୍ଲୀ ଗୁଡିୟା ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ। 2 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଆସନ୍ତା 30 ତାରିଖରେ ଦୋଷୀଙ୍କ ଦଣ୍ଡ ଉପରେ ହେବ ଶୁଣାଣି। ଅଧିକ ପଢନ୍ତୁ...

ଗୁଡିୟା ଗଣଦୁଷ୍କର୍ମ ମାମଲା: 2 ଅଭିଯୁକ୍ତ ଦୋଷୀ ସାବ୍ୟସ୍ଥ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଦିଲ୍ଲୀ ଗୁଡିୟା ଗଣଦୁଷ୍କର୍ମ ମାମଲାର ରାୟ । ଘଟଣାରେ ସମ୍ପୃକ୍ତ 2 ଅଭିଯୁକ୍ତ ପ୍ରଦୀପ ଓ ମନୋଜକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର କଡକଡଡୁମା କୋର୍ଟ। ପୋକ୍ସୋ ଆଇନ ଜରିଆରେ ଏହି 2 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସେମାନେ 5 ବର୍ଷର ଶିଶୁକୁ 24 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଅପହରଣ କରି ରଖିବା ସହ ଦୁଷ୍କର୍ମ କରିଥିଲେ।

ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ମାତ୍ର 4 ମାସ ପରେ ଏହି ମାମଲା ସାମ୍ନାକୁ ଆସିଥିଲା। ଏପ୍ରିଲ 15 ତାରିଖ 2013ରେ ସେମାନେ, ଜଣେ 5 ବର୍ଷର ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ। କୋର୍ଟ ଦୋଷୀଙ୍କୁ ପୋକ୍ସୋ ଆଇନ ଅଧିନରେ ଅପହରଣ, ଗଣଦୁଷ୍କର୍ମ ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା 30 ତାରିଖରେ ଦୋଷୀଙ୍କ ଦଣ୍ଡ ଉପରେ ଶୁଣାଣି ହେବ । ଦୁଇ ଦୋଷୀଙ୍କୁ ଧାରା 363, 376 ଓ 377 ଆଧାରରେ ଦଣ୍ଡଦେଶ ଶୁଣାଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.