ETV Bharat / bharat

‘ମୋଦି ସରକାରଙ୍କ ପ୍ରଥମ ପାଳିରେ ଆରମ୍ଭ ହୋଇଥିଲା ମିଶନ 370 ଉଚ୍ଛେଦ’ - ମୋଦି ସରକାର

ଧାରା 370 ହଟାଇବା ନେଇ ପ୍ରସ୍ତୁତି ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଆରମ୍ଭ ହୋଇଥିଲା । ଏହି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ଫାଇଲ ଫଟୋ
author img

By

Published : Aug 9, 2019, 5:29 PM IST

ନୂଆଦିଲ୍ଲୀ: ଧାରା 370 ଏବଂ 35 (ଏ) ଉଚ୍ଛେଦ ହୋଇସାରିଛି । ଏହା ସହିତ ଜମ୍ମୁ କାଶ୍ମୀର ପୁର୍ନଗଠନ ବିଲ ଉଭୟ ସଂସଦରେ ପାରିତ ହେବା ସହିତ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଲାଭ କରିସାରିଛି ।ଏପରିକି ବିଧିବଦ୍ଧ ଭାବେ ଜମ୍ମୁ କାଶ୍ମୀର ଓ ଲଦାଖ ପୃଥକ ହୋଇଯାଇଛି ।

ତେବେ ଏହି ଐତିହାସିକ ପଦକ୍ଷେପ ନେଇ ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ହିଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ସେପଟେ ଧାରା 370 ହଟିବା ପରେ ରାଗରେ ତାଟିଆ କାମୁଡୁଛି ପଡୋଶୀ ପକିସ୍ତାନ । ଏପରିକି ସୀମାରେ ଶାନ୍ତି ଭଙ୍ଗ କରିବା ଲାଗି ଲଗାତାର ପ୍ରୟାସ କରୁଛି । ତେବେ ଜମ୍ମୁ କାଶ୍ମୀରରେ ସେନା କୌଣସି ପ୍ରକାର ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ରାଜନାଥ ସିଂହ ଏହା ମଧ୍ୟ କହିଛନ୍ତି ଯେ, ଆମ ପାଇଁ ସବୁଠାରୁ ବଡ ବିପଦ ଆମ ପଡୋଶୀ । ଆପଣ ନିଜ ବନ୍ଧୁକୁ ବଦଳାଇପାରିବେ କିନ୍ତୁ ଆପଣଙ୍କ ପାଖରେ ନିଜ ପଡୋଶୀ ବାଛିବାର ବିକଳ୍ପ ନାହିଁ । ମୁଁ ପ୍ରାର୍ଥନା କରୁଛି କୌଣସି ଦେଶକୁ ଆମ ଭଳି ପଡୋଶୀ ନମିଳୁ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.