ETV Bharat / bharat

ରାଜ୍ୟପାଳଙ୍କ ନିର୍ଦ୍ଦେଶ: ତେଲେଙ୍ଗାନାକୁ ସରକାରୀ ବଙ୍ଗଳା ଫେରାଇବ ଆନ୍ଧ୍ର - governor

ହାଇଦ୍ରାବାଦ ଠାରେ ଥିବା ସରକାରୀ ବଙ୍ଗଳାକୁ ତେଲେଙ୍ଗାନାକୁ ଫେରାଇବା ପାଇଁ ଆନ୍ଧ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ଇଏସଏଲ ନରସିମହା । ଗୋଟି ସରକାରୀ ବଙ୍ଗଳା ଆନ୍ଧ୍ରର ବ୍ୟବହାର ପାଇଁ ଦିଆଯିବ ବୋଲି ରାଜ୍ୟପାଳ ଜଣାଇଛନ୍ତି।

ଫାଇଲ ଫଟୋ
author img

By

Published : Jun 3, 2019, 12:52 PM IST

ହାଇଦ୍ରାବାଦ: ରାଜ୍ୟପାଳ ଇଏସଏଲ ନରସିମହା ରବିବାର ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜଧାନୀ ହାଇଦ୍ରାବାଦ ଠାରେ ଥିବା ସରକାରୀ ବଙ୍ଗଳାକୁ ତେଲେଙ୍ଗାନାକୁ ଫେରାଇବା ପାଇଁ ଆନ୍ଧ୍ରପ୍ରଦେଶକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।

ଅବିଭକ୍ତ ଆନ୍ଧ୍ରର ବିଭାଜନ ବେଳେ ରାଜଧାନୀ ହାଇଦ୍ରାବାଦ ଠାରେ ଥିବା ସରକାରୀ ବଙ୍ଗଳାକୁ ମଧ୍ୟ ଉଭୟ ତେଲେଙ୍ଗାନା ଏବଂ ବିଭାଜିତ ଆନ୍ଧ୍ରପ୍ରଦେଶ ମଧ୍ୟରେ ଆବଣ୍ଟିତ କରାଯାଇଥିଲା । ଆନ୍ଧ୍ରପ୍ରଦେଶ ରାଜଧାନୀ ଅମରାବତୀ ଠାରେ ରାଜ୍ୟ ପ୍ରଶାସନ ପରିଚାଳିତ ହେଉଥିଲା। ନିଜ ଭାଗରେ ପଡିଥିବା ସରକାରୀ ବଙ୍ଗଳାର ମରାମତି ଖର୍ଚ୍ଚ ଏବଂ ବିଦ୍ୟୁତ କର ପ୍ରଦାନ କରୁଥିଲେ ଆନ୍ଧ୍ର ସରକାର।

ଗତକାଲି ତେଲେଙ୍ଗାନାର ରାଜ୍ୟ କ୍ୟାବିନେଟ, ଆନ୍ଧ୍ର ଦ୍ବାରା ବ୍ୟବହାର କରାଯାଉଥିବା ଏହି ସରକାରୀ ବଙ୍ଗଳାକୁ ଫେରାଇ ଦେବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ତେବେ ରାଜ୍ୟ ପୋଲିସ ମୁଖ୍ୟାଳୟ ଏବଂ ଅନ୍ୟାନ୍ୟ ସରକାରୀ ଅଫିସ ପାଇଁ ଆନ୍ଧ୍ରପ୍ରଦେଶକୁ ଗୋଟିଏ ସରକାରୀ ବଙ୍ଗଳା ଦେବା ପାଇଁ ତେଲେଙ୍ଗାନା କ୍ୟାବିନେଟ ରାଜ୍ୟପାଳଙ୍କୁ ଅନୁରୋଧ ଜଣାଇଥିଲା ।

