ETV Bharat / bharat

ରାମମନ୍ଦିର ଭୂମିପୂଜା: ଦୀପରେ ଝଲସିବ ଅଯୋଧ୍ୟା - Grand dipotsav to mark bhoomipujan

ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ରାମଲଲାଙ୍କ ପାଇଁ ଏବେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି । ତେବେ ଏହି ଖୁସିର ମୂହୁର୍ତ୍ତକୁ ଦୀପାବଳି ଭାବେ ପାଳନ କରାଯିବ । ଅଗଷ୍ଟ 4 ଓ 5 ତାରିଖ ଦିନ ଧୁମଧାମରେ ଆୟୋଜିତ ହେବ ଦୀପୋତ୍ସବ । ଦୀପର ଆଲୋକରେ ଆଲୋକିତ ହେବ ରାମନଗରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଧୂମଧାମରେ ପାଳନ ହେବ ଦୀପ ଉତ୍ସବ
ଧୂମଧାମରେ ପାଳନ ହେବ ଦୀପ ଉତ୍ସବ
author img

By

Published : Aug 1, 2020, 7:38 AM IST

ଅଯୋଧ୍ୟା: ଦୀର୍ଘ 500 ବର୍ଷର ସଂଘର୍ଷର ଘଟିଲା ଅନ୍ତ । ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ରାମଲଲାଙ୍କ ପାଇଁ ଏବେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି । ଯାହାକୁ ସମସ୍ତେ ରାମନଗରୀ ଭାବେ ମଧ୍ୟ ଜାଣନ୍ତି । ଏହି ଶୁଭ ମହୂର୍ତ୍ତ ପାଇଁ ସମଗ୍ର ଦେଶରେ ଭଗବାନ ରାମଙ୍କ ଭକ୍ତ, ସାଧୁ ଏବଂ ସନ୍ଥଙ୍କ ମଧ୍ୟରେ ଅପାର ସୁଖ ଆଣିଦେଇଛି । ତେବେ ଏହି ଖୁସିର ମୂହୁର୍ତ୍ତକୁ ଦୀପାବଳି ଭାବେ ପାଳନ କରାଯିବ । ଅଗଷ୍ଟ 4 ଓ 5 ତାରିଖ ଦିନ ଧୁମଧାମରେ ଆୟୋଜିତ ହେବ ଦୀପୋତ୍ସବ । ଦୀପର ଆଲୋକରେ ଆଲୋକିତ ହେବ ରାମନଗରୀ ।

