ETV Bharat / bharat

ତୁଟିଲା ପାର୍କିଂ ସମସ୍ୟା, ବହୁତଳ କୋଠାରେ ହେବ ପାର୍କିଂ

ସିମଲାରେ ପାର୍କିଂ ସମସ୍ୟା ସମାଧାନ କରିବାକୁ ରାଜ୍ୟ ସରକାର ଏକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ସହରର ଟୁଟିକଣ୍ଡିଠାରେ 13 ମହଲା ବିଶିଷ୍ଟ ଏକ ବହୁତଳ ପ୍ରାସାଦ ନିର୍ମାଣ କରିଛନ୍ତି । ମାତ୍ର ଏହି କୋଠାରେ ସରକାର 6 ମହଲା ନିଜ ଅଧିନରେ ରଖିବା ପାଇଁ ଦାବି କରୁଛନ୍ତି । ଯାହାକୁ ନେଇ ଏବେ ନଗର ନିଗମ ଅସନ୍ତୋଷ ପ୍ରକାଶ କରିଛି ।

author img

By

Published : Oct 30, 2019, 1:32 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସିମଲା: ହିମାଚଳ ପ୍ରଦେଶର ରାଜଧାନୀରେ ଦେଖାଦେଇଥିବା ପାର୍କିଂ ସମସ୍ୟାର ଏକପ୍ରକାର ସମାଧାନ କରିଛନ୍ତି ରାଜ୍ୟ ସରକାର । ସହରରେ ହେଉଥିବା ପାର୍କିଂ ସମସ୍ୟାକୁ ଏଡ଼ାଇବା ପାଇଁ ସହରର ଟୁଟିକଣ୍ଡିରେ ପାର୍କିଂ କରିବା ପାଇଁ ଏକ ବହୁତଳ ବିଶିଷ୍ଟ କୋଠା ନିର୍ମାଣ କରିଛନ୍ତି । ଯେଉଁଥିରେ ଗାଡ଼ି ଗୁଡିକ ପାର୍କିଂ କରାଯିବ ବୋଲି ଜଣାପଡ଼ିଛି । ତେବେ ଏଥିରେ ସରକାରୀ ସ୍ତରର ଅଧିକାରୀ ଓ ନେତାମାନଙ୍କ ଗାଡ଼ି ଗୁଡ଼ିକ ପାର୍କିଂ କରିବାକୁ ସରକାର 6ଟି ମହଲା ମାଗିଥିବା ଜଣାପଡ଼ିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମିଳିଥିବା ସୂଚନା ମୁତାବକ ସହରରେ ପାର୍କିଂ ସମସ୍ୟାକୁ ଦୂର କରିବା ପାଇଁ ସରକାର ଏକ 13 ମହଲା ବିଶିଷ୍ଟ ବହୁତଳ ପ୍ରାସାଦ ନିର୍ମାଣ କରିଛନ୍ତି । ତେବେ ଏଥିରେ ପାର୍କିଂ କରିବାକୁ ନେତା, ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ ଗାଡ଼ିକୁ ପାର୍କିଂ କରିବା ପାଇଁ ରାଜ୍ୟ ସରକାର 6 ମହଲାକୁ ନିଜ ଅକ୍ତିଆରରେ ରଖିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏହି 6ଟି ମହଲାରେ ପ୍ରାୟ 150 ଗାଡ଼ି ରଖିବାକୁ ସରକାର ଯୋଜନା କରିଛନ୍ତି ।

ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଏଭଳି ଅସନ୍ତୋଷକୁ ଦେଖି ସରକାର ଏହି ପ୍ରସ୍ତାବରୁ ପଛଘୁଞ୍ଚା ଦେଇଥିଲେ । ତେବେ ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି ପ୍ରକାର ଲିଖିତ ପ୍ରତିଶ୍ରୁତି ଦିଆଯାଇନାହିଁ । ସେପଟେ ସରକାରଙ୍କ ଏଭଳି ନିଷ୍ପତ୍ତି ଫଳରେ ନଗର ନିଗମ ନିରାଶ ହୋଇ ପଡ଼ିଛି । ଏହି ପାର୍କିଂ ସ୍ଥାନରୁ ନିଜର ଆୟକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିଲା ନିଗମ । ତେବେ ସରକାରଙ୍କ ଏଭଳି ନିଷ୍ପତ୍ତି ଫଳରେ ନିଗମର ଆୟର ଆଶା ଏକ ପ୍ରକାର ମଉଳି ଯାଇଥିବା ଜଣାପଡ଼ିଛି ।

ଏହି ପାର୍କିଂ ସ୍ଥାନରେ ଏକା ଥରକେ 700 ଗାଡ଼ି ପାର୍କିଂ ହେବାର ସୁବିଧା ରହିଛି । ମାତ୍ର ସରକାର ଏଥିରେ 6ଟି ଫ୍ଲୋର ପାର୍କିଂ ପାଇଁ ନେବେ । ପୂର୍ବରୁ ଦୁଇଟି ଫ୍ଲୋର ପାର୍କିଂ ପାଇଁ ସରକାରଙ୍କୁ ଦିଆଯାଇଥିବା ବେଳେ ଏବେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ନିଗମ ଅସନ୍ତୋଷ ପ୍ରକାଶ କରିଛି । ଯେଉଁ ଉଦ୍ଦେଶ୍ୟରେ ଏହାର ନିର୍ମାଣ ହୋଇଥିଲା, ତାହା ଏବେ ଅସମ୍ଭବ ହୋଇ ପଡ଼ିବ । ସହରରେ ପାର୍କିଂ ସମସ୍ୟାର ସମାଧାନ ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିବ ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ନିଗମର ଜଣେ ଅଧିକାରୀ କହିଛନ୍ତି କି, ପୂର୍ବରୁ ଦୁଇଟି ଫ୍ଲୋର ସରକାରଙ୍କ ଆଇଟି ବିଭାଗକୁ ଦିଆଯାଇଛି । ଏହା ପରେ ବି ସରକାର ଆହୁରି ପାର୍କିଂ ଫ୍ଲୋର ପାଇଁ ଦାବି କରୁଛନ୍ତି ଯାହାର ପ୍ରପୋଜାଲ ବର୍ତ୍ତମାନ ପାଇଁ ମଧ୍ୟ ଆମର ହସ୍ତଗତ ହୋଇନାହିଁ । ଏହାର ଟେଣ୍ଡର ଆମେମାନେ ମାଗିଛୁ । ଯାହାର ପ୍ରକ୍ରିୟା ଆସନ୍ତା 31 ତାରିଖରେ ସରିବ ବୋଲି ଜଣାପଡ଼ିଛି ।

ସୂଚନା ଯୋଗ୍ୟ ଏହି ପାର୍କିଂ ସ୍ଥାନର ନିର୍ମାଣ ଗତ 2013 ମସିହାରେ ଆରମ୍ଭ କରାଯାଇଥିଲା । ଏହାକୁ ନିର୍ମାଣ କରିବା ପାଇଁ ପ୍ରାୟ 82 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାକୁ ଗତବର୍ଷ 29 ନଭେମ୍ବରରେ ଉଦଘାଟନ କରାଯାଇଥିଲା । ସେହିସମୟରେ ଟେଣ୍ଡର ମଧ୍ୟ ଡକାଯାଇଥିଲା । ମାତ୍ର ତାହା ଅଧାରେ ରହିଯାଇଥିଲା ।

Intro:Body:

national issue

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.