ETV Bharat / bharat

ଗୁଣାତ୍ମକ ଶିକ୍ଷା ପାଇଁ ସୁବର୍ଣ୍ଣ ପଥ - ଗୁଣାତ୍ମକ ଶିକ୍ଷା

ସଂସଦୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ମାନବ ସମ୍ବଳ ମନ୍ତ୍ରଣାଳୟକୁ ଝଟକା ଦେଇଛି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ 58000 କୋଟି ଟଙ୍କା ଦାବି କରାଯାଇଥିଲା ବେଳେ ଆଗତ ହୋଇଥିବା କେନ୍ଦ୍ରୀୟ ବଜେଟରେ ମାତ୍ର 39000 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

Golden Path to Quality Education, QUALITY EDUCATION, ଗୁଣାତ୍ମକ ଶିକ୍ଷା, ଗୁଣାତ୍ମକ ଶିକ୍ଷା ପାଇଁ ସୁବର୍ଣ୍ଣ ପଥ
ଗୁଣାତ୍ମକ ଶିକ୍ଷା ପାଇଁ ସୁବର୍ଣ୍ଣ ପଥ
author img

By

Published : Mar 19, 2020, 11:17 PM IST

ବିଶ୍ବବିଦ୍ୟାଳୟଗୁଡ଼ିକ ହେଉଛି ସେହି ସ୍ଥାନ ଯେଉଁଠି ଅଭିନବ ଚିନ୍ତାଧାରାର ନୂତନ ବାୟୁ ନିଶ୍ବାସ ପ୍ରଶ୍ବାସ କରିବା ସହିତ ସୃଜନଶୀଳତା ପାଇଁ ଡେଣା ପ୍ରଦାନ କରେ ଓ ସମାଜର ଦକ୍ଷ ମାନବ ସମ୍ବଳକୁ ଉନ୍ମୋଚନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ। ଆଜି ସେମାନଙ୍କର ସ୍ଥିତି କ’ଣ ? ବିଶ୍ବବିଦ୍ୟାଳୟମାନଙ୍କ ମଧ୍ୟରୁ ଅନେକ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ଓ ଅଧ୍ୟାପକ ଅଭାବ ଜନିତ ସମସ୍ୟାରେ ପୀଡିତ ହୋଇଛନ୍ତି।

ସଂସଦୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ମାନବ ସମ୍ବଳ ମନ୍ତ୍ରଣାଳୟକୁ ଝଟକା ଦେଇଛି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ 58000 କୋଟି ଟଙ୍କା ଦାବି କରାଯାଇଥିଲା ବେଳେ ଆଗତ ହୋଇଥିବା କେନ୍ଦ୍ରୀୟ ବଜେଟରେ ମାତ୍ର 39000 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ବଜେଟରେ ବ୍ୟୟ ବରାଦ ହୋଇଥିବା ଅର୍ଥରେ ଶିକ୍ଷା କ୍ଷେତ୍ରରେ ମୌଳିକ ସୁବିଧା ସୃଷ୍ଟି, ଛାତ୍ର-ଶିକ୍ଷକ ଅନୁପାତକୁ ପୂରଣ କରିବା ପାଇଁ ଅଧ୍ୟାପକ ପଦବୀ ସୃଷ୍ଟି କରିବା ପର୍ଯ୍ୟାପ୍ତ ନୁହେଁ ବୋଲି ଷ୍ଟାଣ୍ଡିଂ କମିଟି ଅସନ୍ତୋଷ ବ୍ୟକ୍ତ କରିବା ସହିତ ବିଭିନ୍ନ ସ୍ତରରେ ଖାଲିଥିବା ପଦବୀ ଗୁଡ଼ିକର ଏକ ତାଲିକା ଦେଇଛନ୍ତି।

ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଅନୁସାରେ ଏନଆଇଟି ଗୁଡ଼ିକରେ 37.7 ପ୍ରତିଶତ ପଦବୀ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ସମାନ ଭାବରେ ପଦବୀ ଓ ଆଇଆଇଟିମାନଙ୍କରେ 29 ପ୍ରତିଶତରୁ ଅଧିକ ପଦବୀ ଖାଲି ପଡିଛି। ଏହିସବୁ ଜାତୀୟସ୍ତରର ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରାୟ 78,000 ପଦବୀ ଖାଲି ପଡ଼ିଛି। ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରୁ ପ୍ରାୟତଃ ଏକ ତୃତୀୟାଂଶରୁ ଅଧିକ ଅନୁଷ୍ଠାନରେ ଶିକ୍ଷକ ନାହାନ୍ତି।

ଏହାର ମୂଳ କାରଣ ଉପରେ ନୀତି ଆୟୋଗର ସଦସ୍ୟ ଭି.କେ ସାରସ୍ବତଙ୍କ କହିବା ଅନୁସାରେ ଚୀନରେ ଉଚ୍ଚ ଶିକ୍ଷା ପାଇଁ ବାର୍ଷିକ 10 ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଉଥିବା ବେଳେ ଆମ ଦେଶରେ ଯାହା ଏଥିପାଇଁ ବ୍ୟୟ ବରାଦ କରାଯାଉଛି ତାହା ସମୁଦ୍ରକୁ ଶଙ୍ଖେ ଭଳି।

ଆଇଆଇଟି, ଆଇଆଇଏମ ଓ ଏନଆଇଟିକୁ 50 ପ୍ରତିଶତରୁ ଅଧିକ ଉଚ୍ଚ ଶିକ୍ଷା ପାଣ୍ଠି ବ୍ୟୟ ବରାଦ କରିବାକୁ ଶିକ୍ଷା ବିଭାଗର ଯୁକ୍ତି ଯୁକ୍ତ ଓ ପ୍ରାଥମିକତା ନୀତିରେ ଥିବା ତୃଟିକୁ ଷ୍ଟାଣ୍ଡିଂ କମିଟିକୁ ଦର୍ଶାଇଛି। ସମଗ୍ର ଦେଶରେ ଥିବା 865ଟି ଶିକ୍ଷାନୁଷ୍ଠାନ ମଧ୍ୟରୁ 49 ପ୍ରତିଶତ ଶିକ୍ଷାନୁଷ୍ଠାନର 97 ପ୍ରତିଶତ ଛାତ୍ରଛାତ୍ରୀ ଅଳ୍ପ ଆର୍ଥିକ ବ୍ୟୟ ବରାଦ ଯୋଗୁଁ ପ୍ରଭାବିତ ହେବେ ବୋଲି ଷ୍ଟାଣ୍ଡିଂ କମିଟି ଉଲ୍ଲେଖ କରିଛି। ଏହାଛଡ଼ା ଦେଶରେ ଥିବା ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟାରେ ଜର୍ଜରିତ।

ଉଚ୍ଚ ଶିକ୍ଷାର ସର୍ବଦା ବିସ୍ତାରିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ବିଭିନ୍ନ ସମୟରେ ଦୃଢ଼ୀକରଣ ଜରୁରୀ ବୋଲି 70 ବର୍ଷ ତଳେ ବିଶ୍ବବିଦ୍ୟାଳୟ ଆୟୋଗ (ୟୁଜିସି)ର ଅଧ୍ୟକ୍ଷ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ମତ ଦେଇଥିଲେ। ରାଷ୍ଟ୍ର ନିର୍ମାଣରେ ଉଚ୍ଚ ଶିକ୍ଷାର ମହତ୍ତ୍ବକୁ ହୃଦୟଙ୍ଗମ କରିବାରେ ଦାୟିତ୍ବ ଖସାଇ ଦେଉଥିବା ସରକାରଙ୍କ ଅଜ୍ଞତା ଯୋଗୁଁ ବିଶ୍ବବିଦ୍ୟାଳୟ ଗୁଡିକରେ ଅଧ୍ୟାପକ ପଦବୀ ବୃଦ୍ଧି ପାଇବାରେ ଲାଗିଛି।

