ETV Bharat / bharat

ଶିକ୍ଷାଦାନ ପାଇଁ ଲଦାଖର ପ୍ରଧାନ ଶିକ୍ଷକଙ୍କୁ ମିଳିବ ଜାତୀୟ ପୁରସ୍କାର 2020

author img

By

Published : Aug 23, 2020, 3:33 PM IST

ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଲଦାଖର ଜଣେ ଶିକ୍ଷକ ଏଥର ଜାତୀୟ ପୁରସ୍କାର 2020 ପାଇଁ ମନୋନୀତ ହୋଇଛନ୍ତି । ସେ ହେଉଛନ୍ତି ଲେହର ଖାରୁ ବ୍ଲକ ଅନ୍ତର୍ଗତ ମିଡିଲ୍ ସ୍କୁଲ ଟକନକ ସକ୍ତିର ପ୍ରଧାନ ଶିକ୍ଷକ ସୋନମ ଗ୍ୟାଲସ୍ତାନ । ଅଧିକ ପଢନ୍ତୁ...

ଲଦାଖ ପ୍ରଧାନ ଶିକ୍ଷକଙ୍କୁ ମିଳିବ ଜାତୀୟ ପୁରସ୍କାର, 2020

ଲେହ: ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଲଦାଖର ଜଣେ ଶିକ୍ଷକ ଏଥର ଜାତୀୟ ପୁରସ୍କାର 2020 ପାଇଁ ମନୋନୀତ ହୋଇଛନ୍ତି । ଲେହର ଖାରୁ ବ୍ଲକ ଅନ୍ତର୍ଗତ ମିଡିଲ୍ ସ୍କୁଲ ଟକନକ ସକ୍ତିର ପ୍ରଧାନ ଶିକ୍ଷକ ସୋନମ ଗ୍ୟାଲସ୍ତାନଙ୍କୁ ସମ୍ମାନଜନକ ଜାତୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଶିକ୍ଷକତା ପାଇଁ ଏ ବର୍ଷ ସାରାଦେଶର ୪୭ ଜଣ ଶିକ୍ଷକ ପୁରସ୍କୃତ ହେବେ ।

ଶିକ୍ଷା ମନ୍ତ୍ରଣାଳୟ, ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ଗଠିତ ଏକ ସ୍ବତନ୍ତ୍ର ଖଣ୍ଡପୀଠ, ଶିକ୍ଷକମାନଙ୍କୁ ସେମାନଙ୍କ ନୂତନତ୍ୱ ଏବଂ ନିଷ୍ଠା ସହିତ ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଚୟନ କରିଛନ୍ତି। ସରକାରୀ ବିଦ୍ୟାଳୟଗୁଡ଼ିକ ବିଷୟରେ ଗ୍ରାମବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଇବା, ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ସୁବିଧା ଏବଂ ଫଳାଫଳକୁ ସୁଦୃଢ କରିବା ପାଇଁ ଶ୍ରୀ ସୋନମ ଗ୍ୟାଲସ୍ତାନ ସମସ୍ତ ଉଦ୍ୟମ କରିଥିଲେ । ସୋନମ ଗ୍ୟାଲସ୍ତାନ ମଧ୍ୟ ତାଙ୍କ ଛାତ୍ରମାନଙ୍କୁ ଭାରତ ଦର୍ଶନ ପାଇଁ ITBPs ସିଭିଲ୍ ଆକ୍ସନ ପ୍ରୋଗ୍ରାମର ମଧ୍ୟ ବ୍ୟବହାର କରିଥିଲେ ।

ଟକନକ ସକ୍ତି ହେଉଛି ଲେହ ଜିଲ୍ଲାର ସବୁଠାରୁ ବଡ଼ ଗ୍ରାମ ମଧ୍ୟରେ ଅନ୍ୟତମ । ଏହି ତିନି ବର୍ଷ ମଧ୍ୟରେ ଛାତ୍ରମାନଙ୍କର ନାମଲେଖା ବର୍ତ୍ତମାନ 4 ରୁ 103 କୁ ବୃଦ୍ଧି ପାଇଛି । ଆଉ ଏଥିରେ ଲଦାଖରେ ଥିବା ସରକାରୀ ବିଦ୍ୟାଳୟର ପରିବର୍ତ୍ତିତ ଦୃଶ୍ୟକୁ ଦର୍ଶା ଯାଇଛି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.