ଥିରୁଅନନ୍ତପୁରମ୍: କାଲିକଟ ଅନ୍ତର୍ଜାତୀୟ ବିମାନବନ୍ଦରରୁ 2.3 କିଲୋଗ୍ରାମର ସୁନା ଜବତ ହୋଇଛି । ଜବତ ସୁନାର ମୂଲ୍ୟ ପାଖାପାଖି 90 ଲକ୍ଷ ହେବ । ବୁଧବାର ସକାଳେ ଶରଜାହାଁରୁ ଆସିଥିବା 2 ଜଣ ଯାତ୍ରୀଙ୍କ ନିକଟରୁ ଏହି ସୁନା ଜବତ ହୋଇଛି । ଏନେଇ ବିମାନବନ୍ଦର କତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି ।
ବିମାନବନ୍ଦର କତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ବିମାନବନ୍ଦରରେ ଜଣେ ମହିଳା ପାଖାପାଖି 1.650 କିଲୋଗ୍ରାମର ସୁନାକୁ ନିଜର ଅନ୍ତବସ୍ତ୍ରରେ ଲୁଚାଇ ରଖି ଥିବାବେଳେ ଅନ୍ୟ ଜଣେ ଯାତ୍ରୀଙ୍କ ବ୍ୟାଗରୁ କ୍ୟାପସୁଲ ଆକାରରେ 650 ଗ୍ରାମର ମୂଲ୍ୟବାନ ଧାତୁ ଜବତ କରାଯାଇଛି ।
ତେବ କୋରୋନା ସମୟରେ କେରଳର ସମସ୍ତ 4ଟି ଅନ୍ତର୍ଜାତୀୟ ବିମାନବନ୍ଦରରୁ ନିୟମିତ ଭାବେ ଗଲ୍ଫ ଦେଶଗୁଡିକର ଯାତ୍ରୀଙ୍କ ଦ୍ବାରା ସୁନା ଚୋରା ଚାଲାଣ ହେଉଥିବା ବିମାନବନ୍ଦର କତ୍ତୃପକ୍ଷ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