ନୂଆଦିଲ୍ଲୀ: ଗୁଗୁଲ୍ କ୍ରୋମ୍ ଏକ୍ସଟେନ୍ସନ୍ ଇନଷ୍ଟଲ କରିବା ସମୟରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ସତର୍କ ରହିବାକୁ କମ୍ପ୍ୟୁଟର ଏମରଜେନସି ରେସପନ୍ସ ଟିମ ଅଫ ଇଣ୍ଡିଆ (ସିଇଆରଟି-ଇନ) ପରାମର୍ଶ ଦେଇଛି । ଉପଭୋକ୍ତାଙ୍କ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରୁଥିବା ଜାଣି ୧୦୦ରୁ ଅଧିକ ଭୁଲ ଏକ୍ସଟେନ୍ସନ୍ ହଟାଇ ଦିଆଯାଇଛି ବୋଲି କମ୍ପାନୀ କହିଛି । ଏମିତିକି ଗୁଗୁଲ୍ କ୍ରୋମର ୱେବ୍ ଷ୍ଟୋରର ସୁରକ୍ଷା ସ୍କାନକୁ ବାଇପାସ୍ କରିବା ପାଇଁ ଏକ୍ସଟେନ୍ସନ୍ କୋଡ୍ ପାଇଥିବା ନେଇ କହିଛି ସିଇଆରଟି-ଇନ ।
ଏକ୍ସଟେନ୍ସନର ସ୍କ୍ରିନସଟ୍ ନେବା, କ୍ଲିପବୋର୍ଡ୍ ପଢିବା, ଅଥେଣ୍ଟିକେସନ କୁଇଜ୍ କାଟିବା କିମ୍ବା ପାସୱାର୍ଡ ଏବଂ ଅନ୍ୟାନ୍ୟ ଗୋପନୀୟ ତଥ୍ୟ ପଢିବା କିମ୍ବା ବ୍ୟବହାର କରିବାର କ୍ଷମତା ଅଛି ବୋଲି ସିଇଆରଟି-ଇନଏଜେନ୍ସି କହିଛି । ଯାହାଦ୍ୱାରା ସେ ଉପଭୋକ୍ତାଙ୍କ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରିପାରୁଥିଲା । ଏବେ ୧୦୦ରୁ ଅଧିକ ଭୁଲ ଏକ୍ସଟେନ୍ସନ୍ ହଟାଇ ଦିଆଯିବା ପରେ ଅତ୍ୟନ୍ତ ଜରୁରୀ ଥିଲେ ହିଁ ଗୁଗୁଲ୍ କ୍ରୋମ୍ ବ୍ରାଉଜରରେ ଏକ୍ସଟେନ୍ସନ୍ ଇନଷ୍ଟଲ୍ କରନ୍ତୁ ବୋଲି କୁହାଯାଇଛି । ଏହା ସହିତ ବ୍ୟବହାର କରୁନଥିବା ଏକ୍ସଟେନ୍ସନକୁ ଫୋନରୁ ହଟାଇକୁ କହିବା ସହ ନୂଆ ଏକ୍ସଟେନ୍ସନ୍ ଇନଷ୍ଟଲ ସମୟରେ ଏହାର ଉପଭୋକ୍ତା ସମୀକ୍ଷା ପଢି ଏବଂ ଯାଞ୍ଚ ହୋଇନଥିବା ଉତ୍ସରୁ କ୍ରୋମ୍ ଏକ୍ସଟେନ୍ସନ୍ ଡାଉନଲୋଡ୍ ନକରିବା ପାଇଁ ଚେତାଇ ଦେଇଛି ସିଇଆରଟି-ଇନ ।
ଯଦି ଆପଣ ଯାଞ୍ଚ ନକରି ଡାଉନଲୋଡ୍ କରିବେ ଆପଣଙ୍କ ବ୍ୟାଙ୍କିଙ୍ଗ୍ ତଥ୍ୟ ଏବଂ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଆଶଙ୍କା ରହିଛି । ଗତ ମାସରେ, ଅନୁସନ୍ଧାନକାରୀମାନେ କହିଥିଲେ ଯେ, ସ୍ପାଇୱେୟାର ପ୍ରୟାସ, 32 ମିଲିୟନ୍ ଡାଉନଲୋଡ୍ ଏକ୍ସଟେନ୍ସନ୍ ମାଧ୍ୟମରେ ଗୁଗୁଲର କ୍ରୋମ ୱେବ୍ ବ୍ରାଉଜର ବ୍ୟବହାରକାରୀଙ୍କୁ ଆକ୍ରମଣ କରିଥିଲା। ଗବେଷକମାନେ ସଚେତନ ହେବା ପରେ ଏହାର ଅଫିସିଆଲ୍ କ୍ରୋମ୍ ୱେବ୍ ଷ୍ଟୋରରୁ 70 ରୁ ଅଧିକ ଦୁଷ୍କର୍ମକାରୀ ଆଡ୍-ଅନକୁ ହଟାଇ ଦେଇଛି ବୋଲି ଗୁଗୁଲ୍ କହିଛି।