ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ବୁଧବାର ପ୍ରଧାନମନ୍ତ୍ରୀ କୃଷି ବୀମା ଯୋଜନା(PMFBY) ଚାଷୀଙ୍କ ପାଇଁ ସ୍ବେଚ୍ଛାପୂର୍ଣ୍ଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ତୋମାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଏହି ସୂଚନା ଦେଇଛନ୍ତି ।
ଏପ୍ରିଲ 2016ରେ ଏହି ଯୋଜନାକୁ ନେଇ କରାଯାଇଥିବା କିଛି ଅଭିଯୋଗକୁ ଭିତ୍ତି କରି ଆଜି(ବୁଧବାର) କେନ୍ଦ୍ର କ୍ୟାବିନେଟ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସେ । କୃଷି ଋଣ ନେଇଥିବା ଓ କେସିସି କାର୍ଡ ଥିବା ଚାଷୀଙ୍କୁ ଏହି PMFBY ଅନିବାର୍ଯ୍ୟ ରହିବ ।
ପ୍ରାରମ୍ଭିକ ମଞ୍ଜି ବୁଣାଠାରୁ ଆରମ୍ଭ କରି ଫସଲ ଅମଳ ପର୍ଯ୍ୟନ୍ତ ଥିବା ସମୟସୀମା ମଧ୍ୟରେ କୌଣସି ବି ସମସ୍ୟା ନେଇ ଆବଶ୍ୟକ ଥିବା କୃଷି ଋଣ ଯୋଗାଇ ଦିଆଯିବ । ରବି ଫସଲ ପାଇଁ 1.5 ପ୍ରତିଶତ ସୁଧହାର ଥିବା ବେଳେ ଖରିଫ ଫସଲ ପାଇଁ 2 ପ୍ରତିଶତ ଓ ହର୍ଟିକଲଚର ଓ କମର୍ସିଆଲ କୃଷି ପାଇଁ 5 ପ୍ରତିଶତ ସୁଧହାରରେ ଆବଶ୍ୟକୀୟ ଋଣ ଯୋଗାଇ ଦିଆଯିବ ।
ଏହି ଯୋଜନା ସ୍ବେଚ୍ଛାକୃତ ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ଏହି ଯୋଜନାରେ ପ୍ରାୟ 30 ପ୍ରତିଶତ ଚାଷଜମିକୁ ଅନ୍ତର୍ଭୁକ୍ତ କରାଯାଇଛି । ମନ୍ତ୍ରୀ କହିଛନ୍ତି,‘ ପ୍ରାୟ 60,000 କୋଟିର ବୀମା ଦାବିକୁ ମଞ୍ଜୁର କରାଯାଇଛି । ଅନ୍ୟପକ୍ଷେ ଏଯାଏଁ 13,000 କୋଟି ଟଙ୍କାର ସୁଧ ଏକତ୍ରିତ କରାଯାଇ ପାରିଛି । କୃଷି ଉତ୍ପାଦକ ସଙ୍ଗଠନ(FPO) ପାଇଁ 6,000କୋଟି ଟଙ୍କା ମଞ୍ଜୁର ଦେଇଛନ୍ତି କାରଣ ସରକାର 5 ବର୍ଷ ମଧ୍ୟରେ 1,000 FPO ନିର୍ମାଣର ଲକ୍ଷ୍ୟ ରଖିଛନ୍ତି ’।