ଐତିହାସିକ ମୁହୂର୍ତ୍ତକୁ ଶ୍ରଦ୍ଧାର ସହ ପାଳିବା ପାଇଁ ଅଯୋଧ୍ୟାକୁ ସୁନ୍ଦର ଭାବେ ସୁସଜ୍ଜିତ କରାଯାଇଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ନବବଧୂ ଭାବେ ସଜେଇ ହୋଇଛି ଅଯୋଧ୍ୟା । ଭୂମିପୂଜା ଦିନ ରାମଲଲାଙ୍କ ପିନ୍ଧିବା ବସ୍ତ୍ର ମଧ୍ୟ ତିଆରି ହୋଇସାରିଛି । ରାମମନ୍ଦିରର ଭୂମିପୂଜା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରାଯାଇଛି । ଏଥିଲାଗି ହନୁମାନ ନଗରୀ ସାମ୍ନାରେ ଏକ ସୁନ୍ଦର ସ୍ବାଗତ ଦ୍ୱାର ତିଆରି କରାଯାଉଛି । ଜାତୀୟ ରାଜପଥ ଏବଂ ଅଯୋଧ୍ୟା ମଧ୍ୟରେ ଥିବା ରାସ୍ତାଗୁଡିକ କଳାକୃତି, କାରୁକାର୍ଯ୍ୟରେ ସୁନ୍ଦର ଭାବେ ସଜ୍ଜା ଯାଇଛି । ଅଯୋଧ୍ୟା ଏବଂ ଫୈଜାବାଦର ସମସ୍ତ ମୁଖ୍ୟ ମାର୍ଗ ଚିତ୍ରକଳା ଏବଂ ଅନ୍ୟାନ୍ୟ କଳାକୃତି ସହିତ ସୌନ୍ଦର୍ଯ୍ୟକରଣ କରାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀରାମ ମନ୍ଦିରର ମୂଳଦୁଆ ପକାଇବାକୁ ଯାଉଛନ୍ତି । ମୋଦିଙ୍କ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶିଳାନ୍ୟାସ ଉତ୍ସବର ଅନୁଧ୍ୟାନ କରିଛନ୍ତି । ଯୋଗୀ ଆଦିତ୍ୟନାଥ ସନ୍ଥ ଏବଂ ସାଧୁଙ୍କ ସହ ତାଙ୍କର ବୈଠକରେ କହିଛନ୍ତି ଯେ, 500 ବର୍ଷର ଅପେକ୍ଷା ପରେ ଐତିହାସିକ ଶୁଭ ମୁହୂର୍ତ୍ତ ଏବେ ଆସି ପହଞ୍ଚିଛି । ଏହି ମୁହୂର୍ତ୍ତକୁ ଦୀପାବଳି ପରି ପାଳନ କରାଯିବା ଉଚିତ୍ । ଯୋଗୀଙ୍କ ନିବେଦନ ପରେ ଆଧ୍ୟାତ୍ମିକ ଏବଂ ଧାର୍ମିକ ନେତାମାନେ ଦୀପୋତ୍ସବ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଭୂମିପୂଜାର ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହେବ । ଅଗଷ୍ଟ 4 ଏବଂ 5ରେ ଅଯୋଧ୍ୟାରେ ଥିବା ସମସ୍ତ ମନ୍ଦିର ଏବଂ ମଠଗୁଡିକ ଦୀପର ଆଲୋକରେ ଆଲୋକିତ ହେବ ।

ସେପଟେ ଭୂମିପୂଜାର ଦୁଇ ଦିନ ପୂର୍ବେ ଧାର୍ମିକ ରୀତିନୀତି ଆରମ୍ଭ ହେବ । ରାମାୟଣ ପାଠ ମଧ୍ୟ ଆରମ୍ଭ ହେବ । ସମସ୍ତ ମନ୍ଦିରକୁ ସଜାଇ ଦିଆଯିବା । ଭୂମିପୂଜାର ଏହି ଶୁଭ ଦିନରେ ମନ୍ଦିର ସମସ୍ତ ଦେବାଦେବୀଙ୍କୁ ସଜ୍ଜିତ କରାଯିବ ।

ଶ୍ରୀମନ୍ଦିର ରାମଦାସ ଛାଭନୀଙ୍କ ଉତ୍ତରାଧିକାରୀ ତଥା ଶ୍ରୀ ରାମ ଜନ୍ମଭୂମି ନାଏସ୍ କମଲନୟାନ ଦାସ କହିଛନ୍ତି ଯେ ରାମ ମନ୍ଦିର ଭୂମିପୂଜା ପାଇଁ ପ୍ରସ୍ତୁତି ବହୁତ ବଡ ଆୟୋଜନ ଅଟେ । ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ, କୋରୋନା ଭାଇରସକୁ ଦୃଷ୍ଟିରେ ରଖି ଏହି ଉତ୍ସବକୁ ନିଜ ଘର ଭିତରେ ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି । ରାମ ମନ୍ଦିରର ଭୂମିପୂଜାର ଲାଇଭ୍ ଟେଲିକାଷ୍ଟକୁ ସୁନିଶ୍ଚିତ କରିବା ପାଇଁ ଟ୍ରଷ୍ଟ ସମସ୍ତ ପ୍ରକାର ପ୍ରୟାସ କରୁଛି । ଯେଉଁଥିପାଇଁ ପବିତ୍ର ଅଯୋଧ୍ୟା ସହରର ସମସ୍ତ ପ୍ରମୁଖ ସ୍ଥାନରେ ଏଲଇଡି ସ୍କ୍ରିନ ସ୍ଥାପନ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.