ETV Bharat / bharat

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଭଲ ଖବର ! ବଢିବ 15 ପ୍ରତିଶତ ଦରମା, ଏନପିଏସ ପରିମାଣ ବି ବଢିବ - increased NPS contribution

ପାଖାପାଖି 14 ଲକ୍ଷ ବ୍ୟାଙ୍କ କର୍ମଚାରୀ ଏବଂ ଅଫିସରଙ୍କ ପାଇଁ ଏବେ ଏକ ବଡ଼ ଆଶ୍ବସ୍ତିର ଖବର। ତିନି ବର୍ଷ ହେଲା ପଡି ରହିଥିବା ମଜୁରୀ ସଂଶୋଧନ ନେଇ ଶେଷରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଏବଂ କର୍ମଚାରୀ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ବୁଧବାର ଦିନ ସ୍ବାକ୍ଷରିତ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Breaking News
author img

By

Published : Jul 23, 2020, 10:32 PM IST

କ୍ରିଷ୍ଣାନନ୍ଦ ତ୍ରିପାଠୀ, ଇଟିଭି ଭାରତ

ପାଖାପାଖି 14 ଲକ୍ଷ ବ୍ୟାଙ୍କ କର୍ମଚାରୀ ଏବଂ ଅଫିସରଙ୍କ ପାଇଁ ଏବେ ଏକ ବଡ଼ ଆଶ୍ବସ୍ତିର ଖବର। ତିନି ବର୍ଷ ହେଲା ପଡି ରହିଥିବା ମଜୁରୀ ସଂଶୋଧନ ନେଇ ଶେଷରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଏବଂ କର୍ମଚାରୀ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ବୁଧବାର ଦିନ ସ୍ବାକ୍ଷରିତ ହୋଇଛି ।

ମୁମ୍ବାଇରେ ଅନୁଷ୍ଠିତ ଏକ ମିଳିତ ବୈଠକରେ ଦୁଇ ପକ୍ଷ ରାଜି ହୋଇଥିବା ସୂତ୍ର ଅନୁଯାୟୀ କର୍ମଚାରୀ ଓ ଅଫିସରମାନଙ୍କ ଦରମାରେ 15 ପ୍ରତିଶତ ବୃଦ୍ଧି ପାଇଁ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ରାଜି ହୋଇଛନ୍ତି, ଏବଂ ଏହା ପିଛିଲା ଭାବେ 2017 ନଭେମ୍ବର ପହିଲାରୁ ଲାଗୁ ହେବ। ବହୁ ଦିନ ଧରି ପଡି ରହିଥିବା ମଜୁରୀ ବୁଝାମଣା କାର୍ଯ୍ୟକାରୀ କରିବା ପାଇଁ ଏକ ବୁଝାମଣା ପତ୍ର ବା ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। ଏହି ମଜୁରୀ ସଂଶୋଧନ ତା 1.11.2017ରିଖରୁ ଲାଗୁ ହେବ ବୋଲି ଆଇବିଏ ଏକ ବିବୃତିରେ ପ୍ରକାଶ କରିଛି ।

2017 ମାର୍ଚ୍ଚ 31 ତାରିଖରେ ମଜୁରୀ ଏବଂ ଭତ୍ତା ବାବାଦରେ ଯେତିକି ବିଲ୍ ପରିମାଣ ଥିଲା ତାହାର 15 ପ୍ରତିଶତ ବୃଦ୍ଧିର ହିସାବ କଲେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଅଧିକ 7 ହଜାର 898 କୋଟି ଟଙ୍କାର ଆର୍ଥିକ ବୋଝ ନେବାକୁ ପଡିବ ବୋଲି ଈଟିଭି ଭାରତକୁ ମିଳିଥିବା ତଥ୍ୟରୁ ଜଣାପଡିଛି । 2012ରେ ଶେଷ ଥର ପାଇଁ ବ୍ୟାଙ୍କ କର୍ମଚାରୀ ଏବଂ ପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦ୍ବିପାକ୍ଷିକ ରାଜିନାମା ହୋଇଥିଲା ଏବଂ ନଭେମ୍ବର 2017ରେ ପରବର୍ତ୍ତୀ ସଂଶୋଧନ ହେବାର ଥିଲା ।

