ETV Bharat / bharat

ଜୟପୁର ବିମାନବନ୍ଦର ଡ୍ରେନରୁ ମିଳିଲା 15 କୋଟି ମୂଲ୍ୟର ସୁନା

author img

By

Published : Nov 12, 2020, 8:37 PM IST

ରାଜସ୍ଥାନର ସବୁଠୁ ବଡ ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦରରୁ ଗୁରୁବାର 15 କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା ଜବତ କରିଛି ବିମାନବନ୍ଦରର କଷ୍ଟମ ବିଭାଗ । ଅଧିକ ପଢନ୍ତୁ...

Gold worth more than 15 crores taken out of bathroom drains of Jaipur Airport
ଜୟପୁର ବିମାନବନ୍ଦର ଡ୍ରେନରୁ ମିଳିଲା 15 କୋଟି ମୂଲ୍ୟର ସୁନା

ଜୟପୁର: ରାଜ୍ୟର ଅନ୍ତଃରାଷ୍ଟ୍ରୀୟ ଜୟପୁର ବିମାନବନ୍ଦନର ଡ୍ରେନରୁ 15କୋଟି ମୂଲ୍ୟର ସୁନାକୁ ପୋଲିସ ଜବତ କରିଛି । ଏହି ବିପୁଳ ପରିମାଣର ସୁନା ଚୋରା ଚାଲାଣ କରୁଥିବା ବ୍ୟକ୍ତିକୁ ସହଯୋଗ କରିବା ଅପରାଧରେ ବିମାନବନ୍ଦରର କର୍ମଚାରୀମାନଙ୍କୁ ମଧ୍ୟ କଷ୍ଟମ ଅଧିକାରୀ ଗିରଫ କରିଥିବା ସୂଚନା ମିଳିଛି ।

ଗତ ରବିବାର ବିମାନବନ୍ଦରର କଷ୍ଟମ ବିଭାଗ ଦୁବାଇରୁ ଚୋରା ସୁନା ଚାଲାଣ କରୁଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ଅଭିଯୁକ୍ତ ସ୍ପାଇସ ଜେଟ ବିମାନବନ୍ଦର ଜରିଆରେ ଦୁବାଇରୁ ଜୟପୁରରେ ପହଞ୍ଚିଥିଲା । ତେବେ ଏହି ଅଭିଯୁକ୍ତଠାରୁ 741 ଗ୍ରାମର ସୁନାକୁ ଜବତ କରାଯାଇଥିବା ବେଳେ ଏହାର ମୂଲ୍ୟ ପ୍ରାୟ 40 କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ତେବେ ପୁଣି ଗୁରୁବାର କଷ୍ଟମ ବିଭାଗକୁ ଚୋରା ଚାଲାଣ ସୁନାକୁ ଜବତ କ୍ଷେତ୍ରରେ ଆଉ ଏକ ସଫଳତା ମିଳିଛି ।

ବିମାନବନ୍ଦରର ଡ୍ରେନ ମଧ୍ୟ ଦେଇ ସୁନା ଚାଲାଣ କରିବାକୁ ଅଭିଯୁକ୍ତମାନେ ଲକ୍ଷ୍ୟ ରଖିଥିଲେ ଏବଂ ଏହି କାର୍ଯ୍ୟରେ ବିମାନବନ୍ଦରର କର୍ମଚାରୀ ମଧ୍ୟ ଅଭିଯୁ୍କ୍ତକୁ ସାହାଯ୍ୟ କରିଥିଲେ । ତେବେ ଏହି ଅଭିଯୋଗରେ ବିମାନବନ୍ଦରର ସଫେଇ କର୍ମଚାରୀ ଅଶୋକ କୁମାର, ସୁପରଭାଇଜର ଯୋଗେନ୍ଦ୍ର ସିଂହ ରାଜପୁତ ଓ ଗଜେନ୍ଦ୍ର ସିଂ ପରମାରଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ 2ଜଣ ନିଜ ଦୋଷକୁ ସ୍ବୀକାର କରିଥିବା ବେଳେ ଅଭିଯୁକ୍ତ ଗଜେନ୍ଦ୍ର ପୂର୍ବରୁ ଗିରଫ ହୋଇଥିବା ଫଖରଉଦ୍ଦିନ କ୍ୟୁରେସୀର ସାଥୀ ବୋଲି ଜଣାପଡିଛି ।

ବିମାନବନ୍ଦରର କଷ୍ଟମ ବିଭାଗ ଅଭିଯୁକ୍ତଙ୍କୁ ନ୍ୟାୟାଳୟରେ ହାଜର କରାଯାଇଛି । ତେବେ ଏହି ଅନ୍ତଃରାଷ୍ଟ୍ରୀୟ ସୁନା ଚୋରା ଚାଲାଣ ଘଟଣାରେ ଜୟପୁର ପୋଲିସ ସଫଳତା ଲାଭ କରିଥିବାବେଳେ ଆଗକୁ ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ କଷ୍ଟମ ବିଭାଗ ଠାବ କରିବ ବୋଲି କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.