ETV Bharat / bharat

ଶପଥ ପରେ ରାଜ୍ୟସଭା ଯିବାର କାରଣ କହିବେ ଗୋଗୋଇ - ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇ

ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କୁ ରାଜ୍ୟ ସଭାକୁ ମନୋନୀତ କରିବା ଉପରେ ଉଠିଛି ପ୍ରଶ୍ନ । ଏ ନେଇ ନିଜେ ମୁହଁ ଖୋଲିଛନ୍ତି ଗୋଗୋଇ । ଶପଥ ପରେ ରାଜ୍ୟସଭା ଯିବାର କାରଣ ସମ୍ପର୍କରେ କହିବେ ବୋଲି ସେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଶପଥ ପରେ ରାଜ୍ୟସଭା ଯିବାର କାରଣ ସମ୍ପର୍କରେ କହିବେ ଗୋଗୋଇ

author img

By

Published : Mar 17, 2020, 3:25 PM IST

ନୂଆଦିଲ୍ଲୀ: ନ୍ୟାୟପାଳିକା ପରେ ବ୍ୟବସ୍ଥାପିକା ଭାବେ ନୂଆ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି ସୁପ୍ରମିକୋର୍ଟର ପୂର୍ବତନ ମୁଖ୍ୟବିଚାରପତି ରଞ୍ଜନ ଗୋଗୋଇ । ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭାକୁ ମନୋନୀତ କରିବା ଉପରେ ଉଠିଛି ପ୍ରଶ୍ନ । ଏ ନେଇ ନିଜେ ମୁହଁ ଖୋଲିଛନ୍ତି ଗୋଗୋଇ । ଶପଥ ନେବା ପରେ ରାଜ୍ୟସଭା ଯାଉଥିବାର କାରଣ ସମ୍ପର୍କରେ ଗଣମାଧ୍ୟମକୁ ଜଣାଇବେ ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି ।

ରଞ୍ଜନ ଗୋଗୋଇ ସୁପ୍ରମିକୋର୍ଟର ପୂର୍ବତନ ବିଚାର ପତି ହୋଇଥିବାରୁ ତାଙ୍କୁ ରାଜ୍ୟସଭା ପଠାଇବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧି । ଦେଶର ସର୍ବୋଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଥିବା ସମୟରେ ଗୋଗୋଇ ରାମ ମନ୍ଦିରଠୁ ନେଇ ଆରଟିଆଇ ସମେତ ଅନେକ ଐତିହାସିକ ନିଷ୍ପତ୍ତି ଉପରେ ନିଜର ରାୟ ଦେଇଥିଲେ । ଅନ୍ୟପକ୍ଷେ ସୁପ୍ରିମକୋର୍ଟର ଇତିହାସରେ ପ୍ରଥମ ଥର ଲାଗି 2018ରେ ରଞ୍ଜନ ଗୋଗୋଇଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟର 4 ବିଚାରପତି ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀ କରି ତତ୍କାଳୀନ ମୁଖ୍ୟବିଚାରପତି ଦୀପକ ମିଶ୍ରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ । ଏହାପରେ ଗୋଗୋଇ ଚର୍ଚ୍ଚାକୁ ଆସିଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.