ଉଚ୍ଚ ଶିକ୍ଷା ପ୍ରାପ୍ତିର ଲକ୍ଷ୍ୟସ୍ଥଳ ଭାବରେ ବିଶ୍ବରେ 26ତମ ସ୍ଥାନରେ ଥିବା ଭାରତକୁ ବାର୍ଷିକ 2 ଲକ୍ଷ ବିଦେଶୀ ଛାତ୍ରମାନଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ସ୍ବତନ୍ତ୍ର ଶିକ୍ଷାକେନ୍ଦ୍ର ଗଠନ କରିବାକୁ ନିକଟରେ ନୀତି ଆୟୋଗ ପ୍ରସ୍ତାବ ଦେଇଥିଲେ। ଗତ ବର୍ଷ ମଧ୍ୟ ମୋଦି ସରକାର ‘ଷ୍ଟଡ଼ି ଇନ ଇଣ୍ଡିଆ’ ଯୋଜନା 30ଟି ଦେଶରେ ବୃଦ୍ଧି କରିବା ସହିତ ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତାବ ଦେଇଥିଲେ।

ପ୍ରକୃତ ସମସ୍ୟା ହେଉଛି ବିଶ୍ବବିଦ୍ୟାଳୟରେ ପୂର୍ବରୁ ଖାଲି ଥିବା ଅଧ୍ୟାପକ ପଦବୀ ଓ ଉଦୀୟମାନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନିଯୁକ୍ତି କରିବାକୁ ଆବଶ୍ୟକ ଯୋଗ୍ୟତା ଥିବା ଉପଯୁକ୍ତ ପ୍ରାର୍ଥୀ ଖୋଜିବା। ଯେଉଁ ପ୍ରାର୍ଥୀମାନେ ପିଏଚଡି ଓ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ସେମାନେ ସାକ୍ଷାତକାର ସମୟରେ ଶୋଚନୀୟ ଭାବରେ ବିଫଳ ହେଉଛନ୍ତି। ଏହା ଉଚ୍ଚ ଶିକ୍ଷା କ୍ଷେତ୍ରରେ ହ୍ରାସ ପାଉଥିବା ମାନକୁ ଦର୍ଶାଉଛି।

ଭବିଷ୍ୟତ ପୀଢ଼ିକୁ ଆକୃଷ୍ଟ କରିବା ପାଇଁ ଏହି ମାନଦଣ୍ଡରୁ ଅଧ୍ୟାପକ ଖୋଜିବା ପ୍ରକୃତ ପକ୍ଷେ ଆହ୍ବାନ ସୃଷ୍ଟି କରିଛି। ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶିକ୍ଷାର ମାନରେ ଅବନତିକୁ ରୋକିବା ପାଇଁ ଦୁଇ ବର୍ଷ ତଳେ ୟୁଜିସି ଏକ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଥଲା। ନକଲି ପିଏଚଡିର ପରବର୍ତ୍ତୀ ଘଟଣା ପ୍ରକୃତ ପକ୍ଷେ ଆଶ୍ଚର୍ଯ୍ୟଜନକ ଥିଲା। ଏଭଳି ପରିସ୍ଥିତିରେ ପ୍ରକୃତ ସମାଧାନ ହେଉଛି ଉଚ୍ଚମାନର ଶିକ୍ଷା ହାସଲ କରିବାକୁ ଗଭୀର ବୁଝାମଣା ସହିତ ଏହା ଏକ ଦୀର୍ଘକାଳୀନ କାର୍ଯ୍ୟ ଯୋଜନା ଉପରେ ନିର୍ଭର କରେ।

ନୂତନ ଉଦ୍ଭାବନ ଉପରେ ସରକାରଙ୍କ ଆଗ୍ରହ ଏବଂ ମାନବ ସମ୍ବଳ ବିକାଶ ଉପରେ ଧ୍ୟାନ ଦିଆଗଲେ ଶ୍ରମ ଉତ୍ପାଦନ ସହିତ ମୋଟ ଘରୋଇ ଉତ୍ପାଦନକୁ ବୃଦ୍ଧି କରିଥାଏ। ଶିକ୍ଷା ରାଷ୍ଟ୍ର ଗଠନରେ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଅନେକ ପୀଢ଼ି ପର୍ଯ୍ୟନ୍ତ ମୁଣ୍ଡ ଉଚ୍ଚା କରିଥାଏ। କିନ୍ତୁ ଏହି ଦେଶର ଏଭଳି ଏକ ଶ୍ରେଷ୍ଠ କ୍ଷେତ୍ରର ଭିତ୍ତିପ୍ରସ୍ତର ଅତ୍ୟନ୍ତ ଦୁର୍ବଳ।

