ETV Bharat / bharat

ସପ୍ତାହରେ 10 ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଣ କରିବେ ସରକାର - corona virus

ଦେଶରେ କୋରୋନା ସଂକ୍ରମଣ ପାଇଁ ସରକାର ସପ୍ତାହକୁ 10 ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇବେ । ସରକାରଙ୍କ ତରଫରୁ 112.76 ଲକ୍ଷ ଷ୍ଟାଣ୍ଡଲୋନ ଏନ95 ମାସ୍କ ଓ 157.32 ଲକ୍ଷ କଭରେଲ ପାଇଁ ଅର୍ଡର ରଖାଯାଇଛି । ଅଧିକ ପଢନ୍ତୁ...

Govts objective is to achieve a supply of about 10 lakh PPE kits per week
ସପ୍ତାହରେ 10 ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଣ କରିବେ ସରକାର
author img

By

Published : Apr 6, 2020, 10:05 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ପାଇଁ ସରକାର ସପ୍ତାହକୁ 10 ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇବେ । ସରକାରଙ୍କ ତରଫରୁ 112.76 ଲକ୍ଷ ଷ୍ଟାଣ୍ଡଲୋନ ଏନ95 ମାସ୍କ ଓ 157.32 ଲକ୍ଷ କଭରେଲ ପାଇଁ ଅର୍ଡର ରଖାଯାଇଛି । ଏହା ମଧ୍ୟରୁ 80 ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ କିଟରେ N95 ମାସ୍କ ଅନ୍ତର୍ଭୁକ୍ତ କରାଯିବ । ଏନେଇ ଭାରତ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି ।

ସେହିପରି 2 ଲକ୍ଷ ଘରୋଇ ଉତ୍ପାଦିତ ଏନ95 ମାସ୍କକୁ ଡାକ୍ତରଖାନା ପଠାଯାଉଛି । ଏଥିମଧ୍ୟରେ 20 ଲକ୍ଷରୁ ଅଧିକ ଏନ95 ମାସ୍କ ସରକାର ଯୋଗାଇ ଦେଇଛନ୍ତି । ବର୍ତ୍ତମାନ ଦେଶରେ ପ୍ରାୟ 16 ଲକ୍ଷ ଏନ 95 ମାସ୍କ ଉପଲବ୍ଧ ଏବଂ 2 ଲକ୍ଷ ମାସ୍କର ତାଜା ଯୋଗାଣ ସହିତ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲ ସରକାରଙ୍କ ତରଫରୁ କୁହାଯାଇଛି ।

ଅନ୍ୟପକ୍ଷରେ ଉତ୍ତର ରେଳବାଇ ଏକ କଭରେଲ ବିକଶିତ କରିଛି । ଏହା DRDO ଦ୍ବାରା ବିକଶିତ ହୋଇଥିବା କଭରେଲ୍ ଏବଂ ଏନ99 ମାସ୍କ ସହିତ ସମାନ । ଏହାକୁ ବହୁଳ ଉତ୍ପାଦନ ଆରମ୍ଭ କରିବାକୁ ପ୍ରୟାସ କରାଯାଉଛି | ବର୍ତ୍ତମାନ ଏନ95 ମାସ୍କ ଉତ୍ପାଦକମାନେ ସେମାନଙ୍କର କ୍ଷମତାକୁ ପ୍ରାୟ ଦିନକୁ 80,000କୁ ବୃଦ୍ଧି କରିଛନ୍ତି ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.