ନୂଆଦିଲ୍ଲୀ: କୋରୋନା ଲକଡାଉନ ସମୟରେ ଭିଡିଓ କନଫରେନ୍ସିଂର ଚାହିଦା ବଢିଛି । ଏହାକୁ ଦୃଷ୍ଟିରେ ରଖି ସର୍ଚ୍ଚ କମ୍ପାନୀ ଭାବେ ବିଶ୍ଵବ୍ୟାପୀ ଲୋକପ୍ରିୟତା ଅର୍ଜନ କରିଥିବା 'ଗୁଗୁଲ' ନିଜ ଭିଡିଓ କନଫରେନ୍ସିଂ ଆପ୍ 'ଗୁଗୁଲ ମିଟ୍'କୁ ବିଶ୍ବର ସମସ୍ତ ୟୁଜର୍ସଙ୍କ ପାଇଁ ଫ୍ରି କରିଛି ।
ଆରମ୍ଭରେ ଏହି ପ୍ରିମିୟମ ଆପକୁ ପେଡ୍ ୟୁଜର୍ସଙ୍କୁ ଭେଟି ଦେଇଥିଲା ଗୁଗୁଲ । କିନ୍ତୁ କୋରୋନା ଭୂତାଣୁ ସହ ଲଢିବା ପାଇଁ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଲକଡାଉନରେ ଭିଡିଓ କଲିଂ ସେବାର ବଢିଥିବା ଚାହିଦାକୁ ଦୃଷ୍ଟିରେ ରଖି ଏହି ଆପ୍ର ଧୀରେ ଧୀରେ ଫ୍ରି ଭର୍ସନ ଜାରି କରାଯାଉଛି ।
ଏହା ପୂର୍ବରୁ 'ଗୁଗୁଲ ମିଟ୍' ଆପ୍ରେ କଲ ସେଟ କରିବା ପାଇଁ ଗୁଗୁଲ ବିଜନେସ୍ କିମ୍ବା ଏଜୁକେସନ ଆକାଉଣ୍ଟର ଆବଶ୍ୟକ ପଡୁଥିଲା । ଏହା ଏକ ସୁଟ୍(suite) ସଫ୍ଟୱେୟାର, ହେଲେ ଏବେ କମ୍ପାନୀ ଭିଡିଓ କଲିଂର ବଢୁଥିବା ଚାହିଦାକୁ ଦେଖି 'ମିଟ୍'କୁ ୱେବ୍ ଏବଂ ମୋବାଇଲ ଆପ୍ ମାଧ୍ୟମରେ ଆଇଓଏସ(iOS) ଏବଂ ଆଣ୍ଡ୍ରୋଏଡ ସେଟ୍ ପାଇଁ ଉପଲବ୍ଧ କରିଛି ।
ପ୍ରକାଶ ଥାଉ କି, 'ମିଟ୍' ଆପ୍ ମାଧ୍ୟମରେ ଗୁଗୁଲ ଏକକାଳୀନ ଭିଡିଓ କଲରେ 100 ଲୋକଙ୍କ ଯୋଡିବାର ଅନୁମତି ଦେଇଥାଏ । ଜି ସୁଟ୍ ର ସଭାପତି ଏବଂ ଜିଏମ୍ ଜାଭିୟର୍ ସୋଲ୍ଟେରୋ କହିଛନ୍ତି, 'ଆମେ ଆମର ପ୍ରିମିୟମ୍ ଭିଡିଓ କନଫରେନ୍ସିଂ ପ୍ରୋଜେକ୍ଟ 'ଗୁଗୁଲ୍ ମିଟ୍'କୁ ଆସନ୍ତା ସପ୍ତାହରେ ସମସ୍ତଙ୍କ ପାଇଁ ଫ୍ରି କରିଦେବୁ । ଏହି ଆପ୍ର ଫ୍ରି ଭର୍ସନ ମେ ଆରମ୍ଭରେ ସମସ୍ତ ୟୁଜର୍ସଙ୍କ ପାଇଁ ରୋଲ ଆଉଟ କରାଯିବ । ଆଉ ପେଡ ୟୁଜର୍ସଙ୍କ ପାଇଁ ଯେଉଁ ସେବ ଉପଲବ୍ଧ ଥିଲା ସେ ସମସ୍ତ ସେବା ଫ୍ରିରେ ମଧ୍ୟ ଉପଲବ୍ଧ ରହିବ । ୟେଉଁମାନଙ୍କ ପାଖରେ ଇମେଲ ଅଛି ସେ ମିଟ୍ ପାଇଁ ସାଇନ ଅପ୍ କରିପାରିବେ । ସେହିପରି ବିଜେନ୍ସେ ଏବଂ ଏକାଡେମିକ୍ ୟୁଜର୍ସ ମଧ୍ୟ ସମାନ ସୁବିଧା ପାଇପାରିବେ ।