ETV Bharat / bharat

ଦେଶର ପ୍ରତି ଜିଲ୍ଲାରେ କୋଭିଡ-19 ପରୀକ୍ଷା ସୁବିଧା କରିବେ କେନ୍ଦ୍ର ସରକାର - COVID testing facility in every district of country

ଦେଶର ପ୍ରତ୍ୟେକ ଜିଲ୍ଲାରେ କୋଭିଡ ପରୀକ୍ଷା ସୁନିଶ୍ଚିତ କରିବାକୁ ସରକାର ଯୋଜନା କରିଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ସେ ସୋମବାର ନୋଏଡା, ମୁମ୍ବାଇ ଓ କୋଲକାତାରେ ନୂଆ ପରୀକ୍ଷା ଲ୍ୟାବ ସୁବିଧା ଉନ୍ମୋଚନ ସମାରୋହରେ ଏହା କହିଛନ୍ତି।

 କେନ୍ଦ୍ର ସରକାର
କେନ୍ଦ୍ର ସରକାର
author img

By

Published : Jul 28, 2020, 2:17 PM IST

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ଜିଲ୍ଲାରେ କୋଭିଡ ପରୀକ୍ଷା ସୁନିଶ୍ଚିତ କରିବାକୁ ସରକାର ଯୋଜନା କରିଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ସେ ସୋମବାର ନୋଏଡା, ମୁମ୍ବାଇ ଓ କୋଲକାତାରେ ନୂଆ ପରୀକ୍ଷା ଲ୍ୟାବ ସୁବିଧା ଉନ୍ମୋଚନ ସମାରୋହରେ ଏହା କହିଛନ୍ତି। ଏହି ସୁବିଧା ପ୍ରତିଦିନ 10 ହଜାରରୁ ଅଧିକ କୋଭିଡ ନମୁନା ପରୀକ୍ଷା କରିବାକୁ ସକ୍ଷମ ହେବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଭାରତ କୋଭିଡ-19କୁ ନେଇ ଏକ ଆଭିମୁଖ୍ୟ ଗ୍ରହଣ କରିଛି। ସେ ସୂଚନା ଦେଇଛନ୍ତି ଯେ ମହାରାଷ୍ଟ୍ରର ପୁନେରେ 6 ମାସ ପୂର୍ବରୁ କେବଳ ଗୋଟିଏ ପରୀକ୍ଷଣ ସୁବିଧା ଥିଲା ବର୍ତ୍ତମାନ ଦେଶରେ ବର୍ତ୍ତମାନ 1300 ରୁ ଅଧିକ ପରୀକ୍ଷଣ ସୁବିଧା ରହିଛି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଦେଶର 97 ପ୍ରତିଶତ ଲୋକ ଆଜି ସହଜରେ ପରୀକ୍ଷଣ ପାଇଁ ସୁଯୋଗ ପାଇଛନ୍ତି ।

କୋଭିଡ ପରୀକ୍ଷଣ ଓ ଚିକିତ୍ସା କୌଶଳକୁ ସହଜ ତଥା ଶୀଘ୍ର କରିବା ପାଇଁ ଆଇସିଏମଆର ଦେଶର 24 ଟି ସ୍ଥାନରେ ବୈଧତା କେନ୍ଦ୍ର ଆରମ୍ଭ କରିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ମହାମାରୀକୁ ରୋକିବା ପାଇଁ ପରୀକ୍ଷଣର ମହତ୍ତ୍ବ ଉପରେ ମନ୍ତ୍ରୀ କହିଛନ୍ତି, ପରୀକ୍ଷଣ ସଂଖ୍ୟା ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ କୋରୋନା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.