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ପ୍ରତି 10 ବର୍ଷରେ ପେ କମିସନ ଗଠିତ ହୋଇଥାଏ। କିନ୍ତୁ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପ୍ରତି ପାଞ୍ଚ ବର୍ଷରେ ଥରେ ବ୍ୟାଙ୍କ କର୍ମଚାରୀ ଏବଂ ଇଣ୍ଡିଆନ ବ୍ୟାଙ୍କସ ଆସୋସିଏସନ (ଆଇବିଏ) ଜରିଆରେ ପ୍ରତିନିଧିତ୍ବ କରୁଥିବା ବ୍ୟାଙ୍କ ମ୍ୟାନେଜମେଣ୍ଟ ମଧ୍ୟରେ ଦ୍ବିପାକ୍ଷିକ ବୁଝାମାଣା ଜରିଆରେ ମଜୁରୀ ସଂଶୋଧନ କରାଯାଇଥାଏ।

ଆଇବିଏ ଜାରି କରିଥିବା ବିବୃତି ଅନୁଯାୟୀ, ମାର୍ଚ୍ଚ 2017ରେ ବ୍ୟାଙ୍କଗୁଡିକର ପରିଚାଳନଗତ ଖର୍ଚ୍ଚକୁ ଆଧାର କରି ବ୍ୟାଙ୍କ କର୍ମଚାରୀ ଏବଂ ଅଫିସରଙ୍କ ମଧ୍ୟରେ ବାର୍ଷିକ ମଜୁରୀ ବୃଦ୍ଧି କେତେ ହେବ ତାହା ସ୍ଥିର କରାଯାଇଥାଏ। ଏଥିପାଇଁ ହୋଇଥିବା ବୁଝାମାଣାପତ୍ରରେ କର୍ମଚାରୀ ଏବଂ ଅଫିସର ସଂଘ ପ୍ରତିନିଧିଙ୍କ ଦ୍ବାରା ସ୍ବାକ୍ଷରିତ ହୋଇଥାଏ।

କାର୍ଯ୍ୟଦକ୍ଷତାକୁ ଦେଖି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ପ୍ରୋତ୍ସାହନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଘରୋଇ ବ୍ୟାଙ୍କ ଏବଂ ବିଦେଶୀ ବ୍ୟାଙ୍କ ଗୁଡିକ ମଧ୍ୟରେ ଏବେ ପ୍ରତିଯୋଗିତା ଜୋରଦାର ହୋଇଥିବାରୁ କର୍ମଚାରୀ ଏବଂ ଅଫିସରଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ମନୋଭାବ ବୃଦ୍ଧି ଉପରେ ଆଇବିଏ ଗୁରୁତ୍ବ ଆରୋପ କରିଛି। ଏଥିପାଇଁ ଭଲ ପ୍ରଦର୍ଶନକାରୀଙ୍କୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଥିବା ଆଇବିଏ କହିଛି।

ନିର୍ଦ୍ଦିଷ୍ଟ ବ୍ୟାଙ୍କ ଶାଖାର ଲାଭ ପରିମାଣକୁ ଅଧାର କରି ପରଫମାନସ ଲିଙ୍କଡ ଇନସେଣ୍ଟିଭ ବା ପିଏଲଆଇ ସ୍ଥିର କରିବା ଉଚିତ ବୋଲି ଆଇବିଏ କହିଛି। ତେବେ ଘରୋଇ ଏବଂ ବିଦେଶୀ ବ୍ୟାଙ୍କ ପାଇଁ ଏହା ଇଚ୍ଛାଧୀନ ବୋଲି ଏଥିରେ କୁହାଯାଇଛି। କର୍ମଚାରୀମାନଙ୍କର ଦରମା ବାଦ୍ ପିଏଲ୍ଆଇ ସେମାନଙ୍କୁ ଦେବାକୁ ଆଇବିଏ କହିଛି।

