ନୂଆଦିଲ୍ଲୀ: ପୂର୍ବତନ ପ୍ରଧାମନ୍ତ୍ରୀ ମନମୋହନ ସିଂଙ୍କୁ ଆରବିଆଇ ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ସମାଲୋଚନା । ମନମୋହନ ଦାୟିତ୍ବରେ ଥିବା ସମୟରେ ତାଙ୍କର କର୍ତ୍ତବ୍ୟ ସଠିକ ରୂପେ ତୁଲାଇ ନାହାଁନ୍ତି ବୋଲି କହିଛନ୍ତି ଉର୍ଜିତ।
ସୂଚନା ଅନୁସାରେ, କିଛି ଦିନ ତଳେ ଉର୍ଜିତ ପଟେଲ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ହେଲେ ଇସ୍ତଫା ଦେବାର 6 ମାସ ବିତିଗଲା ପରେ ମଧ୍ୟ ସେ ଋଣରେ ବୁଡି ରହିଛନ୍ତି । ଏଥିପାଇଁ ସେ ସରକାରଙ୍କୁ ଦାୟୀ କରିଛନ୍ତି ।
ସରକାର ତାଙ୍କର ଦାୟିତ୍ବ ସଠିକ ରୂପେ ତୁଲାଇନଥିବା କହିଛନ୍ତି ଉର୍ଜିତ । ସେଥି ପାଇଁ ତାଙ୍କୁ ଅଧିକ ଋଣର ସାମନା କରିବା ପାଇଁ ପଡିଛି ବୋଲି ସେ କହିଛନ୍ତି ।