ETV Bharat / bharat

ପାରିକରଙ୍କୁ ସମ୍ମାନ, ପରିବର୍ତ୍ତନ ହେବ ଆଇଡିଏସଏର ନାମ

କେନ୍ଦ୍ର ସରକାର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ ସମ୍ମାନ ଜଣାଇ ‘ପ୍ରତିରକ୍ଷା ଅଧ୍ୟୟନ ଓ ବିଶ୍ଳେଷଣ ସଂସ୍ଥାନ’ର ନାମ ପରିବର୍ତ୍ତନ କରିବେ । ଅଧିକ ପଢନ୍ତୁ...

Government has decided to rename IDSA in Delhi as Manohar Parrikar Institute for Defence Studies and Analyses
ପାରିକରଙ୍କୁ ସମ୍ମାନ, ପରିବର୍ତ୍ତନ ହେବ ଆଇଡିଏସଏର ନାମ
author img

By

Published : Feb 18, 2020, 2:13 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ ସମ୍ମାନ ଜଣାଇ ‘ପ୍ରତିରକ୍ଷା ଅଧ୍ୟୟନ ଓ ବିଶ୍ଳେଷଣ ସଂସ୍ଥାନ’ (ଆଇଡିଏସଏ)ର ନାମ ପରିବର୍ତ୍ତନ କରିବେ । ସଂସ୍ଥାନର ପରିବର୍ତ୍ତିତ ନାମ ‘ମନୋହର ପାରିକର ପ୍ରତିରକ୍ଷା ଅଧ୍ୟୟନ ଓ ବିଶ୍ଳେଷଣ ସଂସ୍ଥାନ’ ରଖାଯିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ମନୋହର ପାରିକର 2014 ନଭେମ୍ବରରୁ ମାର୍ଚ୍ଚ 2017 ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ରହିଥିଲେ । ସେହିପରି 2017 ମାର୍ଚ୍ଚରୁ 2019 ମାର୍ଚ୍ଚ ପର୍ଯ୍ୟନ୍ତ ଗୋଆର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଜଣେ କର୍ତ୍ତବ୍ୟନିଷ୍ଠ ନେତା ଭାବେ ସେ ବିଶେଷ ପରିଚିତ ଥିଲେ । କ୍ୟାନସରରେ ପୀଡିତ ହୋଇ 2019 ମସିହା ମାର୍ଚ୍ଚ 17 ତାରିଖରେ 63 ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.