ଏହି ଅନୁରୋଧ ରକ୍ଷା କରିବାକୁ ଯାଇ ରାଜ୍ୟପାଳ ସମସ୍ତ ସରକାରୀ ବଙ୍ଗଳାକୁ ତେଲେଙ୍ଗାନା ପାଇଁ ଆବଣ୍ଟିତ କରିଛନ୍ତି। ଗୋଟିଏ ବଙ୍ଗଳା ଆନ୍ଧ୍ରର ବ୍ୟବହାର ପାଇଁ ପ୍ରଦାନ କରାଯିବ ବୋଲି ଜଣାଇଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ରାଜ୍ୟପାଳଙ୍କ ଆଦେଶକୁ ସ୍ବାଗତ କରିବା ସହ କହିଛନ୍ତି ଆନ୍ଧ୍ର ପ୍ରଦେଶର ସରକାରୀ କାର୍ଯ୍ୟ ଏଣିକି ଅମରାବତୀ ଠାରେ କରାଯିବ। ଉଭୟ ରାଜ୍ୟର ସରକାର ଲୋକଙ୍କ କଲ୍ୟାଣ ଏବଂ ବିକାଶକୁ ଦୃଷ୍ଟିରେ ରଖି ଏ ନିଷ୍ପତ୍ତି ନେଇଛନ୍ତି ।

Intro:() ନିର୍ବାଚନରେ ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ କିଏ ଦାୟୀ ? ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇଙ୍ଗିତ କାହା ଆଡକୁ ? ସେ ଛଅ ମାସ ଆଗରୀ ଟିକେଟ ବଣ୍ଟନ କଥା ହେଉ କି ପରିବାର ପିଛା ଜଣଙ୍କୁ ଟିକେଟ ହେଉ କି ଗତ ନିର୍ବାଚନରେ ଅମାନତ ହରାଇଥିବା ପ୍ରାର୍ଥୀଙ୍କୁ ଟିକେଟଣା ଦେବା କଥା ହେଉ କାହିଁକି ଏଭଳି ନିଷ୍ପତ୍ତି ରେ ଅଟଳ ରହିଲାନି ଦଳ। ପିସିସି ସଭାପତି ଙ୍କ ଉପରେ କାହାର ଥିଲା ଚାପ। ନୂଆଦିଲ୍ଲୀ ରୁ ନା ରାଜ୍ୟର କିଛି ବରିଷ୍ଠ ନେତା କିଏ ଚାପ ପକାଇ ନିଷ୍ପତ୍ତି ବିରୋଧରେ ଯାଇଥିଲେ। ଖୁଲାମ ଖୁଲା ନନିଜେ ସଭାପତି ଏହା ଗଣମାଧ୍ୟମରେ କହିବା ପରେ ଏବେ ତାର କାରଣ ଖୋଜୁଛନ୍ତି ସମସ୍ତେ। ତେବେ କାହିଁକି ନିଷ୍ପତ୍ତି ପାଳନ କରାଗଲା ନାହିଁ ସେ ନେଇ ସଭାପତି କିଛି କହି ନଥିଲେ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି କି ଆମ କଥା ଆମେ ରଖି ପରିଲୁ ନାହିଁ। ପରୋକ୍ଷରେ ସେ କାହାକୁ ଇଙ୍ଗିତ କରିଛନ୍ତି ? ଜାଣିଶୁଣି କିଛି ସ୍ଥାନରେ ଦୁର୍ବଳ ପ୍ରାର୍ଥୀ ଦିଆଯାଇଛି ହେଲେ ସେ କିଛି କରିବା ଅବସ୍ଥାରେ ନଥିଲେ ବୋଲି କହିଛନ୍ତି।
ସେହିପରି କାର୍ଯ୍ୟକାରୀ ସଭାପତି ଭକ୍ତ ଦାସ କହିଛନ୍ତି, ବିରୋଧୀ ସିଟରେ ରହି କଂଗ୍ରେସ ଲୋକଙ୍କ ଆସ୍ଥାଭାଜନ ହୋଇପାରିଲା ନାହିଁ। ଏଥିପାଇଁ ଦାୟୀଆମେ ସମସ୍ତେ।

Body:ବାଇଟ ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି
ବାଇଟ। ଭକ୍ତ ଦାସ, କଂଗ୍ରେସ କାର୍ଯ୍ୟକାରୀ ସଭାପତି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.