ETV Bharat / bharat

ଗୁଗଲ ଡୁଡଲ ଜରିଆରେ ମତଦାନ କରିବାକୁ ଆହ୍ବାନ

2019 ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଆଜି ମତଦାନ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଗୁଗଲ ନିଜର ଡୁଡଲ ଜରିଆରେ ମତଦାନର ମହତ୍ତ୍ବକୁ ଦେଶବାସୀଙ୍କୁ ବୁଝେଇବାକୁ ଚେଷ୍ଟା କରିଛି ।

author img

By

Published : May 12, 2019, 9:41 AM IST

ଫଟୋ ସୌଜନ୍ୟ: ସୋସିଆଲ ମିିଡିଆ@ଗୁଗଲ

ନୂଆଦିଲ୍ଲୀ: 2019 ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଆଜି ମତଦାନ ଆରମ୍ଭ ହୋଇଯାଇଛି । 7ଟି ରାଜ୍ୟର 59 ଲୋକସଭା ଆସନ ପାଇଁ ମତଦାନ ଦେଉଛନ୍ତି ମତଦାତା । ଏହି ଅବସରରେ ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ ଗୁଗଲ ନିଜର ଡୁଡଲ ଜରିଆରେ ମତଦାନର ମହତ୍ତ୍ବକୁ ଦେଶବାସୀଙ୍କୁ ବୁଝେଇବାକୁ ଚେଷ୍ଟା କରିଛି । ଗୁଗଲ ଲେଖା ହୋଇଥିବା ଇଂରାଜୀ ଅକ୍ଷରରେ ମଝିରେ ଭୋଟ ଦେଉଥିବା ଅଙ୍ଗୁଳିରେ କାଳିର ଚିହ୍ନ ରହିଛି । ଯାହାକି ଭୋଟ ଦେବା ସଙ୍କେତ ।

ମତଦାନ ଚାଲିଥିବା ରାଜ୍ୟମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶରେ ସବୁଠୁ ଅଧିକ ଅର୍ଥାତ 14ଟି ଲୋକସଭା ଆସନ ସାମିଲ ରହିଛି । ତା ଛଡା ଆଜି ହରିୟାଣାରେ 10ଟି ଆସନ, ରାଜଧାନୀ ଦିଲ୍ଲୀରେ 7ଟି ଆସନ, ମଧ୍ୟପ୍ରଦେଶରେ 8ଟି, ପଶ୍ଚିମବଙ୍ଗରେ 8ଟି, ବିହାରରେ 8ଟି ଏବଂ ଝାଡ଼ଖଣ୍ଡରେ 4ଟି ଆସନ ପାଇଁ ମତଦାନ ଆରମ୍ଭ ହେଲାଣି । ଏହି ପର୍ଯ୍ୟାୟରେ ସପା (ସମାଜବାଦୀ ପାର୍ଟି)ର ମୁଖ୍ୟ ଅଖିଳେଶ ଯାଦବ, କେନ୍ଦ୍ରୀୟ ମନ୍ତ୍ରୀ ମେନକା ଗାନ୍ଧୀ, ରାଧାମୋହନ ସିଂହ, ହର୍ଷବର୍ଦ୍ଧନ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ଦିଗଜ ନେତା ଭାଗ୍ୟ ପରୀକ୍ଷା ଦେଉଛନ୍ତି ।

Intro:Body:

PRABIR

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.