ନୂଆଦିଲ୍ଲୀ: ବେତନଭୋଗୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ହ୍ବାଟ୍ସଆପରେ ମିଳିବ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ଆକାଉଣ୍ଟ ସମ୍ବନ୍ଧିତ ତଥ୍ୟ । ପିଏଫ ସମ୍ବନ୍ଧୀୟ କୌଣସି ବି ଅଭିଯୋଗ କିମ୍ବା ପ୍ରଶ୍ନର ଉତ୍ତର ଜାଣିବାକୁ ହେଲେ ହ୍ବାଟ୍ସ ଆପ ହେଲ୍ପ ଲାଇନ ନମ୍ବରରେ ସମ୍ପର୍କ କଲେ ତୁରନ୍ତ ଆପଣଙ୍କୁ ଆପଣଙ୍କ ନିକଟ ଆଞ୍ଚଳିକ ଇପିଏଫଓ ଅଫିସ ସହ ସଂଯୋଗ ହୋଇଯିବ । ଏହାପରେ ଆପଣଙ୍କୁ ତାହା ସମ୍ବନ୍ଧୀୟ ଡାଟା ହ୍ବାଟ୍ସଆପ ଜରିଆରେ ମିଳିଯିବ ।
କୋରୋନା କାଳରେ ବେତନଭୋଗୀ କର୍ମଚାରୀଙ୍କୁ ସୁବିଧା ପାଇଁ ଇପିଏଫଓ ହ୍ବାଟ୍ସଆପ ହେଲ୍ପ ଲାଇନ ସୁବିଧା ଲଞ୍ଚ କରିଛି । ବର୍ତ୍ତମାନ ଇପିଏଫଓ ର 138 ଟି ଆଞ୍ଚଳିକ ଅଫିସରେ ନିଜର ହ୍ବାଟ୍ସଆପ ହେଲ୍ପ ଲାଇନ୍ ନମ୍ବରହ ଲଞ୍ଚ କରିଛି । ଏଥିପାଇଁ ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟର ଉତ୍ସର୍ଗୀକୃତ ହେଲ୍ପଲାଇନ ସଂଖ୍ୟାଗୁଡିକର ଏକ ତାଲିକା ପାଇବାକୁ, EPFO ୱେବସାଇଟର ହୋମ ପେଜକୁ ନିମ୍ନ ଲିଖିତ ଲିଙ୍କରେ କ୍ଲିକ କରନ୍ତୁ...
https://www.epfindia.gov.in/site_docs/PDFs/Downloads_PDFs/WhatsApp_Helpline.pdf
ଏହି ଲିଙ୍କରେ ଉପଭୋକ୍ତାଙ୍କୁ ପ୍ରଥମେ ହ୍ବାଟ୍ସ ଆପରେ ୟୁଏନ ନଂ ଦେବାପରେ ଇପିଏଫ ସମ୍ବନ୍ଧୀୟ ପ୍ରଶ୍ନ ପଚାରି ପାରିବେ । ହ୍ବାଟ୍ସ ଆପ ବ୍ୟତୀତ EPFO ର ଅଭିଯୋଗ ନିମନ୍ତେ ଅନ୍ୟ ମାଧ୍ୟମ ଯେପରିକି EPFiGMS ପୋର୍ଟାଲ୍, CPGRAMS, ସୋସିଆଲ୍ ମିଡିଆ ପୃଷ୍ଠାଗୁଡ଼ିକ (ଫେସବୁକ୍ ଏବଂ ଟ୍ବିଟର)ରେ 24x7 ସୁବିଧା ପାଇପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