ETV Bharat / bharat

ତାଜମହଲକୁ ଦୈନିକ ପରିଦର୍ଶକଙ୍କ ସଂଖ୍ୟା 15 ହଜାରକୁ ବୃଦ୍ଧି

author img

By

Published : Dec 27, 2020, 5:13 PM IST

ତାଜମହଲ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। କାରଣ ପୂର୍ବରୁ 7 ହଜାର 500 ଲୋକ ଦୈନିକ ଯିବାକୁ ଅନୁମତି ଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇ 15 ହଜାରରେ ପହଁଞ୍ଚିଛି। ଅଧିକ ପଢନ୍ତୁ...

ତାଜମହଲ ପରିଦର୍ଶକଙ୍କ ସଂଖ୍ୟା ଦୈନିକ 15 ହଜାରକୁ ବୃଦ୍ଧି

ଆଗ୍ରା: କୋରୋନା ପ୍ରକୋପ ଧୀରେ ଧୀରେ ହ୍ରାସ ପାଉଛି। ଏହି ସମୟରେ ବିଭିନ୍ନ ଐତିହାସିକ ସ୍ଥଳୀ ପର୍ଯ୍ୟଟକଙ୍କ ପାଇଁ ଖୋଲି ଗଲାଣି। ତେବେ ପୃଥିବୀର ସପ୍ତମ ଆଶ୍ଚର୍ଯ୍ୟ ତାଜମହଲ ଖୋଲି ସାରିଥିବା ବେଳେ ପର୍ଯ୍ୟଟକଙ୍କ ଭିଡ ଜମୁଛି। ଯଦି ଆପଣ ଏହା ଭିତରେ ତାଜମହଲ ବୁଲି ଯିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ପୂର୍ବରୁ 7 ହଜାର 500 ଲୋକ ଦୈନିକ ଯିବାକୁ ଅନୁମତି ଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇ 15 ହଜାରରେ ପହଁଞ୍ଚିଛି। ଜିଲ୍ଲା ପ୍ରଶାସନ ଏବଂ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI) ପର୍ଯ୍ୟଟକଙ୍କ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ସ୍ମାରକୀକୁ ପରିଦର୍ଶକଙ୍କ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ତାଜମହଲ ଏବଂ ଆଗ୍ରା ଦୁର୍ଗ ପାଇଁ ପରିଦର୍ଶକଙ୍କ ସଂଖ୍ୟା ବ୍ୟତୀତ ସହରର ଅନ୍ୟ କ଼ୌଣସି ସ୍ମାରକୀ ପାଇଁ ଦର୍ଶକଙ୍କ ତାଲିକାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଖବର ଅନୁଯାୟୀ, କୋଭିଡ୍ ପରିସ୍ଥିତିର ସମୀକ୍ଷା କରିବା ପରେ ନୂତନ ବର୍ଷ ପୂର୍ବରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା।

କୋରୋନାଭାଇରସ୍ ଦ୍ବାରା ଜାରି ଲକଡାଉନ ପାଇଁ ପ୍ରାୟ 190 ଦିନ ବନ୍ଦ ରହିବା ପରେ ତାଜମହଲ ଏବଂ ଆଗ୍ରା ଦୁର୍ଗ 21 ସେପ୍ଟେମ୍ବର 2020 ରେ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଥିଲା। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ସର୍ବାଧିକ 5 ହଜାର ପର୍ଯ୍ୟଟକଙ୍କୁ ତାଜମହଲ ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଥିଲା। ଏବଂ ଦୈନିକ ସର୍ବାଧିକ 2500 ପର୍ଯ୍ୟଟକଙ୍କୁ ଆଗ୍ରା ଦୁର୍ଗରେ ପ୍ରବେଶ ଅନୁମତି ଥିଲା।

ଖୋଲିବା ପରେ ତାଜମହଲ ପରିଦର୍ଶନ କରିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ଚାଇନାର ବାସିନ୍ଦା ଲିଆଙ୍ଗ ଚିଆ ଚେଙ୍ଗ ରିପବ୍ଲିକୋ । ପରିଦର୍ଶକମାନେ ପରିସର ଭିତରକୁ ଯିବା ପୂର୍ବରୁ ଥର୍ମାଲ୍ ସ୍କ୍ରିନିଂ କରାଯାଇଥିଲା।ଆଗ୍ରାର ଏହି ଆଇକନିକ୍ ସାଇଟଗୁଡିକ ପାଇଁ ବହୁ ସଂଖ୍ୟକ ବୁକିଂ ହେତୁ ଅନେକ ପର୍ଯ୍ୟଟକଙ୍କୁ ସ୍ମାରକୀ ନଦେଖି ଫେରିବାକୁ ପଡିଲା । ତେଣୁ ପରିଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ଏବଂ ଏଏସଆଇ ନିଷ୍ପତ୍ତି ନେଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.