ନୂଆଦିଲ୍ଲୀ: କୋରୋନା ଆତଙ୍କରେ ଏବେ ଅସ୍ତବ୍ୟସ୍ତ ହୋଇ ଗଲେଣି ସାରା ବିଶ୍ବବାସୀ। ତେବେ ଏନେଇ ସରକାର ସବୁ ରାଜ୍ୟରେ ଜିମ୍, ସ୍କୁଲ୍, କଲେଜ, ମନ୍ଦିର, ମଲ ଆଦି ଜନଗହଳି ପୂର୍ଣ୍ଣ ସ୍ଥାନ ଯିବାକୁ ରୋକ ଲଗାଇ ଥିବା ବେଳେ ଏବେ ୟୁପିରେ ଗୋରେଖନାଥ ମନ୍ଦିର ଯିବାକୁ ବନ୍ଦ କରାଯାଇଛି । ତେବେ ଏନେଇ ନିଷ୍ପତ୍ତି ନେଇଛନ୍ତି ମନ୍ଦିର ପରିଚାଳନା କମିଟି ।
ତଥାପି, ପୁରୋହିତମାନଙ୍କ ଦ୍ବାରା ନୀତିକାନ୍ତି କାର୍ଯ୍ୟ ଜାରି ରହିବ । ଏବେ ଭାରତରେ COVID-19 ମାମଲାରେ 32 ବିଦେଶୀଙ୍କ ସମେତ 271 କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିଶ୍ଚିତ କରିଛନ୍ତି ।
@ ANI