ETV Bharat / bharat

‘କୋରୋନା କାଳରେ ଲକ୍ଷାଧିକ ଦେଶବାସୀଙ୍କ ଜୀବନ ବଞ୍ଚାଇଛି ସରକାରଙ୍କ ସଠିକ୍ ନିଷ୍ପତ୍ତି’ - Corona pandemic

ସରକାରଙ୍କ କୋରୋନା ମୁକାବିଲାକୁ ରାଷ୍ଟ୍ରପତିଙ୍କ ପ୍ରଶଂସା । ସରକାରଙ୍କ ସଠିକ ସମୟର ପଦକ୍ଷେପ ପାଇଁ ଲକ୍ଷ ଲକ୍ଷ ନାଗରିକଙ୍କ ଜୀବନ ରକ୍ଷା ହୋଇପାରିଛି ବୋଲି କୋବିନ୍ଦ କହିଛନ୍ତି । ଅଧିକ ପଢନ୍ତୁ...

ସରକାରଙ୍କ ସଠିକ ନିଷ୍ପତ୍ତି ଲକ୍ଷାଧିକ ଦେଶବାସୀଙ୍କ ଜୀବନ ବଞ୍ଚାଇଛି: ରାଷ୍ଟ୍ରପତି କୋବିନ୍ଦ

author img

By

Published : Jan 29, 2021, 1:27 PM IST

ନୂଆଦିଲ୍ଲୀ:ବଜେଟ ଅଭିଭାଷଣ ବେଳେ କେନ୍ଦ୍ର ସରକାରଙ୍କ କୋଭିଡ ମୁକାବିଲା ପାଇଁ ପ୍ରଶଂସାରେ ଶତମୁଖ ରାଷ୍ଟ୍ରପତି କୋବିନ୍ଦ । ସରକାରଙ୍କ ଉଚିତ ପଦକ୍ଷେପ ପାଇଁ କୋରୋନା ସ୍ଥିତି ନିୟନ୍ତ୍ରଣ ରହିଛି। ଏହାସହ ଅନେକ ଜୀବନ ଭାଇରସ କବଳରୁ ବଞ୍ଚିଯାଇଛି । ମହାମାରୀ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଲୋକଙ୍କ ସମସ୍ତ କ୍ଷେତ୍ରର ଉନ୍ନତ କରିବା ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି ବୋଲି ସଂସଦର ବଜେଟ୍ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ।

କୋରୋନା କାଳରେ ସରକାରଙ୍କ ସଠିକ ନିଷ୍ପତ୍ତି ଲକ୍ଷାଧିକ ଦେଶବାସୀଙ୍କ ଜୀବନ ବଞ୍ଚାଇଛି

ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ସନ୍ତୁଷ୍ଟ ଯେ କେନ୍ଦ୍ର ସରକାର ନେଇଥିବା ଠିକ ସମୟର ପଦକ୍ଷେପ ପାଇଁ ଲକ୍ଷ ଲକ୍ଷ ନାଗରିକଙ୍କ ଜୀବନ ରକ୍ଷା ହୋଇପାରିଛି । ଯେଉଁଥି ପାଇଁ ଆଜିକା ସମୟରେ ନୂତନ କୋରୋନା ମାମଲା ଦ୍ରୁତ ଗତିରେ ହ୍ରାସ ପାଉଛି ଓ ସୁସ୍ଥହାର ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଛି।"

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଗୃହରେ ମନେ ପକାଇବା ସହ କୋଭିଡ ସଂକଟ ବେଳେ ଦେହାନ୍ତ ହୋଇଥିବା 6 ଜଣ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କୋରୋନା କାଳରେ ଏ ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସବୁଠୁ ବଡ କଥା ହେଉଛି ଯେତେ ପରୀକ୍ଷା ଆସୁ ଭାରତ ଅଟକିନି କି ଅଟକିବନି ବୋଲି ରାଷ୍ଟ୍ରପତି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ଦେଶର ସର୍ବ ବୃହତ ଟୀକାକରଣ କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ସ୍ବାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟଲାଇନ କାର୍ଯ୍ୟକର୍ତ୍ତାଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଛି। ତେବେ ଟୀକାକରଣର ପ୍ରଥମ ପର୍ଯ୍ୟାୟ ଶେଷ ସୁଦ୍ଧା ପାଖାପାଖି 3 କୋଟି ଲୋକଙ୍କୁ ଟିକା ଦିଆଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.