ନୂଆଦିଲ୍ଲୀ: ଆପଣଙ୍କ ଅନଲାଇନ ସପିଂ ଉପରେ ନଜର ରଖୁଛି ଗୁଗୁଲ। ଆପଣଙ୍କ ଜିମେଲ ଆକାଉଣ୍ଟ ଦ୍ବାରା ଏହି ତଥ୍ୟ ପାଉଛି ଗୁଗୁଲ। ସିଏନବିସି ରିପୋର୍ଟ ଅନୁସାରେ, ପର୍ସନାଲ ମେଲକୁ ଆପଣଙ୍କ ସପିଂର ସମସ୍ତ ରିସିପ୍ଟ ଯାଉଥିବାରୁ ଗୁଗୁଲ ପ୍ରତ୍ୟକଙ୍କ ତଥ୍ୟ ସଂଗ୍ରହ କରିପାରିବାରେ ସକ୍ଷମ ହୋଇପାରିଛି।
କିଛି କ୍ଷେତ୍ରରେ ଆପଣଙ୍କ ଅଫଲାଇନ ସପିଂର ମଧ୍ୟ ତଥ୍ୟ ରଖୁଛି ଗୁଗୁଲ । ଗୁଗୁଲ ହିଁ ଗୋଟିଏ ମାଧ୍ୟମ ଯାହା ଦ୍ବାରା ଆପଣ ଆପଣଙ୍କ ପୂର୍ବ ସପିଂର ତଥ୍ୟ ପାଇ ପାରିବେ । ଗୁଗୁଲ ଏକ ୱେବ ଟୁଲ ଦ୍ବାରା ଏହି ତଥ୍ୟ ସଂଗ୍ରହ କରିପାରିଥାଏ। ହେଲେ କେବେ ଠାରୁ ଏହି ତଥ୍ୟ ପାଇ ପାରୁଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।