ETV Bharat / bharat

2019 ମହାସମର : କିଏ ସହଯୋଗୀ, କିଏ ବିରୋଧି... - bihar politics

ପାଖେଇ ଆସିଲାଣି 2019 ମହାସମର। ଏଥିପାଇଁ ଅଣ୍ଟାଭିଡି ଆଗେଇ ଆସିଲାଣି ବିଭିନ୍ନ ଦଳର ମଙ୍ଗୁଆଳ। ଦିନକି ଦିନ ମହାସମରର ତାରିଖ ପାଖେଇ ଆସୁଥିବାରୁ ନିର୍ବାଚନୀ ରଣାଙ୍ଗନରେ ଉଷ୍ମତା ଅନୁଭୂତ ହେଲାଣି।

ଡିଜାଇନ ଫଟୋ
author img

By

Published : Feb 9, 2019, 4:16 AM IST

ପାଟନା: ପୁରୁଣା ବର୍ଷ 2018କୁ ବିଦାୟ ଜଣାଇ, ନୂଆବର୍ଷ 2019କୁ ସ୍ୱାଗତ କରିଛନ୍ତି ବିଶ୍ୱବାସୀ । ରାଜନୀତି ଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି ପରିବର୍ତ୍ତନ। ଏଥିରୁ କେମିତି ବାଦ ପଡନ୍ତା ରାଜନୀତି। ନୂଆବର୍ଷ 2019ରେ ହେବାକୁ ଯାଉଛି ବିଶ୍ୱର ସର୍ବବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ରର ସାଧାରଣ ନିର୍ବାଚନ। ଏଥିପାଇଁ ନିର୍ବାଚନୀ ତାତି ବିଦାୟୀ ବର୍ଷରୁ ଅନୁଭୂତ ହୋଇଗଲାଣି ।

ଚଳିତ ବର୍ଷ ଏପ୍ରିଲ-ମେ ଆଡକୁ ହେବାକୁ ଯାଉଛି ସପ୍ତଦଶ ଲୋକସଭା ନିର୍ବାଚନ । ଏବେଠାରୁ ମିଶନ 2019 ପାଇଁ ସମରସଜ୍ଜା ଆରମ୍ଭ ହୋଇଗଲାଣି । ବିଦାୟୀ 2018ରେ ବଦଳି ଯାଇଛି ବିହାରର ରାଜନୈତିକ ପାଣିପାଗ। କିଏ କାହାର ରାଜନୈତିକ ସହଯୋଗୀ ହୋଇପଡିଥିବା ବେଳେ ଅନ୍ୟକେହି ପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚନ ମୈଦାନରେ ଉଭା ହୋଇଛନ୍ତି। ଚଳିତ 2019ରେ ସପ୍ତଦଶ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିପାଇଁ ଚଳଚଞ୍ଚଳ ହୋଇଉଠିଲାଣି ବିହାର ରାଜନୀତି।

ଏଥରର ବିହାର ଲୋକସଭା ନିର୍ବାଚନରେ ଦ୍ୱିକୋଣୀୟ ମୁକାବିଲା ହେବାର ସମ୍ଭାବନା ଯଥେଷ୍ଟ ରହିଛି। ଏହି ନିର୍ବାଚନୀ ରଣାଙ୍ଗନର ଗୋଟିଏ ପଟେ ବିଜେପି ନେତ୍ୱାଧିନ ଏନଡିଏ ମେଣ୍ଟ ରହିଛି। ଅନ୍ୟପଟେ କଂଗ୍ରେସ, ଆରଜେଡିଏବଂ ଅନ୍ୟଦଳଙ୍କୁ ନେଇ ଗଠିତ ମହାଗଠବନ୍ଧନ ନିଜର ଉପସ୍ଥିତ ଜାହିର କରିବାକୁ ଯାଉଛି।

