ETV Bharat / bharat

ଯବାନଙ୍କ ଶହୀଦର ପ୍ରତିଶୋଧ ନେଉ ଭାରତ: ଓୱେସୀ - ଲଦାଖର ଗଲୱାନ ଉପତ୍ୟକା

ଲଦାଖର ଗଲୱାନ ଉପତ୍ୟକାରେ ମଙ୍ଗଳବାର ଭାରତ ଓ ଚୀନ ସେନା ମଧ୍ୟରେ ସଙ୍ଘର୍ଷ ଘଟି 3 ଯବାନ ଶହୀଦ ହୋଇଛନ୍ତି । ଘଟଣାରେ ଶୋକପ୍ରକାଶ କରିବା ସହ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଓୱେସୀ । ଅଧିକ ପଢନ୍ତୁ..

ଯବାନଙ୍କ ଶହୀଦର ପ୍ରତିଶୋଧ ନେଉ ଭାରତ: ଓୱେସୀ
ଯବାନଙ୍କ ଶହୀଦର ପ୍ରତିଶୋଧ ନେଉ ଭାରତ: ଓୱେସୀ
author img

By

Published : Jun 17, 2020, 2:57 AM IST

ନୂଆଦିଲ୍ଲୀ: ଲଦାଖରେ ଚୀନ ସେନା ସହ ସଙ୍ଘର୍ଷରେ 3 ଜଣ ଯବାନ ଶହୀଦ ହେବା ଘଟଣାରେ ପ୍ରତିଶୋଧ ନେଉ ଭାରତ । ସେମାନଙ୍କ ବଳିଦାନ ବ୍ୟର୍ଥ ନଯାଉ ବୋଲି ଏଆଇଏମଆଇଏମ ସାଂସଦ ଅସାଦୁଦ୍ଦିନ ଓୱେସୀ କହିଛନ୍ତି । ମଙ୍ଗଳବାର ଲଦାଖରେ ଘଟିଥିବା ଘଟଣା ଉପରେ ସେ ଏପରି ମନ୍ତବ୍ୟ ଦେଇଛନ୍ତି ।

ଲଦାଖର ଗଲୱାନ ଉପତ୍ୟକାରେ ମଙ୍ଗଳବାର ଭାରତ ଓ ଚୀନ ସେନା ମଧ୍ୟରେ ସଙ୍ଘର୍ଷ ଘଟି 3 ଯବାନ ଶହୀଦ ହୋଇଛନ୍ତି । ଘଟଣାରେ ଶୋକପ୍ରକାଶ କରିବା ସହ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଓୱେସୀ । ଏହାସହ ସେ କହିଛନ୍ତି ଯେ ସାହାସୀ ଯବାନମାନେ ସାମନାରୁ ନେତୃତ୍ବ ନେଉଥିଲେ । ସେମାନଙ୍କ ସହ ସାରା ଭାରତ ଛିଡା ହୋଇଛି । ଯବାନଙ୍କ ଶହୀଦର ପ୍ରତିଶୋଧ ନିଅନ୍ତୁ ଭାରତ ସରକାର । ସେମାନଙ୍କ ବଳିଦାନ ବ୍ୟର୍ଥ ନଯାଉ ବୋଲି ଓୱେସୀ ଟ୍ବିଟ୍ କରି କହିଛନ୍ତି ।

ପ୍ରକାଶ ଥାଉ କି ଭାରତ ଓ ଚୀନ ସେନା ମଧ୍ୟରେ ଗତ କିଛି ସପ୍ତାହ ଧରି ସୀମା ବିବାଦ ତୀବ୍ର ରୂପ ନେଇଛି । ଏନେଇ ଉଭୟ ପକ୍ଷର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ସତ୍ତ୍ବେ କୌଣସି ସୁଫଳ ମିଳିନଥିଲା । ସୋମବାର ରାତିରେ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ସଙ୍ଘର୍ଷ ଘଟିଥିଲା । ଯେଉଁଥିରେ 3 ଜଣ ଯବାନ ଶହୀଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ କୋଲୋନେଲ ଏବଂ 2 ଜଣ ଯବାନ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.