ଥିରୁଅନନ୍ତପୁରମ୍: କେରଳ କନ୍ନୁର ବିମାନ ବନ୍ଦରରୁ 1400 ଗ୍ରାମ ସୁନା ଜବତ କରିଛି କଷ୍ଟମ ବିଭାଗ । ଯାହାର ଆନୁମାନିକ ମୂଲ୍ୟ 56 ଲକ୍ଷ 36 ହଜାର ଟଙ୍କା ହେବ। ଏହି ସୁନା 2 ଯାତ୍ରୀଙ୍କ ଠାରୁ ଜବତ କରାଯାଇଛି ଯେଉଁମାନେ ଦୁବାଇରୁ 2 ଟି ବିମାନ ଯୋଗେ ଆସିଥିଲେ। ବେଆଇନ ଭାବେ ସୁନା ଆଣିବା ଅଭିଯୋଗରେ ସାହୁଲ ହମିଦ ଓ ଦାଉଦକୁ ଗିରଫ କରାଯାଇଛି।
ସୁନାଗୁଡିକୁ ଖଣ୍ଡଖଣ୍ଡ କରାଯାଇ ପରଫ୍ୟୁମ ବୋତଲ ଖୋଳରେ ଚୋରା ଚାଲଣ କରାଯାଉଥିଲା। ସୁନା ଚୋରା ଚାଲଣରେ ଏହି ଦୁଇ ଜଣଙ୍କ ସମ୍ପୃକ୍ତି ଅଛି କି ନାହିଁ ସେନେଇ ତଦନ୍ତ ଆରମ୍ଭ ହୋଇଛି।