ନୂଆଦିଲ୍ଲୀ: ବିଷ ବଳୟ ଭିତରେ ଗ୍ରେଟର ନୋଏଡା, ଏୟାର କ୍ବାଲିଟି ଇନଡେକ୍ସ 436 ପାର । ଅତ୍ୟଧିକ ଖରାପ ସ୍ତରରେ ନୋଏଡାର ବାୟୂ ପ୍ରଦୂଷଣ ପହଞ୍ଚିଥିବାବେଳେ, ଏନେଇ ଉତ୍ତରପ୍ରଦେଶର ପାଣିପାଗ ମଧ୍ୟ ଖରାପ ହେବାରେ ଲାଗିଛି । ପ୍ରଦୂଷଣର ସ୍ତର ଲଗାତାର ବୃଦ୍ଧିପାଇବାରେ ଲାଗିଛି ।
ତେବେ ଦିଲ୍ଲୀର ଏନସିଆରରେ 15 ଅକ୍ଟୋବରରୁ ଗ୍ରେଡେଡ ରେସପନ୍ସ ଏକ୍ସନ ପ୍ଲାନ ଲାଗୁ କରାଯାଇଛି । କିନ୍ତୁ ପାଣିପାଗରେ କୌଣସି ପରିବର୍ତ୍ତନ ଆସିନାହିଁ । ଉତ୍ତରପ୍ରଦେଶ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ନୋଏଡା ଅଧିକାରୀ ଅନିଲ କୁମାର ସିଂହ କହିଛନ୍ତି ଯେ, ମେଟ୍ରୋଲୋଜିକାଲ ସ୍ଥିତି ଅନୁକୂଳ ନହେବାରୁ ଏୟାର କ୍ବାଲିଟି ଇଣ୍ଡେକ୍ସରେ ବୃଦ୍ଧି ଘଟିଛି ।
ଘଟଣାରେ ସିଟି ମାଜିଷ୍ଟେର୍ଟ ଓ ଆରଟିଓ ବିଭାଗ ପକ୍ଷରୁ ପ୍ରଦୂଷଣ କରୁଥିବା ଯାନବାହାନ ଉପରେ ଲଗାତାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସେ ଆହୁରି କହିଛନ୍ତି ଯେ, ବିଭାଗ ପକ୍ଷରୁ ଯେଉଁଠାରେ ପ୍ରଦୂଷଣ ହେବାର ସମ୍ଭାବନା ରହିଛି ସେହିଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।