ETV Bharat / bharat

ପୁଣି ଫେଲ୍ ମାରିଲା ବୈଠକ, କୃଷି ଆଇନ ରଦ୍ଦ ନାହିଁ ତ ଘରକୁ ଫେରିବାର ନାହିଁ - କୃଷି ଆଇନ

ପୁଣି ଫେଲ୍ ମାରିଲା ସରକାର-ଚାଷୀ ଆଲୋଚନା । ସପ୍ତମ ଥର ଦିଲ୍ଲୀର ବିଜ୍ଞାନ ଭବନରେ ହୋଇଥିବା ଏହି ଆଲୋଚନାରେ କୌଣସି ନିଷ୍କର୍ସ ବାହାରିପାରିଲାନି । ଅଧିକ ପଢନ୍ତୁ...

ସରକାର-ଚାଷୀ ଆଲୋଚନା
ସରକାର-ଚାଷୀ ଆଲୋଚନା
author img

By

Published : Jan 4, 2021, 6:34 PM IST

ନୂଆଦିଲ୍ଲୀ: ପୁଣି ଫେଲ୍ ମାରିଲା ସରକାର-ଚାଷୀ ଆଲୋଚନା । ସପ୍ତମ ଥର ଦିଲ୍ଲୀର ବିଜ୍ଞାନ ଭବନରେ ହୋଇଥିବା ଏହି ଆଲୋଚନାରେ କୌଣସି ନିଷ୍କର୍ସ ବାହାରିପାରିଲାନି । ଚାଷୀ ସଂଗଠନ କୃଷି ନିୟମକୁ ରଦ୍ଦ କରିବାକୁ ଦାବି କରି ଆସୁଛନ୍ତି । ଅନ୍ୟପକ୍ଷେ ସରକାର ପୁଣି ଆଲୋଚନା କରାଯିବ ବୋଲି କହିଛନ୍ତି । ପରବର୍ତ୍ତୀ ଆଲୋଚନା ଜାନୁଆରୀ 8ରେ ଆୟୋଜନ କରାଯିବ ।

ସରକାରଙ୍କ ସହ ବୈଠକ ପରେ କୃଷକ ନେତା ରାକେଶ ଟିକୈତ କହିଛନ୍ତି, 8 ଜାନୁଆରୀରେ ପୁଣି ଆଲୋଚନା ହେବ । ତିନି କୃଷି ଆଇନକୁ ରଦ୍ଦ କରିବା ପାଇଁ ଓ ଏମଏସପି ମୁଦ୍ଦା ବିଷୟରେ 8 ଜାନୁଆରୀରେ ଆଲୋଚନା ହେବ । ଅନ୍ୟପକ୍ଷେ କୃଷକ ସଂଗଠନ ସରକାରଙ୍କୁ ସିଧାସଳଖ ଆଇନ ରଦ୍ଦ ନହେଲେ ଘରକୁ ଫେରିବୁ ନାହିଁ ବୋଲି କହିଛନ୍ତି ।

ଅନ୍ୟପକ୍ଷେ ଆଲୋଚନା ସମୟରେ ସରକାର ଏକ ସଂଯୁକ୍ତ କମିଟି ଗଠନ ପାଇଁ ମଧ୍ୟ ସୁପାରିଶ୍ କରିଥିଲେ । ଏମଏସପି ଉପରେ ଲିଖିତ ଆଶ୍ବାସନା ଓ ତିନୋଟ କୃଷି ଆଇନ ରଦ୍ଦ ହେବ କି ନାହିଁ ସେ ନେଇ ସଂଯୁକ୍ତ କମିଟି ନିଷ୍ପତ୍ତି ନେବେ ମାତ୍ର ସରକାରଙ୍କ ଏହି ପ୍ରସ୍ତାବକୁ କୃଷକ ସଂଗଠନ ଖାରିଜ୍ କରିଦେଇଥିଲେ । ଆଜି ବି ଚାଷୀମାନେ ସରକାରଙ୍କ ଦ୍ବାରା ଦିଆଯାଇଥିବା ଖାଦ୍ୟ ନ ଖାଇ ବିଜ୍ଞାନ ଭବନରେ ଲଙ୍ଗରର ଆୟୋଜନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.