ପରଫମାନସ ଲିଙ୍କଡ ଇନସେଣ୍ଟିଭ ନିର୍ଦ୍ଧାରଣ କରିବା ପାଇଁ ସୂତ୍ରରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ପରଫମାନସ ଲିଙ୍କଡ ଇନସେଣ୍ଟିଭ ନିର୍ଦ୍ଧାରଣ କରାଯିବା ସୂତ୍ର କାର୍ଯ୍ୟକାରୀ କରିବା ନେଇ ବ୍ୟାଙ୍କ କର୍ମଚାରୀ ପ୍ରତିନିଧି ଏବଂ ପରିଚାଳନା କର୍ତ୍ତୃପକ୍ଷ ରାଜି ହୋଇଛନ୍ତି । ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କାରବାରଜନିତ ଲାଭ ବର୍ଷକୁ ବର୍ଷ ହିସାବରେ ଯଦି 5 ପ୍ରତିଶତରୁ କମ୍ ହୁଏ, ତେବେ ବ୍ୟାଙ୍କ କର୍ମଚାରୀ ଏବଂ ଅଫିସର କୌଣସି ପ୍ରକାର ପରଫମାନସ ଲିଙ୍କଡ ଇନସେଣ୍ଟିଭ ପାଇପାରିବେ ନାହିଁ ।

ଯଦି ବର୍ଷକୁ ବର୍ଷ ହିସାବରେ କାରବାରଜନିତ ଲାଭ 5ରୁ 10 ପ୍ରତିଶତ ମଧ୍ୟରେ ରୁହେ ତେବେ କର୍ମଚାରୀଙ୍କୁ ସେମାନଙ୍କର 5 ଦିନର ବେତନ (ମୂଳ ଦରମା ଓ ମହଙ୍ଗା ଭତ୍ତା) ପିଏଲଆଇ ଆକାରରେ ପ୍ରଦାନ କରାଯିବ। ସେହିପରି ଯଦି ବାର୍ଷିକ କାରବାରଜନିତ ଲାଭ 10ରୁ 15 ପ୍ରତିଶତ ମଧ୍ୟରେ ରୁହେ ତେବେ କର୍ମଚାରୀଙ୍କୁ ସେମାନଙ୍କର 10 ଦିନର ବେତନ ପିଏଲଆଇ ଆକାରରେ ମିଳିବ ଏବଂ ଯଦି ବାର୍ଷିକ କାରବାରଜନିତ ଲାଭ 15 ପ୍ରତିଶତରୁ ଅଧିକ ହୁଏ ତେବେ କର୍ମଚାରୀଙ୍କୁ ସେମାନଙ୍କର 15 ଦିନର ଦରମା (ମୂଳ ଦରମା ଓ ମହଙ୍ଗା ଭତ୍ତା) ପିଏଲଆଇ ଆକାରରେ ଦିଆଯିବ।

ଏନପିଏସରେ ବ୍ୟାଙ୍କର ଯୋଗଦାନ ବଢିବ କର୍ମଚାରୀମାନଙ୍କର ଜାତୀୟ ପେନସନ ଯୋଜନା(ଏନପିଏସ)ରେ ବ୍ୟାଙ୍କର ଯୋଗଦାନ 10 ପ୍ରତିଶତରୁ 14 ପ୍ରତିଶତକୁ ବୃଦ୍ଧି କରିବାକୁ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଏବଂ କର୍ମଚାରୀ ପ୍ରତିନିଧିମାନେ ମଧ୍ୟ ରାଜି ହୋଇଛନ୍ତି ।

ତେବେ, ସମ୍ଭବତଃ ଏହି ଦ୍ବିପାକ୍ଷିକ ରାଜିନାମା ବୁଝାମଣା ସ୍ବାକ୍ଷରିତ ହେବା ଦିନଠାରୁ ଲାଗୁ ହେବ ଏବଂ ଏଥିପାଇଁ ସରକାରଙ୍କ ଅନୁମୋଦନ ଜରୁରୀ। ବ୍ୟାଙ୍କ ପରିଚାଳନା ଏବଂ କର୍ମଚାରୀ ପ୍ରତିନିଧି ଦ୍ବିପାକ୍ଷିକ ବୁଝାମଣାକୁ ଚୂଡାନ୍ତ କରିବା ଲାଗି ପୁଣି ଥରେ ଆଗାମୀ 3 ମାସ ମଧ୍ୟରେ ଏକ ବୈଠକରେ ମିଳିତ ହେବେ ବୋଲି ଆଇବିଏ କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.