ରାୟପୁର: ଛତିଶଗଡରେ କଣ୍ଟେନମେଣ୍ଟ ଜୋନ ଛାଡି ସୋମବାର ସମସ୍ତ ସରକାରୀ ଅଫିସ ଖୋଲିବ । ଏନେଇ ଛତିଶଗଡ ପ୍ରଶାସନ ସଚିବାଳୟ, କମିଶନର ଏବଂ ବିଭାଗର ମୁଖ୍ୟମାନଙ୍କୁ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।
ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, କୋରୋନା ଭାଇରସ ବ୍ୟାପିବାକୁ ଦୃଷ୍ଟିରେ ରଖି ଛତିଶଗଡର କୋର୍ବା ଜିଲ୍ଲାର କାଠଗୋଡା ମୁନିସିପାଲିଟି କର୍ପୋରେସନ ଏବଂ ସୁରାଜପୁର ଜିଲ୍ଲାର ଜଜୱାଲ କଣ୍ଟେନମେଣ୍ଟ ଜୋନରେ ସରକାରୀ ଅଫିସ ଖୋଲାଯିବ ନାହିଁ ।
ଏଥିସହ ବିଜ୍ଞପ୍ତିରେ କୁହାଯାଇଛି ଯେ, ସମସ୍ତ ସରକାରୀ ଅଫିସକୁ ସଫା ସହ ସାନିଟାଇଜ କରାଯାଇଛି । ଏଥିସହ ସମସ୍ତ କର୍ମଚାରୀଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।