ETV Bharat / bharat

ବଦଳିଲେ 5 ରାଜ୍ୟର ରାଜ୍ୟପାଳ

author img

By

Published : Sep 1, 2019, 1:20 PM IST

ରାଜସ୍ଥାନ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, କେରଳ ଓ ତେଲେଙ୍ଗାନା ଆଦି 5 ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି । କଲରାଜ ମିଶ୍ର ହେଲେ ରାଜସ୍ଥାନର ରାଜ୍ୟପାଳ ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ବଦଳିଲେ 5 ରାଜ୍ୟର ରାଜ୍ୟପାଳ । କେନ୍ଦ୍ର ସରକାରଙ୍କ ସହମତି କ୍ରମେ ରାଜସ୍ଥାନ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, କେରଳ ଓ ତେଲେଙ୍ଗାନା ଆଦି 5 ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ।

4 ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆ ଯାଇଥିବା ବେଳେ ଗୋଟିଏ ରାଜ୍ୟର ରାଜ୍ୟପାଳ ବଦଳି ହୋଇଛନ୍ତି । କଲରାଜ ମିଶ୍ର ରାଜସ୍ଥାନର ରାଜ୍ୟପାଳ ଭାବେ ଦାୟିତ୍ବ ନେଇଛନ୍ତି। କଲରାଜ ପୂର୍ବରୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଥିଲେ । କଲରାଜ ମିଶ୍ରଙ୍କ ସ୍ଥାନରେ ବନ୍ଦାରୁ ଦତ୍ତାତ୍ରେୟ ଏବେ ହିମାଚଳ ପ୍ରଦେଶର ରାଜ୍ୟପାଳ ହେବେ ।

ସେହିପରି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଗତ ସିଂହ କୋଶ୍ୟାରୀଙ୍କୁ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଏଥିସହିତ ଆରିଫ ମହମ୍ମଦ ଖାନ କେରଳର ରାଜ୍ୟପାଳ ଓ ଟି ସୌନ୍ଦର ରାଜନ ତେଲେଙ୍ଗାନାର ରାଜ୍ୟପାଳ ଭାବେ ଦାୟିତ୍ବ ସମ୍ଭାଳିବେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.