ETV Bharat / bharat

କୋରୋନା କାଳରେ ଆରୋଗ୍ୟ ସନ୍ଦେଶ ବଢ଼ାଇବ ଇମ୍ୟୁନିଟି: ବ୍ରିକି ପାଇଁ ପ୍ରସ୍ତୁତ ବଙ୍ଗଳା ସରକାର

author img

By

Published : Jun 30, 2020, 12:20 AM IST

ପଶ୍ଚିମବଙ୍ଗ ସରକାର କୋରୋନା ସହ ମୁକାବିଲା କରିବା ପାଇଁ ମାର୍କେଟରେ ଆଣିବାକୁ ଯାଉଛନ୍ତି ଆରୋଗ୍ୟ ପେଡା । ଏହି ପେଡାକୁ ସେବନ କଲେ ରୋଗପ୍ରତିରୋଧକ ଶକ୍ତି ବଢିବ ବୋଲି କୁହାଯାଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା କାଳରେ ଆରୋଗ୍ୟ ସନ୍ଦେଶ ରଖିବ ଆରୋଗ୍ୟ
କୋରୋନା କାଳରେ ଆରୋଗ୍ୟ ସନ୍ଦେଶ ରଖିବ ଆରୋଗ୍ୟ

କୋଲକାତା: ବଙ୍ଗାଳୀ ମିଠା ଯେଉଁମାନଙ୍କ ପସନ୍ଦ କରନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର । ପଶ୍ଚିମବଙ୍ଗ ସରକାର କୋରୋନା ସହ ମୁକାବିଲା କରିବା ପାଇଁ ମାର୍କେଟରେ ଆଣିବାକୁ ଯାଉଛନ୍ତି ଆରୋଗ୍ୟ ପେଡା । ପୂର୍ବରୁ ଏହାକୁ ଗବେଷଣା କରାଯାଇଥିଲା । ବର୍ତ୍ତମାନ ଏହି ସନ୍ଦେଶକୁ ବଜାରରେ ବିକ୍ରି କରିବା ପାଇଁ ପ୍ରସ୍ତୁତି ଚଲାଇଛନ୍ତି ସରକାର । ଆରୋଗ୍ୟ ପେଡାକୁ ସେବନ କଲେ ରୋଗପ୍ରତିରୋଧକ ଶକ୍ତି ବଢିବ ବୋଲି କୁହାଯାଉଛି । ତେବେ ଉକ୍ତ ପେଡାରେ ସୁନ୍ଦରବନର ମହୁ ବ୍ୟବହାର କରାଯିବ । ବଙ୍ଗଳାରେ ଏହାକୁ ‘ଆରୋଗ୍ୟ ସନ୍ଦେଶ’ ନାମରେ ଜଣାଯିବ । ଆସନ୍ତା ଦୁଇ ମାସ ମଧ୍ୟରେ ଏହା ବଜାରରେ ଲଞ୍ଚ ହେବ। ଭଲ କଥା ହେଉଛି ସାଧାରଣ ଲୋକେ କିଣି ପାରିବା ଭଳି ଏହି ମିଠାର ମୂଲ୍ୟ ରଖାଯିବ ।

ପଶୁ ସମ୍ପଦ ବିକାଶ ବିଭାଗର ଅଧିକାରୀ ସମ୍ବାଦ ଏଜେନ୍ସି PTIକୁ ସୂଚନା ଦେଇଛନ୍ତି ଯେ ସୁନ୍ଦରବନର ମହୁ ସହିତ ଗାଈ କ୍ଷୀରରୁ ପ୍ରସ୍ତୁତ ଏକ ଆରୋଗ୍ୟ ପେଡାକୁ ପ୍ରସ୍ତୁତ କରାଯିବ । ଏହି ପେଡାରେ ତୁଳସୀର ଅର୍କ ମଧ୍ୟ ମିଶାଯିବ । ସବୁଠୁ ବଡ଼ କଥା ହେଲା ଏହି ଆରୋଗ୍ୟ ପେଡାରେ କୌଣସି କୃତ୍ରିମ ସ୍ବାଦ ମିଶାଯିବ ନାହିଁ । ଆରୋଗ୍ୟ ସନ୍ଦେଶକୁ କୋଲକାତା ଏବଂ ପାଖ ପଡୋଶୀ ରାଜ୍ୟରେ ମଧ୍ୟ ବିକ୍ରି କରାଯିବ ।

ବର୍ତ୍ତମାନ ଦେଶରେ 2 ଲକ୍ଷ 10 ହଜାର କୋରୋନା ସକ୍ରିୟ ମାମଲା ରହିଛି । ସବୁଠାରୁ ସକ୍ରିୟ ମାମଲା ମହାରାଷ୍ଟ୍ରରେ ଅଛନ୍ତି । ମହାରାଷ୍ଟ୍ରରେ 68 ହଜାରରୁ ଅଧିକ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଏହା ପରେ ଦ୍ବିତୀୟ ସ୍ଥାନରେ ଦିଲ୍ଲୀ, ତୃତୀୟ ସ୍ଥାନରେ ତାମିଲନାଡୁ, ଚତୁର୍ଥ ନମ୍ବରରେ ଗୁଜରାଟ ଏବଂ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗ ରହିଛି । ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି । ପଶ୍ଚିମବଙ୍ଗରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 16,711କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ 10,789 ରୋଗୀ ସୁସ୍ଥ ହୋଇଥିବା ବେଳେ 629 ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.