ନୂଆଦିଲ୍ଲୀ: ଆଜି 71 ତମ ସାଧାରଣତନ୍ତ୍ର ଦିବସ । ସ୍କୁଲ କଲେଜ ଠାରୁ ଆରମ୍ଭ କରି କାର୍ଯ୍ୟାଳୟରେ ପାଳନ ହେଉଛି ସାଧାରଣତନ୍ତ୍ର ଦିବସ । ଗୁଗୁଲ ଡୁଡୁଲ ମଧ୍ୟ ପାଳନ କରିଛି ଏହି ଦିନ ।
ବିଭିନ୍ନତା ମଧ୍ୟରେ ଏକତାକୁ ଏଥିରେ ଦର୍ଶାଯାଇଛି । ଦେଶର ସଂସ୍କୃତି ଏବଂ ପର୍ଯ୍ୟଟନର ଚିତ୍ର ରହିଥିବା ଦେଖାଯାଇଛି । ଆଗ୍ରା ତାଜମହଲ, ଦିଲ୍ଲୀ ଇଣ୍ଡିଆ ଗେଟ, ଦେଶର ପାରମ୍ପରିକ ନୃତ୍ୟକୁ ଏକାଠି ଡୁଡୁଲ ମାଧ୍ୟମରେ ଦେଖାଇଛନ୍ତି ସିଙ୍ଗାପୁରର ଡିଜାଇନର ଆର୍ଟିଷ୍ଟ ମିରୋ ସେଠ ।
ଗତବର୍ଷ ସାଧାରଣତନ୍ତ୍ର ଦିବସରେ ଆର୍ଟିଷ୍ଟ ଋଷିଦେବ ଆରକେ ଡୁଡୁଲ ଡିଜାଇନ କରିଥିଲେ । ଦେଶର ପର୍ଯ୍ୟଟନ ସ୍ଥଳୀ ସହ ରାଷ୍ଟ୍ରପତି ଭବନକୁ ନେଇ ପ୍ରସ୍ତୁତ କରିଥିଲେ ଡୁଡୁଲ ।