ETV Bharat / bharat

ରେକର୍ଡ ଭାଙ୍ଗିଲା GST, ଜାନୁଆରୀରେ 1.20 ଲକ୍ଷ କୋଟି ରାଜସ୍ୱ ଆଦାୟ - ଜିଏସଟି ଆଦାୟ

ଜାନୁଆରୀରେ ରେକର୍ଡ 1 ଲକ୍ଷ 19 ହଜାର 847 କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଥିବା ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଜିଏସଟି ଲାଗୁ ହେବା ପରଠାରୁ ଏହା ସର୍ବାଧିକ । ଅଧିକ ପଢନ୍ତୁ..

ରେକର୍ଡ ଭାଙ୍ଗିଲା GST, ଜାନୁଆରୀରେ 1.20 ଲକ୍ଷ କୋଟି ରାଜସ୍ୱ ଆଦାୟ

author img

By

Published : Jan 31, 2021, 9:50 PM IST

ନୂଆଦିଲ୍ଲୀ: ରାତି ପାହିଲେ ଆଗତ ହେବ ଚଳିତ ବର୍ଷର ସଧାରଣ ବଜେଟ । ତେବେ ବଜେଟ ଆଗତ ପୂର୍ବରୁ ଆସିଛି ଖୁସି ଖବର । ବର୍ତ୍ତମାନ ସୁଦ୍ଧା ସର୍ବୋଚ୍ଚ ସ୍ତରରେ ରହିଛି ବସ୍ତୁ ଓ ସେବାକର(GST) ଆଦାୟ । ଜାନୁଆରୀରେ ରେକର୍ଡ 1 ଲକ୍ଷ 19 ହଜାର 847 କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଥିବା ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଜିଏସଟି ଲାଗୁ ହେବା ପର ଠାରୁ ଏହା ସର୍ବାଧିକ । ଗତ ଡିସେମ୍ବର 2020 ରେକର୍ଡ ତୁଳନାରେ ଟିକସ ସଂଗ୍ରହ ଅଧିକ, ଯାହା ଅପ୍ରତ୍ୟାଶିତ ଭାବରେ 11.6 ପ୍ରତିଶତ ବୃଦ୍ଧି ଘଟିଛି ।

ଜିଏସଟି ଲାଗୁ ହେବା ପରଠାରୁ ଜାନୁୟାରୀ 2021 ମଧ୍ୟରେ ଜିଏସଟି ଆଦାୟ ସର୍ବାଧିକ ରହିଛି । ଏହା ପ୍ରାୟ 1.2 କୋଟି ଟଙ୍କା ଛୁଇଁଛି, ଯାହା ଗତ ମାସର ରେକର୍ଡ ସଂଗ୍ରହରୁ 1.15 ଲକ୍ଷ କୋଟି ଅତିକ୍ରମ କରିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଗତ ଚାରିମାସ ମଧ୍ୟରେ କ୍ରମାଗତ 1 ଲକ୍ଷ କୋଟିରୁ ଅଧିକ ଜିଏସଟି ସଂଗ୍ରହ ହେଉଥିବା ବେଳେ ଜାନୁଆରୀରେ କ୍ରମାଗତ ବୃଦ୍ଧି ଧାରା ଦ୍ରୁତ ଅର୍ଥନୈତିକ ପୁନରୁଦ୍ଧାରର ସ୍ପଷ୍ଟ ସୂଚକ ଅଟେ।

ଜାନୁୟାରୀ 2021 ରବିବାର ସଂଧ୍ୟା 6 ଟା ପର୍ଯ୍ୟନ୍ତ ସଂଗୃହିତ ମୋଟ ଜିଏସଟି ରାଜସ୍ୱ 1,19,847 କୋଟି, ଯେଉଁଥିରୁ CGST 21,923 କୋଟି, SGST 29,014 କୋଟି, IGST ହେଉଛି 60,288 କୋଟି (ଆମଦାନୀରେ ସଂଗୃହିତ 4 27,424 କୋଟି ଅନ୍ତର୍ଭୂକ୍ତ) ଏବଂ ସେସ୍ 8622 କୋଟି (ସାମଗ୍ରୀ ଆମଦାନୀରେ ସଂଗୃହିତ 883 କୋଟି ଅନ୍ତର୍ଭୂକ୍ତ) ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.