ETV Bharat / bharat

ସ୍କୁଲରେ ଶୌଚାଳୟ-ପାନୀୟ ଜଳ ବ୍ୟବସ୍ଥା ନଥିଲେ ବନ୍ଦ ହେବ ସ୍କୁଲ !

ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ ଯେପରି ଝାଡଖଣ୍ଡରେ ଫେଲ ହୋଇଥିବା ଦେଖିବାକୁ ମିଳିଛି । ରାଜ୍ୟର ଅଧିକାଂଶ ସ୍କୁଲରେ ନା ଅଛି ଭଲ ଶୌଚାଳୟର ସୁବିଧା ନା ପିଇବାକୁ ଅଛି ପାନୀୟ ଜଳ । ଯାହାର ଖୁବଶିଘ୍ର ବନ୍ଦୋବସ୍ତ ନେଇ ଡେପୁଟି କମିଶନର ଓ ଜିଲ୍ଲା ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶିକ୍ଷା ବିଭାଗର ସଚିବ ।

author img

By

Published : Aug 22, 2019, 7:44 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ରାଞ୍ଚି: ଝାଡଖଣ୍ଡର ସରକାରୀ ସ୍କୁଲ ଗୁଡିକରେ ଶୋଚନୀୟ ଅବସ୍ଥାରେ ପାନୀୟ ଜଳ ଓ ଶୌଚାଳୟର ଅବସ୍ଥା । ଯାହାକୁ ନେଇ ଶିକ୍ଷା ବିଭାଗର ସଚିବ ନୋଟିସ ଜାରି କରିଛନ୍ତି । ସଚିବ ଯେତେ ସମ୍ଭବ ସେତେ ଶିଘ୍ର ସ୍କୁଲ ଗୁଡିକରେ ପାନୀୟ ଜଳ ଓ ଶୌଚାଳୟର ସଠିକ ବ୍ୟବସ୍ଥା କରାଯିବା ନେଇ କହିଛନ୍ତି । ଏନେଇ ସେ ଚିଠି ମାଧ୍ୟମରେ ଡେପୁଟି କମିଶନର ଓ ଜିଲ୍ଲା ବିଭାଗୀୟ ଅଧିକାରୀଙ୍କୁ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଶିକ୍ଷା ବିଭାଗର ସଚିବ କହିଛନ୍ତିଯେ, ଯଦି ସମୟ ଥାଉ ଥାଉ ଏହି ବ୍ୟବସ୍ଥାରେ ସୁଧାର ନଆସେ ତେବେ, ସ୍କୁଲ ଗୁଡିକ ବାଧ୍ୟହୋଇ ବନ୍ଦ କରିବାକୁ ପଡିବ । ତେବେ ଶିକ୍ଷାର ଅଧିକାର ଓ ଅଧିନିୟମ ହିସାବରେ ସମସ୍ତ ସ୍କୁଲ ଗୁଡିକରେ ଶୌଚାଳୟ ଓ ପାନୀୟ ଜଳର ସୁ-ବ୍ୟବସ୍ଥା ରହିବା ଅନିର୍ବାର୍ଯ୍ୟ ଅଟେ । କିନ୍ତୁ ରାଜ୍ୟରେ ଏପରି ଅନେକ ସ୍କୁଲ ରହିଛି ଯେଉଁଠି ଶୌଚାଳୟ ଓ ପାନୀୟ ଜଳର ବ୍ୟବସ୍ଥା ନାହିଁ । ତେଣୁ ଯଥା ସମ୍ଭବ ଏହି ସୁବିଧା ମାନ କରିବାକୁ ସେ ଆଦେଶ ଦେଇଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.