ETV Bharat / bharat

ବଢିଲା ଆଧାର ସହ ପ୍ୟାନ କାର୍ଡ ଲିଙ୍କ ସମୟସୀମା, ଘରେ ବସି କରନ୍ତୁ ଲିଙ୍କ୍...

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପ୍ୟାନ କାର୍ଡକୁ ଆଧାର କାର୍ଡ ସହିତ ସଂଯୋଗ କରିବାର ସମୟ ସୀମା ବଢାଇଛ ଦେଇଛି। ମନ୍ତ୍ରଣାଳୟ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ 31 ମାର୍ଚ୍ଚ 2021 ମଧ୍ୟରେ ଆପଣ ଲିଙ୍କ କରାଇପାରିବେ ।

ବଢିଲା ଆଧାର ସହ ପ୍ୟାନ କାର୍ଡ ଲିଙ୍କ୍ ର ସମୟସୀମା

author img

By

Published : Jun 25, 2020, 2:30 PM IST

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପ୍ୟାନ କାର୍ଡକୁ ଆଧାର କାର୍ଡ ସହିତ ସଂଯୋଗ କରିବାର ସମୟ ସୀମା ବଢାଇଛ ଦେଇଛି। ମନ୍ତ୍ରଣାଳୟ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ 31 ମାର୍ଚ୍ଚ 2021 ମଧ୍ୟରେ ଆପଣ ଲିଙ୍କ କରାଇପାରିବେ । ଏହାପୂର୍ବରୁ ଏହି ତାରିଖକୁ ଅନେକ ଥର ବୃଦ୍ଧି କରାଯାଇଛି । ମନ୍ତ୍ରଣାଳୟ କୋରୋନା ମହାମାରୀ ଓ ଯେଉଁମାନେ କୌଣସି କାରଣରୁ ଆଧାର କାର୍ଡ ସହିତ ପ୍ୟାନ କାର୍ଡ ଲିଙ୍କ କରିପାରି ନାହାଁନ୍ତି ସେମାନେ ଏହି ନୂତନ ତାରିଖ ସୁଦ୍ଧା ଲିଙ୍କ କରାଇପାରିବେ ।

ଏହାପୂର୍ବରୁ ଏହି ସମୟସୀମା ଜୁନ 30 ଥିଲା ଓ ଏହି ସମୟସୀମା ମଧ୍ୟରେ ଲିଙ୍କ କରିନଥିଲେ 10 ହଜାର ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଥାନ୍ତା । ସିବିଡିଟି କହିଛି ଯେ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଲୋକଙ୍କ ପାଇଁ ପ୍ୟାନ କାର୍ଡକୁ ଆଧାର ସହିତ ଲିଙ୍କ କରିବା ବାଧ୍ୟତାମୂଳକ ଅଟେ। ଗତ ବର୍ଷ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଆଧାର ଯୋଜନାକୁ ସାମ୍ବିଧାନିକ ବୈଧ ବୋଲି ଘୋଷଣା କରିଥିଲେ।

ପ୍ୟାନ କାର୍ଡକୁ ଆଧାର ସହିତ କିପରି ଲିଙ୍କ୍ କରିବେ-

ଏହି ପଦକ୍ଷେପ ଗୁଡିକ ଗ୍ରହଣ କଲେ ଆପଣ ଘରେ ବସି ମଧ୍ୟ ଆଧାର କାର୍ଡ ସହିତ ପ୍ୟାନ କାର୍ଡକୁ ଲିଙ୍କ କରିପାରିବେ ।

1. ପ୍ରଥମେ ଆୟକର ବିଭାଗର ଅଫିସିଆଲ୍ ସାଇଟ୍ incometaxindiaefiling.gov.in କୁ ଯାଆନ୍ତୁ । ସେଠାରୁ ଲିଙ୍କ୍ ଆଧାର ଉପରେ କ୍ଲିକ୍ କରନ୍ତୁ ।

2. ଏହାପରେ Click hereରେ କ୍ଲିକ୍ କରନ୍ତୁ । ନିମ୍ନରେ ଥିବା ବକ୍ସରେ ପ୍ୟାନ୍, ଆଧାର ନମ୍ବର, ଆପଣଙ୍କ ନାମ ଓ ଦିଆଯାଇଥିବା କ୍ୟାପଚା ଟାଇପ୍ କରନ୍ତୁ ।

3. ସମସ୍ତ ବକ୍ସ ପୂରଣ କରିବା ପରେ, ଲିଙ୍କ୍ ଆଧାର ଉପରେ କ୍ଲିକ୍ କରନ୍ତୁ ।

4. ବର୍ତ୍ତମାନ ପ୍ୟାନ ଓ ଆଧାର ଲିଙ୍କ୍ ହେବ ।

ଏହା ବ୍ୟତୀତ ପ୍ୟାନ୍ କାର୍ଡ କେନ୍ଦ୍ରକୁ ଯାଇ ମଧ୍ୟ ପ୍ୟାନ୍ କାର୍ଡ ସହିତ ଆଧାର ମଧ୍ୟ ଲିଙ୍କ୍ କରାଇପାରିବେ । ଏଥିପାଇଁ ପ୍ୟାନ୍ କାର୍ଡ ଏବଂ ଆଧାର କାର୍ଡର ଫଟୋଗ୍ରାଫି ଓ 25 ଟଙ୍କାରୁ 110 ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.