ଏଥରର ଏନଡିଏ ମେଣ୍ଟରେ ବିଜେପି, ଜେଡିୟୁ ଏବଂ ଲୋକ ଜନଶକ୍ତି ପାର୍ଟି(ଏଲଜେପି) ରହିଥିବା ବେଳେ, ଏହି ମେଣ୍ଟରେ ପୂର୍ବରୁ ସାମିଲ ଥିବା ରାଷ୍ଟ୍ରୀୟ ଲୋକସମତା ପାର୍ଟି(ଆରଏଲଏସପି) ଏନଡିଏ ଛାଡି ମହାଗଠବନ୍ଧନରେ ସାମିଲ ହୋଇଛି । 2019 ନିର୍ବାଚନରେ କାହାକୁ କେତେ ଆସନ ମିଳିବ ଏନଡିଏ ମେଣ୍ଟର ଅଂଶୀଦାର ଦଳଙ୍କ ମଧ୍ୟରେ ବୁଝାମଣା ହୋଇସାରିଛି । ବିହାରର ମୋଟ 40ଟି ଲୋକସଭା ଆସନରୁ ଜେଡିୟୁ ଏବଂ ବିଜେପି ସମାନ ସଂଖ୍ୟକ 17ଟି ଆସନରେ ଲଢିବେ। ଅର୍ଥାତ ଉଭୟ ଦଳଙ୍କୁ 34ଟି ଆସନ ମିଳିଛି । ସେହିପରି ବାକି 6ଟି ଆସନରେ ପ୍ରାର୍ଥୀ ଦେବ ଏଲଜେପି।

undefined

ଅନ୍ୟପଟେ ଆସନ ବୁଝାମଣା କରିବାରେ ଏନଡିଏ ଠାରୁ ପଛରେ ପଡିଛି ବିରୋଧିଙ୍କ ମହାଗଠବନ୍ଧନ । ଏଥିରେ ସାମିଲ ଥିବା ଦଳ ହେଉଛନ୍ତି କଂଗ୍ରେସ, ଆରଜେଡି, ଆରଏଲଏସପି, ଶରଦ ଯାଦବଙ୍କ ନେତୃତ୍ୱାଧିନ ଲୋକତାନ୍ତ୍ରିକ ଜନତା ଦଳ(ଏଲଜେଡି), ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝିଙ୍କ ନେତୃତ୍ୱାଧିନ ହିନ୍ଦୁସ୍ଥାନ ଆୱାମୀ ମୋର୍ଚ୍ଚା (ହାମ)। ବିରୋଧିଙ୍କ ମହାଗଠବନ୍ଧନ ବାମ ଦଳ ସାମିଲ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡୁନାହିଁ। ସେହିପରି ଆରଜେଡିରୁ ବହିଷ୍କୃତ ହୋଇ ନୂତନ ଦଳ ଗଢିଥିବା ମାଧେପୁରା ସାଂସଦ ପପୁ ଯାଦବଙ୍କ ଜନ ଅଧିକାର ପାର୍ଟି (ଜାପ) ଏନଡିଏ ନାଁ ମହାଗଠବନ୍ଧନରେ ସାମିଲ ହେବେ, ସେନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ନିଜେ ସାଂସଦ ପପୁ।

ସମ୍ମାନଜନକ ଆସନ ସାଜିଛି ବାଧକ

ଉଭୟ ଏନଡିଏ ଏବଂ ମହାଗଠବନ୍ଧନରେ ସାମିଲ ଥିବା ଦଳଙ୍କ ମଧ୍ୟରେ ବାଧକ ସାଜିଥିଲା ସମ୍ମାନଜନକ ଆସନ ବୁଝାମଣା । ଯେଉଁଥିପାଇଁ ଏନଡିଏ ମେଣ୍ଟରୁ ବାହାରି ଯାଇଥିଲା ଆରଏଲଏସପି। ଏହି ସମସ୍ୟା ବର୍ତ୍ତମାନ ଦେଖିବାକୁ ମିଳିଛି ମହାଗଠବନ୍ଧନରେ। ସବୁ ଦଳ ଚାହୁଁଛନ୍ତି ସମ୍ମାନଜନକ ଆସନରେ ପ୍ରାର୍ଥୀ ଦେଇ ନିର୍ବାଚନ ଲଢିବା ପାଇଁ । ଏଭଳି ସମସ୍ୟାରୁ ପୂର୍ବରୁ ମୁକ୍ତି ପାଇଛି ଏନଡିଏ। ମହାଗଠବନ୍ଧନରେ ଅଂଶୀଦାର ଥିବା ଦଳଙ୍କୁ କେତୋଟି ଆସନ ମିଳିବ ତାହା ନିର୍ବାଚନ ପାଖେଇ ଆସିଲେ ସ୍ପଷ୍ଟ ହୋଇଯିବ ।

2014 ବିହାର ଲୋକସଭା ନିର୍ବାଚନର ଫଳାଫଳ

  • ମୋଟ ଆସନ- 40
  • ବିଜେପି-22
  • ଏଲଜେପି-6
  • ଆରଜେଡି-3
  • ଆରଏଲଏସପି-3
  • କଂଗ୍ରେସ-2
  • ଏନସିପି-1
  • ଜାପ-1

Intro:Body:

just checking

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.