ଅତୀତରେ ୟୁନେସ୍କୋର ଏକ ଅଧ୍ୟୟନର ଘୋଷଣା ଅନୁଯାୟୀ ଭାରତରେ 15 ଲକ୍ଷରୁ ଅଧିକ ସ୍କୁଲ ଥିବା ଚମତ୍କାର ପରିଦୃଶ୍ୟ ପରେ ବି ଖରାପ ଶିକ୍ଷାଦାନ ଯୋଗୁଁ 15 ବର୍ଷ ପଛରେ ପଡ଼ିଯାଇଛି। ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମିଠାରୁ ଆରମ୍ଭ କରି ଶିକ୍ଷକ ଓ କର୍ମଚାରୀଙ୍କ ପର୍ଯ୍ୟନ୍ତ ସବୁ ସ୍ତରରେ ଅପାରଗତା ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ପ୍ରାକୃତିକ ପ୍ରତିଭା ଉପରେ କୁପ୍ରଭାବ ପକାଉଛି। 19 ହଜାର ଶିକ୍ଷକ ତାଲିମ ପ୍ରତିଷ୍ଠାନରେ ଥିବା ନିଷ୍କ୍ରିୟତା ଦୂର ନ ହେବା ପର୍ଯ୍ୟନ୍ତ ଶିକ୍ଷାଦାନର ମାନରେ ଉନ୍ନତି ଆସି ପାରିବ ନାହିଁ।

ବିଶ୍ବର ଯେଉଁ 74ଟି ଦେଶ ବିଭିନ୍ନସ୍ତରରେ ଶିକ୍ଷକ ଅଭାବ ସମସ୍ୟାରେ ପୀଡ଼ିତ ହୋଇଛନ୍ତି ସେମାନଙ୍କ ତାଲିକାରେ ଭାରତ ସବୁଠାରୁ ଆଗରେ ରହିଛି। ଫଳରେ ଏହି କାରଣରୁ ଶିକ୍ଷାର ମାନ ଅଧିକ ଖରାପ ହେବାରେ ଲାଗିଛି। ଚୀନ ଏକ ଲକ୍ଷରୁ ଅଧିକ ଶିକ୍ଷକଙ୍କୁ ବିଦେଶ ବିଶ୍ବବିଦ୍ୟାଳୟମାନଙ୍କରେ ପିଏଚଡ଼ି ଡିଗ୍ରୀ ପ୍ରଦାନ କରି ସେମାନଙ୍କୁ ଅଧିକ ବେତନ ଦେଉଛି। ଉଚ୍ଚ ଶିକ୍ଷିତ ଶିକ୍ଷକମାନଙ୍କୁ ଉପଯୁକ୍ତ ପଦବୀ, ପାରିଶ୍ରମିକ ଏବଂ ସେମାନଙ୍କୁ ସଠିକ ତାଲିମ ଦେଇ ଉତ୍ସାହିତ କରିବା ପାଇଁ ଭାରତରେ ବହୁତ ଆବଶ୍ୟକତା ରହିଛି।

ଗତିଶୀଳ ଜ୍ଞାନ ଆଧାରିତ ସମ୍ପ୍ରଦାୟ ଗଠନ କରିବା ଯାହା ନୂତନ ଶିକ୍ଷା ନୀତିର ଚିଠା ଯୋଜନାରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ତାହା ତୃଣମୂଳ ସ୍ତରରୁ ଆରମ୍ଭ ଆବଶ୍ୟକ। ଗୁଣାତ୍ମକ ଶିକ୍ଷା ଉଚ୍ଚ ଶିକ୍ଷାର ଏକ ସୁବର୍ଣ୍ଣ ମାର୍ଗ। ଏହିପରି ଗୁଣାତ୍ମକ ଶିକ୍ଷା ହେଉଛି ତସମଗ୍ର ଦେଶର ଅଭିବୃଦ୍ଧି ପାଇଁ ପ୍ରକୃତ ଶକ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.