ETV Bharat / bharat

35ଟି ସହରରେ ‘ନିୟରବାଏ ସ୍ପଟ’ ଫିଚର ଉପଲବ୍ଧ କରାଇବ ଗୁଗୁଲ ପେ - ‘ନିୟରବାଏ ସ୍ପଟ’ ଫିଚର

ଦେଶର 35ଟି ସହରରେ ଉପଲବ୍ଧ ହେବ‘ନିୟରବାଏ ସ୍ପଟ’ ଫିଚର । ଏନେଇ ଘୋଷଣା କରିଛି ଗୁଗୁଲ୍ ପେ।

_google pay
35ଟି ସହରରେ ‘ନିୟରବାଏ ସ୍ପଟ’ ଫିଚର ଉପଲବ୍ଧ କରାଇବ ଗୁଗୁଲ ପେ
author img

By

Published : May 28, 2020, 2:50 PM IST

ନୂଆଦିଲ୍ଲୀ: ଦେଶର 35ଟି ସହରରେ ଉପଲବ୍ଧ ହେବ ‘ନିୟରବାଏ ସ୍ପଟ’ ଫିଚର । ଏନେଇ ଘୋଷଣା କରିଛି ଗୁଗୁଲ୍ ପେ।

ଗତ ମାସରେ ଗୁଗୁଲ୍ ପେ ଏକ ନିୟର ବାଏ ସ୍ପଟ ଲଞ୍ଚ କରିଥିଲା । ଯାହା ୟୁଜରମାନଙ୍କୁ ସେମାନଙ୍କ ନିକଟସ୍ଥ କେଉଁ ଷ୍ଟୋରରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଛି ଏବଂ କେଉଁ ଷ୍ଟୋର ଆଖପାଖରେ ଖୋଲା ଅଛି ତାହା ଖୋଜିବାରେ ସାହାଯ୍ୟ କରିବ ।

ଏଥିସହ ଏହି ଆପ୍ ଦ୍ବାରା ଦେଶରେ ଥିବା ୟୁଜର ରନ୍ଧନ ଗ୍ୟାସ ସିଲିଣ୍ଡର ଏଚପି ଗ୍ୟାସ୍, ଭାରତ ପେଟ୍ରୋଲିୟମ ଏବଂ ପେ ଡିଜିଟିବିଲିଟି ବୁକ୍ କରିପାରିବେ ।

କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ସମସ୍ତ ତିନୋଟି ସେବା ପ୍ରଦାନକାରୀ ବର୍ତ୍ତମାନ ଗୁଗୁଲ୍ ପେର ସମସ୍ତ ୟୁଜରଙ୍କ ପାଇଁ ଲାଇଭ୍ ଅଟେ।

ଏଥିସହ କମ୍ପାନୀ ଏକ ‘କୋରୋନା ଭାଇରସ୍ ସ୍ପଟ୍’ ମଧ୍ୟ ଲଞ୍ଚ କରିଛି । ଯାହା ୟୁଜରମାନଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପକ୍ଷରୁ ଜାରି କରାଯାଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀ ପ୍ରଦାନ କରିଥାଏ । ଏଥିସହ ରିଲିଫ୍ କାର୍ଯ୍ୟକୁ ସମର୍ଥନ କରିବା ପାଇଁ ଦାନ ଗ୍ରହଣ କରୁଥିବା ବିଭିନ୍ନ ସଂଗଠନ ଲିଙ୍କ ମଧ୍ୟ ପ୍ରଦାନ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.