ETV Bharat / bharat

ମିିଳିବନି ମହଙ୍ଗା ଭତ୍ତା, କେନ୍ଦ୍ର ଉପରେ ବର୍ଷିଲେ ରାହୁଲ - କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବନ୍ଦ କରିବାକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ରାହୁଲ ଗାନ୍ଧୀ। ମହଙ୍ଗା ଭତ୍ତା ପ୍ରଦାନ ନକରିବା କେନ୍ଦ୍ର ସରକାରଙ୍କ ସମ୍ବେଦନ ହୀନ ଏବଂ ଅମଣିଷ ପଣିଆ ବୋଲି କହିଛନ୍ତି ରାହୁଲ। ଅଧିକ ଖବର ପଢନ୍ତୁ...

govt decision to freeze dearness allowance
ମହଙ୍ଗା ଭତ୍ତା ନମିଳିବା ନେଇ କେନ୍ଦ୍ର ଉପରେ ବର୍ଷିଲେ ରାହୁଲ
author img

By

Published : Apr 24, 2020, 3:33 PM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କୁ ଆଗାମୀ 4 ମାସ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ପ୍ରଦାନ ନକରିବା କେନ୍ଦ୍ର ସରକାରଙ୍କ ସମ୍ବେଦନ ହୀନ ଏବଂ ଅମଣିଷ ପଣିଆ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପୁଣି ସରକାରଙ୍କୁ ଏଭଳି ଢଙ୍ଗରେ ଟାର୍ଗେଟ କରିଛନ୍ତି।

ଭାରତ କୋରୋନା ମୁକାବିଲା ସମୟରେ ବର୍ତ୍ତମାନ ଲକଡାଉନ 2.0 ଜାରି ରହିଛି। କେନ୍ଦ୍ର ସରକାର କୋରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବା ସହ ନିକଟରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ନଦେବାକୁ ନିଷ୍ପତ୍ତି ନେଇଥିଲେ। ଯାହାକୁ ନେଇ ବର୍ଷିଛନ୍ତି ରାହୁଲ।

କେନ୍ଦ୍ର ସରକାର କୋରୋନା ମୁକାବିଲା ପାଇଁ ଏକାଧିକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ମହିଳାଙ୍କ ଜନଧନ ଆକାଉଣ୍ଟକୁ 500 ଟଙ୍କା ପ୍ରଦାନ ଠାରୁ ଆରମ୍ଭ କରି ମାଗଣାରେ ଉଜ୍ଜଳା ଗ୍ୟାସ ଟଙ୍କା ଦେବା। ଗରିବଙ୍କ ପାଇଁ ଏକାଧିକ ପ୍ୟାକେଜ ଏଭଳି ଅନେକ କିଛି ଘୋଷଣା କରିଛନ୍ତି। ହେଲେ ମହଙ୍ଗା ଭତ୍ତା ପ୍ରଦାନ ନକରିବାକୁ ନେଇ ଥିବା ନିଷ୍ପତ୍ତିକୁ ଘୋର ବିରୋଧ କରିଛନ୍ତି ରାହୁଲ ଗାନ୍ଧୀ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.