ETV Bharat / bharat

ଶ୍ରମ ବିଭାଗ ସହକାରୀ କମିଶନରଙ୍କୁ ହତ୍ୟା ଘଟଣା; ଜଣେ ଗିରଫ

author img

By

Published : Mar 11, 2020, 7:51 AM IST

ତେଲେଙ୍ଗାନାର ଶ୍ରମ ବିଭାଗର ଜଣେ ସହକାରୀ କମିଶନରଙ୍କୁ ଛୁରୀରେ ହତ୍ୟା କରାଯାଇଥିବା ଘଟଣା । ଏନେଇ ତଦନ୍ତ ଚାଲିଥିବା ବେଳେ ପୋଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

_Govt official stabbed to death
ତେଲେଙ୍ଗାନା ସରକାରୀ କର୍ମଚାରୀଙ୍କୁ ଛୁରୀ ମାରୀ ହତ୍ୟା ଘଟଣା

ହାଇଦ୍ରାବାଦ: ମଙ୍ଗଳବାର ଦିନ ୱାରଙ୍ଗଲ ଜିଲ୍ଲାର ହନମାକୋଣ୍ଡା ସହରରେ ତେଲେଙ୍ଗାନାର ଶ୍ରମ ବିଭାଗର ଜଣେ ସହକାରୀ କମିଶନରଙ୍କୁ ଛୁରୀରେ ହତ୍ୟା କରାଯାଇଥିଲା । ପୋଲିସର ସୂଚନାନୁସାରେ, ମାର୍ଚ୍ଚ 7ରେ ଏହି ଘଟଣା ଘଟିଥିଲା। ଏନେଇ ତଦନ୍ତ ଚାଲିଥିବା ବେଳେ ପୋଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ।

ମାର୍ଚ୍ଚ 8 ତାରିଖରେ ମୃତକ ଆନନ୍ଦ ରେଡ୍ଡୀଙ୍କ ଭାଇ ଶିବ ରେଡ୍ଡୀ 7 ତାରିଖରୁ ଭାଇର ନିଖୋଜ ହେବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏନେଇ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ଆନନ୍ଦ ରେଡ୍ଡୀ, ପ୍ରଦୀପ ରେଡ୍ଡୀ ନାମକ ଜଣେ ବ୍ୟକ୍ତିଙ୍କ ସହ ଜମି କିଣିବା ପାଇଁ କମାମରୁ ୱାରଙ୍ଗଲକୁ ଆସିଥିଲେ । ଏନେଇ ଆନନ୍ଦ ରେଡ୍ଡୀଙ୍କ ସହ ବୁଲୁଥିବା ସେହି ବ୍ୟକ୍ତିଙ୍କୁ ଗିରଫ କରିଥିଲା ପୋଲିସ ।

ପଚରାଉଚରା କରିବାରୁ ସେ ମାର୍ଚ୍ଚ 7 ରେ ତାର ଅନ୍ୟ ପାଞ୍ଚ ସହଯୋଗୀଙ୍କ ସହ ମିଶି ଆନନ୍ଦ ରେଡ୍ଡୀଙ୍କୁ ହତ୍ୟା କରି ତାଙ୍କ ମୃତଦେହ ଜୟଶଙ୍କର ଭୋପାଲପାଲି ଜିଲ୍ଲାର ଏକ ଜଙ୍ଗଲରେ ଫିଙ୍ଗି ଦେଇଥିବା ସ୍ବୀକାର କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.